fbpx

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳଙ୍କୁ କ’ଣ ନିର୍ଦ୍ଦେଶ ଦେଲେ SRC ?

Advertisement

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୨ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ଲଘୁଚାପ। ତେବେ ବାତ୍ୟା ଉତ୍ତର ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଆଡ଼କୁ ଏହା ଗତି କରିବା ସମ୍ଭାବନା ରହିଛି । ୨୬ ସୁଦ୍ଧା ଏହା ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିପାରେ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୧ ରୁ ୨୭ ଯାଏ ବଙ୍ଗୋପସାଗରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

ତେବେ ସମ୍ଭାବ୍ୟ ବାତ୍ୟା ନେଇ ଆଜି ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ ଜେନା । ପୋଲିସ, ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ୍ ଅଧିକାରୀଙ୍କ ସହ ଏସଆରସି ଆଲୋଚନା କରିଛନ୍ତି । ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଏସଆରସି ପ୍ରଦୀପ ଜେନା କଥା ହୋଇ ପଦକ୍ଷେପ ନେବାକୁ କହିଛନ୍ତି । ଜିଲ୍ଲାପାଳମାନଙ୍କୁ ଆଗୁଆ ପଦକ୍ଷେପ ନେବାକୁ SRC ନିର୍ଦ୍ଦେଶ ଦେଇଛନ୍ତି ।

ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ‘ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏଯାଏ ବାତ୍ୟା ସ୍ପଷ୍ଟ ହୋଇନି। ଏଯାଏ ବାତ୍ୟାର ସ୍ଥିତି ଓ ରୂପରେଖା ଅନୁମାନ କରାଯାଇନି । ୨୨ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ରୂପରେଖା ଜଣାପଡିବ । ତେବେ ଆଗୁଆ ପଦକ୍ଷେପ ସ୍ୱରୂପ ଜିଲ୍ଲାପାଳ, ଏସପିଙ୍କ ସହ ମିଟିଂ କରିଛୁ । ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ ସହ ଭିତ୍ତିଭୂମି ତଦାରଖ କରିବାକୁ କୁହାଯାଇଛି ।’

Get real time updates directly on you device, subscribe now.