fbpx

ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂରେ କ’ଣ ଅନ୍ତର ରହିଛି ? ଜାଣନ୍ତୁ କେତେ ମିଳିଥାଏ ପ୍ୟାକେଜ୍

ଓଡ଼ିଶା ଭାସ୍କର: ଆଜିକାଲି କ୍ୟାରିୟରକୁ ନେଇ ଅଧିକାଂଶ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ଥିବା ଦେଖାଯାଉଛି । କେଉଁ କଲେଜ ଭଲ, କୋର୍ସ ଫି, ହଷ୍ଟେଲ ସୁବିଧା ଇତ୍ୟାଦି ଦିଗକୁ ଦୃଷ୍ଟିରେ ରଖି ଅଧିକାଂଶ ଛାତ୍ରଛାତ୍ରୀ କଲେଜରେ ଆଡିମିଶନ ନେଇଥାନ୍ତି । ବିଶେଷ କରି ଇଂଜିନିୟରି ପାଠ୍ୟକ୍ରମ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ୧୦ମ କିମ୍ବା ଦ୍ୱାଦଶ ପରେ ଅଧିକାଂଶ ଛାତ୍ରଛାତ୍ରୀ ଡିପ୍ଲୋମା କିମ୍ବା B.Tech କରିଥାନ୍ତି । ତେବେ ଗୁରତ୍ୱପୂର୍ଣ୍ଣ ବିଷୟ ହେଉଛି ଇଂଜିନିୟରିଂ ବ୍ରାଞ୍ଚ୍ ଚୟନ କରିବା ଯାହାକୁ ନେଇ ଅଧିକାଂଶ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ୱନ୍ଦ୍ୱରେ ଥାନ୍ତି । ଏଥିପାଇଁ ପ୍ରଥମେ ଆସନ୍ତୁ ଜାଣିବା ଇଲେକ୍ଟ୍ରିକାଲ , ଇଲେକ୍ଟ୍ରୋନିକ୍ସ ଏବଂ କମୁ୍ୟନିକେସନ୍ ଇଂଜିନିୟରିଂରେ କ’ଣ ଫରକ୍ ରହିଛି ।

ଉପରେକ୍ତ ୩ଟି ଶବ୍ଦ ଶୁଣିବାକୁ ଏକା ପରି ମନେ ହେଉଥିଲେ ମଧ୍ୟ ଭିନ୍ନ ଅଟନ୍ତି । ଇଲେକ୍ଟ୍ରିକାଲ ଇଂଜିନିୟରିଂ ଯାନ୍ତ୍ରିକ ଯନ୍ତ୍ରପାତି ମାଧ୍ୟମରେ ବିଦୁ୍ୟତକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରୁ ପଠାଇବା ବିଷୟରେ ଥାଏ । ସେହିପରି ଇଲେକ୍ଟ୍ରୋନିକ୍ସ ଏବଂ କମୁ୍ୟନିକେସନ୍ ଇଂଜିନିୟରିଂ ପାଠ୍ୟକ୍ରମରେ ସର୍କିଟ୍, ମାଇକ୍ରୋପ୍ରୋସେସର ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଭଳି ବୈଦୁ୍ୟତିକ ଉପକରଣକୁ ଡିଜାଇନ୍ କରିବା ଏବଂ ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯାଏ । ଏହି ବ୍ରାଞ୍ଚ୍ ଅନ୍ତର୍ଗତ ଛାତ୍ରଛାତ୍ରୀ ସ୍ମାର୍ଟ ଫୋନ୍ ଠାରୁ ଆରମ୍ଭ କରି ସ୍ମାର୍ଟ ହୋମ୍ ପର୍ଯ୍ୟନ୍ତ ଏବଂ ୱାୟାରଲେସ୍ ନେଟୱାର୍କ ବିଷୟରେ ଅଧ୍ୟୟନ କରିଥାନ୍ତି ।

ଇଂଜିନିୟରିଂର ୨ଟି ଶାଖା ମଧ୍ୟରେ ଅନ୍ତରକୁ ଭଲରେ ବୁଝିବା ପାଇଁ ସ୍ମାର୍ଟଫୋନ୍ ଏକ ଉତ୍ତମ ଉଦାହରଣ । ଜଣେ ଇଲେକ୍ଟ୍ରୋନିକ୍ସ ଇଂଜିନିୟର ଫୋନର ଉପାଦାନର ଡିଜାଇନ୍ ଏବଂ ମାନୁଫାକ୍ଚରିଂ କରିଥାଏ । ଅପରପକ୍ଷରେ ଇଲେକ୍ଟ୍ରିକାଲ ଇଂଜିନିୟର ସ୍ମାର୍ଟଫୋନର ଡିଜିଟାଲ ଡାଟାକୁ ସିଗନାଲରେ ପରିବର୍ତ୍ତନ କରିବା ଉପରେ ଫୋକସ୍ କରିଥାଏ ଯଦ୍ୱାରା ଏହା ସାଟେଲାଇଟ୍ ସିଗନାଲ ସହ କନେକ୍ଟ ହୋଇପାରିବ ।

ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ଶାଖା ମଧ୍ୟରେ କେଉଁଟା ଉତ୍ତମ ?

କହିରଖୁଛୁ ଏହି ଦୁଇଟି ବ୍ରାଞ୍ଚ୍ ଉତ୍ତମ ଅଟେ । ଏହା ବ୍ୟକ୍ତିଗତ ରୁଚି ଉପରେ ନିର୍ଭର କରିଥାଏ । ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ବିଶେଷ କରି ବିଟେକ୍ କରିବା ପରେ ପାୱାର ପ୍ଲାଣ୍ଟ, ଏନର୍ଜି ଟ୍ରାନ୍ସମିସନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁଯୋଗ ମିଳିଥାଏ । ସେହିପରି ଇଲେକ୍ଟ୍ରୋନିକ୍ସ ଏବଂ ଏବଂ କମୁ୍ୟନିକେସନ୍ ଇଂଜିନିୟରିଂ ପାଠ୍ୟକ୍ରମ ପରେ ପାୱାର ସିଷ୍ଟମ ଇଂଜିନିୟର, ଟେଲିକମୁ୍ୟନିକେସନ୍, ଇଲେକ୍ଟ୍ରୋନିକ୍ସ ଇଂଜିନିୟର, କଣ୍ଟ୍ରୋଲ ସିଷ୍ଟମ ଇଂଜିନିୟର ଭଳି ନିଯୁକ୍ତି ସୁଯୋଗ ରହିଛି । ଏହି ଦୁଇଟି ବ୍ରାଞ୍ଚର ଡିମାଣ୍ଡ ରହିଛି । ଇଲେକ୍ଟ୍ରିକାଲ , ଇଲେକ୍ଟ୍ରୋନିକ୍ସ ଏବଂ କମୁ୍ୟନିକେସନ୍ ଇଂଜିନିୟରିଂରେ BE/B.Tech କରିବା ପରେ ଫ୍ରେସର୍ରଙ୍କ ପାଇଁ ୩ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍ ରହିଛି । ସେହିପରି ଅଭିଜ୍ଞତା ଆଧାରରେ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ୍ ରହିଛି ।

Get real time updates directly on you device, subscribe now.