fbpx

ନବମ ଓ ଏକାଦଶ ସ୍କୁଲ ବନ୍ଦକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର,୨୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା କଟକଣା ସହ ଚାଲିଛି ହୋଲି ଉତ୍ସବ । ଲୋକମାନେ ଘରେ ରହି ହୋଲି ମନାଉଥିବା ବେଳେ ସ୍କୁଲ ବନ୍ଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ‘ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କୋରୋନା ହୋଇନି । ଯାହା ହୋଇଛି ଘରୋଇ ଶିକ୍ଷାନୁଷ୍ଠାନରେ ହୋଇଛି । ତେଣୁ ନବମ ଓ ଏକାଦଶ ପାଇଁ ସ୍କୁଲ ବନ୍ଦ ହେବନି ।’

ଆସନ୍ତା ୩୦ରେ ସେମାନଙ୍କର ଅଭ୍ୟାସ ପରୀକ୍ଷା ଅଛି । ରାଜ୍ୟ ସରକାର ସମସ୍ତ ଏସଓପି ମାନି କ୍ଲାସ ଚଳାଇଛନ୍ତି । ଏସଓପି ମାନୁନଥିବା ଘରୋଇ ସ୍କୁଲରେ କାର୍ଯ୍ୟାନୁଷ୍ଠାନ ହେଉଛି । ବିନା ଚାପରେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହୁଅନ୍ତୁ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

Get real time updates directly on you device, subscribe now.