fbpx

Camel Flu କ’ଣ: ଏହା କିପରି ବ୍ୟାପେ, ଏହାର ଲକ୍ଷଣ କ’ଣ, ଓଟର ମାଂସ ଓ କ୍ଷୀର ମଣିଷ ପାଇଁ କେତେ ସୁରକ୍ଷିତ

ନୂଆଦିଲ୍ଲୀ: ବର୍ତ୍ତମାନ କତାରରେ ଫିଫା ବିଶ୍ୱକପ-୨୦୨୨ ଖୁବ୍ ଧୁମଧାମରେ ଜାରି ରହିଛି । ତେବେ ଏହା ମଧ୍ୟର ଏକ ନୂଆ ମହାମାରୀକୁ ନେଇ ବିଶ୍ୱରେ ଆତଙ୍କ ଖେଳି ଯାଇଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଜାରି କରାଯାଇଛି । କ୍ୟାମେଲ ଦ୍ୱାରା ୧୨ ଲକ୍ଷ ଲୋକ ପ୍ରଭାବିତ ହୋଇସାରିଲେଣି । ସମ୍ଭାବ୍ୟ ସଂକ୍ରମଣର ଆଶଙ୍କା ଥିବା ୮ଟି ବିପଦ ମଧ୍ୟରୁ ଫ୍ଲୁ ଗୋଟିଏ ବୋଲି ନ୍ୟୁ ମାଇକ୍ରୋବସ ଆଣ୍ଡ ନ୍ୟୁ ଇନଫେକସନ ପତ୍ରିକାରେ ପ୍ରକାଶିତ ଏକ ଷ୍ଟଡି ରିପୋର୍ଟରେ କୁହାଯାଇଛି ।

ତେବେ ଫିଫା ବିଶ୍ୱକପ ପାଖାପାଖି ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହି ସମୟରେ ଫ୍ଲୁ ଆଶଙ୍କା ରହିଥିବା କୁହାଯାଇଛି । ଏହାକୁ ମିଡଲ ଇଷ୍ଟ ରିସ୍ପାୟରେଟରୀ ସିଣ୍ଡ୍ରୋମ (ମର୍ସ) ମଧ୍ୟ କୁହାଯାଇଥାଏ । ତେବେ ଏହି ଷ୍ଟଡିରେ କରୋନା ଓ ମଙ୍କିପକ୍ସକୁ ନେଇ ମଧ୍ୟ କିଛି ସୂଚନା ଦିଆଯାଇଛି । ମର୍ସର ପ୍ରଥମ ମାମଲା ଗତ ୨୦୧୨ରେ ସାଉଦି ଆରବରୁ ମିଳିଥିଲା । ଏହା ଶ୍ୱାସ ସମ୍ବନ୍ଧୀୟ ଏକ ମାମଲା । ଏହି ଭାଇରସ ମଣିଷ ଓ ପଶୁ ଉଭୟଙ୍କଠାରେ ଦେଖିବାକୁ ମଳିଥାଏ । ଓଟମାନଙ୍କ ଦ୍ୱାରା ଏହି ବୀମାରୀ ଅଧିକ ମାତ୍ରାରେ ବ୍ୟାପିଥାଏ ।

କ୍ୟାମେଲ ଫ୍ଲୁର ଲକ୍ଷଣ ପ୍ରାୟତଃ କରୋନା ଭାଇରସର ଲକ୍ଷଣ ସହିତ ସମାନ ହୋଇଥାଏ । ଡାଇରିଆ ଏହାର ଏକ ମୁଖ୍ୟ ଲକ୍ଷଣ ବୋଲି ହୁ ପକ୍ଷରୁ କୁହାଯାଇଛି । ଏଥିସହିତ ବୁଖାର, ଖାସ ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ପରି ଲକ୍ଷଣ ମଧ୍ୟ ଦେଖାଯାଏ । ୬୦ ବର୍ଷରୁ ଅଧିକ ବୟସ୍କ, କମ୍ ଇମ୍ୟୁନିଟିଧାରୀ ଓ ପୂର୍ବରୁ ଗମ୍ଭୀର ବିମାରୀରେ ସଂକ୍ରମିତ ହୋଇଥିବା ଲୋକ ଏଥିରେ ବେଶି ସଂକ୍ରମିତ ହେବାର ଆଶଙ୍କା ରହିଥାଏ । କ୍ରନିକ ଲଙ୍ଗ ଡିଜିଜ, ହାଇପରଟେନସନ, କାର୍ଡିଓଭାସ୍କୁଲାର ଡିଜିଜ ଓ ଡାଇବେଟିସ ରୋଗୀଙ୍କ ପାଇଁ ଏହି ଫ୍ଲୁ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ ।

କ୍ୟାମେଲ ଫ୍ଲୁ ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ । ଓଟଠାରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମଣିଷ ସଂକ୍ରମିତ ହୋଇପାରେ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ଏହା ମଣିଷଠାରୁ ମଣିଷକୁ ଦ୍ରୁତ ଭାବେ ବ୍ୟାପିଥାଏ । ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଭ୍ୟାକ୍ସିନ ବାହାରିନାହିଁ । ଓଟର କଞ୍ଚା ବା ଅଧା ସିଝା କ୍ଷୀର, ମାଂସ ଆଦି ବିପଦ ବଢ଼ାଇପାରେ । ଓଟର ମାଂସ, କ୍ଷୀରରେ ପୁଷ୍ଟିକର ତତ୍ତ୍ୱ ରହିଥିବା ବେଳେ ଏହାକୁ ସେବନ କରିବା ପୂର୍ବରୁ ଠିକ୍ ଭାବେ ରାନ୍ଧିବା ଜରୁରୀ । କତାର ଯାଉଥିବା ଲୋକମାନେ ଓଟକୁ ଛୁଇଁବା ଅନୁଚିତ । ଏଥିସହିତ ଖାଇବା, ପିଇବା ଜିନିଷକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ଆବଶ୍ୟକ । ଭ୍ୟାକ୍ସିନେସନ ଓ ଜରୁରୀ ନିୟମ ପାଳନ କରିବାକୁ ହୁ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.