fbpx

୯ ଓଭର ପୂର୍ବରୁ ୯ ୱିକେଟରେ ଜିତିଲା ୱେଷ୍ଟଇଣ୍ଡିଜ: ସାଇ ହୋପ୍ ଖେଳିଲେ ବିସ୍ଫୋରକ ଇନିଂସ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୪ ଖୁବ ରୋମାଞ୍ଚକର ହେବାରେ ଲାଗିଛି । ଆଜି ଟୁର୍ଣ୍ଣାମେଣ୍ଟର ଦୁଇ ଆୟୋଜକ ଟିମ୍ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଛି । କିନ୍ତୁ ଏହି ମ୍ୟାଚରେ ଏକ ସହଜ ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ । ଆମେରିକା ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟ ଭେଟି ଦେଇଛନ୍ତି ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ସାଇ ହୋପ୍ । ସାଇଙ୍କ ୩୯ ବଲରୁ ୮୨ ରନର ବିସ୍ଫୋରକ ଇନିଂସ ବଳରେ ୱେଷ୍ଟଇଣ୍ଡିଜ ଏହି ଦମଦାର ବିଜୟ ନିଜ ନାମରେ କରିଛି । ମାତ୍ର ଗୋଟିଏ ୱିକେଟ ହରାଇ ୧୧ ଓଭରରେ ଆମେରିକା ଦେଇଥିବା ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସଫଳ ହୋଇଛି ୱିଣ୍ଡିଜ ଟିମ୍ ।

ଆମେରିକାର ୧୨୯ ରନ୍ ଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇଛି ୱେଷ୍ଟଇଣ୍ଡିଜର ଟପ୍ ଅର୍ଡର । ଏହି ଦଳରେ ସୁଯୋଗ ପାଇଥିବା ସାଇ ହୋପ୍ ହିଁ ୱେଷ୍ଟ ଇଣ୍ଡିଜକୁ ବିଜୟ ଭେଟି ଦେଇଛନ୍ତି । ଦମଦାର ଷ୍ଟାଇଲରେ ପାଳି ଆରମ୍ଭ କରି ଆମେରିକାକୁ ସତର୍କ କରାଇଥିଲେ ସାଇ ହୋପ୍ । ଏହାପରେ ମାତ୍ର ୨୬ ବଲରୁ ୪ଟି ଲେଖାଏଁ ଚୌକା ଏବଂ ଛକା ମାରି ଅର୍ଦ୍ଦଶତକ ହାସଲ କରିଥିଲେ । ପ୍ରଥମ ୱିକେଟ ପାଇଁ ଜନସନ ଚାର୍ଲସଙ୍କ ସହ ମିଶି ୬୭ ରନର ପାର୍ଟନରସିପ ପରେ ଚାର୍ଲସ ନିଜ ୱିକେଟ ହରାଇଥିଲେ । ତେବେ ଗୋଟି ପଟେ ରହି ହୋପ୍ ୩୯ ବଲରୁ ୪ଟି ଚୌକା ଏବଂ ୮ଟି ଛକା ସହିତ ୮୨ ରନର ବିସ୍ଫୋରକ ପାଳି ଖେଳି ୱେଷ୍ଟଇଣ୍ଡିଜକୁ ଏକତରଫା ବିଜୟ ହାସଲ କରିଛନ୍ତି । ୧୦.୫ ବଲରେ ଏହି ମ୍ୟାଚରେ ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ । ଏହି ବିଜୟ ସହ ସେମି ଫାଇନାଲ ଖେଳିବାର ଆଶା ରଖିଛି ଆୟୋଜକ ଦଳ ।

ଆମେରିକା ବିପକ୍ଷ ସୁପର-୮ ମୁକାବିଲାର ଦ୍ୱିତୀୟ ମ୍ୟାଚରେ କବଜା କରିଛି ୱେଷ୍ଟଇଣ୍ଡିଜ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋଭମନ ପାୱେଲ । ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଫଳପ୍ରଦ ମଧ୍ୟ ହୋଇଛି । ପ୍ରଥମ ଇନିଂସରେ ଦମଦାର ବୋଲିଂ କରି ଆମେରିକାକୁ ୧୨୮ ରନରେ ଅଟକାଇବାରେ ସଫଳ ହୋଇଥିଲା ୱେଷ୍ଟଇଣ୍ଡିଜର ବୋଲିଂ ୟୁନିଟ୍ । ୩.୫ ଓଭରରେ ରସେଲ ୩୧ ରନ୍ ବ୍ୟୟ କରି ୩ଟି ୱିକେଟ ନିଜ ନାମରେ କରିଥିବା ବେଳେ ରଷ୍ଟନ୍ ଚେଜ୍ ୪ ଓଭରରେ ୧୯ ରନ୍ ଦେଇ ୩ଟି ସଫଳତା ପାଇଛନ୍ତି । ତେଣୁ ତାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବରେ ପୁରସ୍କୃତ କରାଯାଇଛି ।

Get real time updates directly on you device, subscribe now.