fbpx

(video)କିପରି ଦେଖାଯାଏ ଭାରତର ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌? ଛାତ୍ରଛାତ୍ରୀଙ୍କୁ ମୋଦୀ କରାଇଲେ ଟୁର୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସୁରକ୍ଷା ଓ ଦିନଚର୍ଯ୍ୟା ବିଷୟରେ ଜାଣିବା ଲାଗି ସର୍ବଦା ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏସବୁକୁ ସାର୍ବଜନୀନ କରାଯାଇ ନ ଥାଏ । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ନିଜର କାର୍ଯ୍ୟାଳୟ ଅର୍ଥାତ୍ ୭ ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ କାର୍ଯ୍ୟାଳୟର ଝଲକ ଦେଖାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ଭିଡିଓ ପୋଷ୍ଟ କରାଯାଇଛି । ବୁଧବାର ଜାରି ଏହି ଭିଡିଓରେ ସ୍କୁଲ ଛାତ୍ରଛାତ୍ରୀ ନଜର ଆସୁଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଭିତର ବୁଲି ଦେଖୁଛନ୍ତି । ଏହି ସମୟରେ ପିଲାମାନେ ପ୍ରଧାନମନ୍ତ୍ରୀ ଆବାସ, କନଫରେନ୍ସ ରୁମ୍‌, ବୈଠକ ଗୃହ ମଧ୍ୟ ବୁଲି ଦେଖିଛନ୍ତି ଯେଉଁଠି ପ୍ରଧାନମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହ ବୈଠକ କରିଥାନ୍ତି ।

ଏକ ରିପୋର୍ଟରେ କୁହାଯାଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବୁଲି ଦେଖିଥିବା ଜଣେ ଛାତ୍ର କହିଛନ୍ତି ଏହା ଆମମାନଙ୍କ ଲାଗି ଏକ ବଡ ସୁଯୋଗ ଥିଲା । ଆଗକୁ ଆମକୁ ଆହୁରି ବହୁତ କିଛି ଦେଖିବାକୁ ସୁଯୋଗ ମିଳିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଳାପ ସମୟରେ ପିଲାମାନେ ଖ୍ରୀଷ୍ଟମାସ ଓ ନ୍ୟୁଇୟର ଗୀତ ଗୁଣୁଗୁଣାଇଥିଲେ । ତେବେ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଛାତ୍ରଛାତ୍ରୀ କାର୍ଯ୍ୟାଳୟ ବୁଲି ଦେଖିଛନ୍ତି ଓ ବହୁତ ପ୍ରଶଂସା ବି କରିଛନ୍ତି । ସେ କହିଛନ୍ତି ଏହାପରେ ମୋତେ ଅନୁଭବ ହୋଇଛି କି ମୋ କାର୍ଯ୍ୟାଳୟ ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଇଛି ।

Get real time updates directly on you device, subscribe now.