fbpx

Radha Ashtami: ଶ୍ରୀକୃଷ୍ଣ ବୃନ୍ଦାବନ ଚାଲିଯିବା ପରେ ରାଧାଙ୍କର କ’ଣ ହେଲା, କେମିତି ଥିଲା ଦୁହିଁଙ୍କର ଅନ୍ତିମ ସାକ୍ଷାତ

Advertisement

ହିନ୍ଦୁ ଧର୍ମରେ ଭାଦ୍ରବ ଶୁକ୍ଲ ପକ୍ଷର ଅଷ୍ଟମୀ ତିଥିକୁ ରାଧା ଅଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ଦିନ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କ ଭକ୍ତମାନେ ରାଧେ ରାଧେ ଧୂନରେ ମଜ୍ଜି ଯାଇଥାନ୍ତି । ଅନ୍ୟ ଦିନମାନଙ୍କରେ ରାଧା ନିଜର ପାଦ ଢାଙ୍କି ରଖୁଥିବା ବେଳେ କେବଳ ଏହି ଦିନରେ ଭକ୍ତମାନେ ରାଧାରାଣୀଙ୍କ ଶୁଭ ଚରଣ ଦର୍ଶନ କରିବାର ସୁଯୋଗ ଲାଭ କରିଥାନ୍ତି ।

ରାଧାଷ୍ଟମୀ ଭଗବାନ ଓ ମନୁଷ୍ୟ ମଧ୍ୟରେ ଏକ ଅଦ୍ୱିତୀୟ ସମ୍ବନ୍ଧର ପ୍ରତୀକକୁ ସୂଚାଇଥାଏ । ଏହା ରାଧା-କୃଷ୍ଣଙ୍କ ନିଃସ୍ୱାର୍ଥ ପ୍ରେମକୁ ଦର୍ଶାଇଥାଏ । ପ୍ରତ୍ୟେକ ବର୍ଷ ରାଧା ଅଷ୍ଟମୀ ସେପ୍ଟେମ୍ବର ମାସ ୪ ତାରିଖ ରବିବାର ଦିନ ପାଳନ କରାଯାଇଥାଏ । ତେବେ ରାଧାରାଣୀ କିଏ, ଶ୍ରୀକୃଷ୍ଣ ବୃନ୍ଦାବନ ଚାଲିଯିବା ପରେ ରାଧାଙ୍କ ସହ କ’ଣ ଘଟିଥିଲା ଏପରି କିଛି ଆପଣଙ୍କ ମନରେ ଉଠୁଥିବ ।

ରାଧାଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଲ ଅଷ୍ଟମୀ ତିଥିରେ ହୋଇଥିଲା । ହିନ୍ଦୁଧର୍ମରେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରେମିକା ଓ ସଙ୍ଗିନୀ ଭାବେ ଚିତ୍ରିତ କରାଯାଇଥାଏ । ପଦ୍ମ ପୁରାଣରେ ରାଧାଙ୍କୁ ବୃଷଭାନୁ ରାଜାଙ୍କ କନ୍ୟା ଓ ମା’ ଲକ୍ଷ୍ମୀଙ୍କ ଅବତାର ଭାବେ ଗ୍ରହଣ କରାଯାଏ ।

ପୁରାଣ ଅନୁସାରେ, ରାଧା-କୃଷ୍ଣଙ୍କର ଶେଷ ସାକ୍ଷାତ ସମୟରେ ରାଧା କହିଥିଲେ ମୁଁ ସର୍ବଦା ତୁମ ମନରେ ରହିବି । ଏହାପରେ କୃଷ୍ଣ ମଥୁରା ଯାଇ କଂସ ଓ ଅନ୍ୟ ରାକ୍ଷସଙ୍କୁ ବଧ କରିବା ପରେ ପ୍ରଜାଙ୍କ ରକ୍ଷା ପାଇଁ ଦ୍ୱାରିକାରେ ରହିଥିଲେ । କୃଷ୍ଣ ବୃନ୍ଦାବନ ଚାଲିଯିବା ପରେ ରାଧାଙ୍କ ଜୀବନ ନିଃସଙ୍ଗ ପାଲଟି ଯାଇଥିଲା । ତାଙ୍କର ବିବାହ ଅୟନଘୋଷଙ୍କ ସହ ହୋଇଥିଲା । ସେ ଦାମ୍ପତ୍ୟ ଜୀବନର କର୍ତ୍ତବ୍ୟ ସମ୍ପାଦନ କରୁ କରୁ ବୃଦ୍ଧା ହୋଇଯାଇଥିଲେ । ମାତ୍ର କୃଷ୍ଣ ତାଙ୍କ ମନରେ ସବୁବେଳେ ରହିଥିଲେ । କୃଷ୍ଣଙ୍କ ବଂଶୀର ଧ୍ୱନୀ ଶୁଣୁଥିବା ଅବସ୍ଥାରେ ରାଧା ଦେହ ତ୍ୟାଗ କରିଥିଲେ । ଏହାପରେ କୃଷ୍ଣ ବଂଶୀ ଭାଙ୍ଗି ଫୋପାଡ଼ି ଦେଇଥିଲେ ଓ ଆଉ ଜୀବନସାରା କେେବେ ବଜାଇ ନଥିଲେ ।

Get real time updates directly on you device, subscribe now.