ନୂଆଦିଲ୍ଲୀ: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଗୁଜୁରାଟର କଚ୍ଛ ଜିଲ୍ଲା ନିକଟଭାରତ-ପାକ୍ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଦୀପାବଳି ଅବସରରେ ସେ ସୈନିକମାନଙ୍କୁ ଶୁଭେଚ୍ଛା ଓ ସମ୍ବୋଧିତ କରିଥିଲେ ।
ସେ କହିଛନ୍ତି, ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟରେ ଦୀପାବଳି ପର୍ବ ପାଳନ କରେ, ମୋ ଦୀପାବଳିର ମଧୁରତା ବହୁଗୁଣିତ ହୋଇଯାଏ ଏବଂ ଏଥର ଦୀପାବଳି ମଧ୍ୟ ବହୁତ ଖାସ୍ ।
ଆପଣ ଅନୁଭବ କରିବେ ଯେ ପ୍ରତ୍ୟେକ ଦୀପାବଳିର ନିଜର ମହତ୍ତ୍ୱ ରହିଛି, ଏଥର କ’ଣ ବିଶେଷ । ସୂଚନାଯୋଗ୍ୟ, ଅଯୋଧ୍ୟାରେ ଭଗବାନ ରାମ ୫୦୦ ବର୍ଷ ପରେ ପୁଣି ଥରେ ନିଜ ଭବ୍ୟ ମନ୍ଦିରରେ ବସିଛନ୍ତି । ଭାରତ ମାତାର ସେବାରେ ନିୟୋଜିତ ଆପଣ ସମସ୍ତଙ୍କୁ ଏବଂ ଦେଶର ପ୍ରତ୍ୟେକ ସୈନିକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି ।