କି ଭୟଙ୍କର ମାନସିକତା… ଶିବଙ୍କ ତ୍ରିଶୂଳରେ ହତ୍ୟା, ଜେଜେ ମା’ଙ୍କ ରକ୍ତରେ ରୁଦ୍ରାଭିଷେକ କଲା ଯୁବକ

ନୂଆଦିଲ୍ଲୀ: ମଣିଷ ମନରୁ ଧିରେ ଧିରେ ଲୋପ ପାଉଛି ମାନବିକତା । ମଣିଷ ହୃଦୟରୁ ହଜିଯାଉଛି ସ୍ନେହ ଆଦର, ଭୁଲି ଯାଉଛି ସମ୍ପର୍କର ମୂଲ୍ୟ । ଛୋଟ ଛୋଟ ମନ ମାଳିନ୍ୟ ନେଉଛି ଭୟଙ୍କ ରୂପ । କେବେ ନିର୍ଯାତନା ତ କେବେ ହତ୍ୟା, ପୁଣି ଆଉ କେବେ ଧର୍ମ ଓ ଭଗବାନଙ୍କ ଅପମାନ କରିବାକୁ ବି ପଛାଉନି ମଣିଷର ବିକୃତ ଚିନ୍ତାଧାରା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ଅଞ୍ଚଳରେ । ଜେମେ ମା’ଙ୍କୁ ହତ୍ୟା କରିବା ପାଇଁ ଭଗବାନ ଶିବଙ୍କ ମୁଖ୍ୟ ଅସ୍ତ୍ର ତ୍ରିଶୂଳକୁ ବାଛିଛି ଅଯୋଗ୍ୟ ନାତି । କେବଳ ସେତିକି ନୁହେଁ, ଜେଜେ ମା’ଙ୍କ ହତ୍ୟା ପରେ ତାଙ୍କ ରକ୍ତକୁ ଶିବଲିଙ୍ଗରେ ଚଢାଇଛି ପାପୀ ମଣିଷ । ଏହାପରେ ନିଜକୁ ମଧ୍ୟ ଶେଷ କରିଦେବାକୁ ସେ ଉଦ୍ୟମ କରିଥିଲା । କିନ୍ତୁ ଯୁବକକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ଭାରତକୁ ଏକ ଧାର୍ମିକ ରାଷ୍ଟ୍ର ବୋଲି କୁହାଯାଏ । କିନ୍ତୁ ଜଣେ ଯୁବକ ଦେବତାଙ୍କ ଏହି ଦେଶରେ ଏଭଳି ଏକ ଘୃଣ୍ୟ କାର୍ଯ୍ୟ କରି ନିଜେ ମଧ୍ୟ ଘୃଣାର ପାତ୍ର ପାଲଟି ଯାଇଛି । ଯୁବକ ଜଣକ ନିଜ ଜେଜେ ମା’ଙ୍କୁ ଭଗବାନ ଶିବଙ୍କ ତ୍ରିଶୂଳରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ଜେଜେ ମା’ଙ୍କ ରକ୍ତକୁ ପ୍ରଭୁ ମହାଦେବଙ୍କ ପ୍ରତିମା ଶିବଲିଙ୍ଗରେ ଚଢାଇଛି । ମଣିଷ ରକ୍ତରେ ରୁଦ୍ରାଭିଷେକ କରି ସାରା ଦେଶବାସୀଙ୍କ ଘୃଣାରପାତ୍ର ପାଲଟିଯାଇଛି ଏହି ଯୁବକ । ଏହାପରେ ସେ ନିଜେ ମଧ୍ୟ ଆତ୍ମହତ୍ୟ କରିବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ଯୁବକକୁ ଉଦ୍ଧାର କରିଥିବା ଧମଧା ଅଞ୍ଚଳର ଏସଡିପିଓ ସଞ୍ଜୟ ପୁଣ୍ଢୀର ସୂଚନା ଦେଇଛନ୍ତି । ତେବେ ଏହା ଅନ୍ଧବିଶ୍ୱାସର ଏକ ଭୟଙ୍କର ପରିଣାମ ବୋଲି ସେ ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ଏ ନେଇ ଏକ ‘ମାନବ ବଳି’ ମାମଲା ରୁଜୁ କରିଛି । ସେପଟେ ବୃଦ୍ଧାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।

ସୂଚନା ଅନୁସାରେ, ଗୁଲସନ୍ ଗୋସ୍ୱାମୀ ନାମକ ଏକ ଅଭିଯୁକ୍ତ ଶିବ ମନ୍ଦିର ନିକଟରେ ନିଜ ଜେଜେ ମା’ଙ୍କ ସହ ରହୁଥିଲା । ତେବେ କୌଣସି କାରଣବଶତଃ ଗୁଲଶନ୍ ଶିବଙ୍କ ତ୍ରିଶୂଳରେ ଜେଜେ ମା’ଙ୍କ ହତ୍ୟା କରି ତାଙ୍କ ରକ୍ତରେ ଶିବଙ୍କ ଅଭିଷେକ କରାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହାପରେ ପୁଣିଥରେ ଘରକୁ ଫେରି ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି । ତେବେ ଏହି ଘଟଣା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହାକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ବିଭିନ୍ନ ମହଲରେ ଏହି ଘଟଣା ସହ ଯୁବକକୁ ନିନ୍ଦା କରାଯାଉଛି ।

Get real time updates directly on you device, subscribe now.