fbpx

ନିର୍ବାଚନ ପରେ ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା: ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର

Advertisement

ନୂଆଦିଲ୍ଲୀ: ଦେଶରେ ବିଜେପି ନେତୃତ୍ୱରେ ଗଠନ ହୋଇଛି ମେଣ୍ଟ ସରକାର । ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ମନ୍ତ୍ରୀ ଭାବେ ଅନେକ ନେତା ଶପଥ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ଓଡ଼ିଶାରେ ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିବା ପାଇଁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ୨ ଜଣ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି ।

ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଉପହାର । ମହଙ୍ଗା ଭତ୍ତା (ଡିଏ) ଓ ଡିଅରନେଟ୍ ଆଲାଉନ୍ସ (ଡିଆର)ରେ ୪ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଗତ ଏପ୍ରିଲ ପହିଲାରୁ ଏହି ନୂଆ ଘୋଷଣାନାମା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦେଇଛନ୍ତି ଏଭଳି ଏକ ବଡ଼ ଉପହାର । କର୍ମଚାରୀଙ୍କ ଆକାଉଣ୍ଟକୁ ଏହି ବୃର୍ଦ୍ଧିତ ଡିଏ ହିସାବରେ ଅର୍ଥ ଟ୍ରାନ୍ସଫର କରାଯିବ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏନେଇ ଏକ ନୋଟିଫିକେସନ ଜାରି କରାଯାଇଥିବା ବେଳେ ରାଜ୍ୟପାଳ ଏହାକୁ ମଞ୍ଜୁରୀ ଦେଇଛନ୍ତି । ନିର୍ବାଚନ ପରେ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହର ଦେଇଛନ୍ତି ।

Get real time updates directly on you device, subscribe now.