fbpx

୨୦୨୩ ବର୍ଷରେ ମୋବାଇଲରେ ସବୁଠାରୁ ଅଧିକ କ’ଣ ଦେଖିଛନ୍ତି ଭାରତୀୟ! ରିପୋର୍ଟରୁ ଖୁଲାସା

ଓଡ଼ିଶା ଭାସ୍କର: ଏକବିଂଶ ଶତାବ୍ଦୀରେ ଲେକାମାନଙ୍କ ପାଇଁ ମୋବାଇଳ ଫୋନ ପାଲଟିଛି ସବୁଠାରୁ ଆବଶ୍ୟକ ଜିନିଷ । ଯେକୌଣସି କାମ ହେଉ ପ୍ରଥମେ ଫୋନ ହିଁ ଖୋଲା ଯାଇଥାଏ । ପ୍ରତ୍ୟେକ କାମ ପାଇଁ ଅଲଗା ଅଲଗା ଆପ୍ ମଧ୍ୟ ଉବଲବ୍ଧ ରହିଛି । ଯେପରି ସଉଦା କିଣିବା ପାଇଁ ଅଲଗା ଆପ୍ ତ’ ବ୍ୟାଙ୍କିଙ୍ଗ କିମ୍ବା ଟଙ୍କା ଦେଣନେଣ ପାଇଁ ଅଲଗା ଆପ୍ । ଭାରତୀୟମାନେ ଅନେକ ସମୟରେ ନିଜ ଫୋନରେ ଅନେକ କିଛି ଦେଖିଥାନ୍ତି ଏହା ସହିତ କୌଣସି ଜିନିଷ ବାବଦରେ ସର୍ଚ୍ଚ ମଧ୍ୟ କରିଥାନ୍ତି । ତେବେ ଏ ନେଇ ନିକଟରେ ଏକ ସର୍ଭେରିପୋର୍ଟ ସାମ୍ନାକୁ ଆସିଛି ।  ତେବେ ଏହି ରିପୋର୍ଟରେ ଭାରତୀୟମାନେ ଫୋନରେ କ’ଣ ଦେଖିବାକୁ ପସନ୍ଦ କରିଥାନ୍ତି ତାହା ଜଣାପଡ଼ିଛି ।

୨୬୦୦ କୋଟି ଆପ ହୋଇଛି ଡାଉନାଲୋଡ଼-  ସମସ୍ତ ଭାରତୀୟ ମୋବାଇଲ ବ୍ୟବହାରକାରୀ ଗତବର୍ଷ ଜାନୁଆରୀ ୧ ତାରିଖରୁ ଆରମ୍ଭ କରି ଡିସେମ୍ବର ମାସ ୩୧ ତାରିଖ ଭିତରେ ନିଜର ମୋବାଇଲରେ ସମୁଦାୟ ୨୬୦୦ କୋଟି ଆପ୍ଲିକେଶନ ଡାଉନଲୋଡ଼ କରିଥିବା ଜଣାପଡ଼ିଛି । ଏଏଆଇ ଆନାଲିଟିକ୍ସ ପ୍ଲାଟଫର୍ମ ଅନୁଯାୟୀ, ଏହା ୨୦୨୨ରେ ଡାଉନଲୋଡ଼ କରାଯାଇଥିବା ପ୍ରାୟ ୨୮୦୦ କୋଟି ଆପ୍ଲିକେଶନ ସଂଖ୍ୟାରୁ ୭% କମ ।

ଗୁଗଲରେ ଟପରେ ରହିଛି ଏହି ସର୍ଚ୍ଚ- ତେବେ ୨୦୨୩ରେ ମଧ୍ୟ ଗୁଗଲ ଏହାର ଯାଦୁ ଲୋକଙ୍କ ଉପରେ ଜାରି ରଖିଥିଲା । ତେବେ ଗତ ବର୍ଷ ଗୁଗଲ ସବୁଠାରୁ ଅଧିକ ଡାଉନଲୋଡ଼ କରାଯାଇଥିବା ଆପ୍ଲିକେଶନ ମଧ୍ୟରେ ରହିଛି । ଜାନୁଆରୀ ୧ ତାରିଖରୁ ୨୩ ଡିସେମ୍ବର ମଧ୍ୟରେ ଗୁଗଲ ଆପ୍ଲିକେଶନକୁ ସମୁଦାୟ ୪ କୋଟି ଥର ଡାଉନଲୋଡ଼ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ଏହା ସହିତ ସମ୍ପୂର୍ଣ୍ଣ ଡାଉନଲୋଡ଼ ସଂଖ୍ୟା ୪୫ କୋଟିର ପହଞ୍ଚିଛି ।

ଗୁଗଲ ପ୍ଲେ-ଷ୍ଟୋରରେ ଆୟ ହୋଇଛି ୧୫୮ କୋଟି ଟଙ୍କା- ବିଭିନ୍ନ ଅପରେଟିଙ୍ଗ ସିଷ୍ଟମରେ ଚାଲୁଥିବା ଆପଷ୍ଟୋରମାନେ ମଧ୍ୟ ଗତ ବର୍ଷ ପ୍ରାୟ ୩୪୫୫ କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି । ଗତ ବର୍ଷ ଗୁଗଲ ପ୍ଲେ-ଷ୍ଟୋରରେ ପ୍ରାୟ ୧୫୮ କୋଟି ଟଙ୍କା ଆୟ କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ‘ସୀ’ ନାମକ ଏକ ଆପ ଷ୍ଟୋର ପ୍ରାୟ ୧୩୩ କୋଟି ଟଙ୍କା ଆୟ କରିଥିବା ବେଳେ ଡେଟିଙ୍ଗ ଆପ ବମ୍ବଲ ୯୧.୫ କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି । ତେବେ ଏହି ଆପ୍ଲିକେଶନର ବ୍ୟବହାରକାରୀଙ୍କ ସଂଖ୍ୟା ଗତ ବର୍ଷ ବଢ଼ିଥିବା ଏଥରୁ ସ୍ପଷ୍ଟ ହେଉଛି ।

ଗେମିଂ ଆପ ହୋଇଛି ସବୁଠାରୁ ଅଧିକ ଡାଉପଲୋଡ଼- ଆପ୍ଲିକେଶନର ବିଭିନ୍ନ ପ୍ରକାର ମଧ୍ୟରୁ ଗେମିଂ ଆପ୍ଲିକେଶନ ସବୁଠାରୁ ଅଧିକ ଡାଉପଲୋଡ଼ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ଏହାର ସଂଖ୍ୟା ୯୩୦ କୋଟି ରହିଥିବା ଜଣାପଡ଼ିଛି । ଏହା ସହିତ ସୋସିଆଲ କାଟାଗୋରୀର ୨୩୬ କୋଟି ଏବଂ ଫଟୋ-ଭିଡିଓ କାଟେଗୋରୀର ୧୮୬ କୋଟି ଆପ୍ଲିକେଶନ ଡାଉପଲୋଡ଼ କରାଯାଇଛି ।

Get real time updates directly on you device, subscribe now.