୨୬ ରେ ହେବାକୁ ଥିବା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବାବୁଲ୍ ସୁପ୍ରୀୟୋ

ପଶ୍ଚିମବଙ୍ଗ ୨୫ । ୪ (ଓଡିଶା ଭାସ୍କର) : ଦେଶରେ କାରୋନା ସଂକ୍ରମଣ ବଢିବାରେ ଲାଗିଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଆହୁରି ଦୁଇ ପର୍ଯ୍ୟାୟ ମତଦାନ ବାକି ରହିଛି । ତେବେ ଏହି ପର୍ଯ୍ୟାୟ ମତଦାନରେ ଭୋଟ ଦେଇପାରିବେ ନାହିଁ ବାବୁଲ୍ ସୁପ୍ରିୟୋ । ମତଦାନ ପୂର୍ବରୁ ଦ୍ୱିତୀୟ ଥର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କଣ୍ଠଶିଳ୍ପୀ ତଥା ବିଜେପି ନେତା ବାବୁଲ୍ ସୁପ୍ରୀୟୋ ଏବଂ ତାଙ୍କ ପତ୍ନୀ । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ବାବୁଲ୍ ସୁପ୍ରୀୟୋ ଟଲିଗଞ୍ଜ ବିଧାନସଭା ଅସନରୁ ବଜେପି ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି । ସେ କହିଛନ୍ତି “ଆମ ଦୁହେଁ – ମୁଁ ଏବଂ ମୋ ପତ୍ନୀ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛୁ। ଏଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ମୁଁ ଆସନସୋଲରେ ଭୋଟ ଦେଇପାରିବି ନାହିଁ। ଆସନ୍ତା ୨୬ ତାରିଖରେ ହେବାକୁ ଥିବା ନିର୍ବାଚନରେ ମୁଁ ସେଠାରେ ରହିବା ଉଚିତ୍ ଥିଲା, ଯେଉଁଠାରେ ଟିଏମସିର ଗୁଣ୍ଡମାନେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନରେ ବାଧା ଦେବା ପାଇଁ ଆତଙ୍କବାଦୀ ଯନ୍ତ୍ର ବ୍ୟବହାର କରୁଛନ୍ତି।”

ବାବୁଲ ସୁପ୍ରୀୟ ଆହୁରୀ ମଧ୍ୟ କହିଛନ୍ତି ଯେ “ସେ ତାଙ୍କ ରୁମରୁ ହିଁ କାମ କରିବେ ଏବଂ ତାଙ୍କର ପ୍ରାର୍ଥୀମାନଙ୍କ ସହିତ ମାନସିକ ସ୍ତରରେ ସମସ୍ତ ୯ଟି ଆସନରେ ଉପସ୍ଥିତ ରହିବେ।” ସେପଟେ ଅନ୍ୟପଟେ ପଶ୍ଚିମବଙ୍ଗର ଖାରଦା ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଟିଏମ୍ସି ପ୍ରାର୍ଥୀ କାଜଲ ସିହ୍ନାଙ୍କ କରୋନାରେ ଆକ୍ରାନ୍ତ ମୃତ୍ୟୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରି ସୂଚନା ଦେଇଛନ୍ତି।