fbpx

EWS Quota କ’ଣ: ସରକାରୀ, ପ୍ରାଇଭେଟ ଓ ବିଜିନେସ ସେକ୍ଟର ଉପରେ ଏହାର ପ୍ରଭାବ କିପରି ରହିବ

Advertisement

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଆର୍ଥିକ ଆଧାରରରେ ଏହି ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବ । ତେବେ ଏଠାରେ ପ୍ରଶ୍ନ ଉଠେ ଇଡବ୍ଲ୍ୟୁଏସ କୋଟାରେ କ’ଣ ଲାଭ ମିଳିବ । ଏହି ସଂରକ୍ଷଣ ଦ୍ୱାରା ଜଣେ କିପରି ଲାଭ ଉଠାଇ ପାରିବ । ଏହି ନିଷ୍ପତ୍ତି ଦ୍ୱାରା ବିଜିନେସ ସେକ୍ଟର କିମ୍ବା ତା’ ସମ୍ବନ୍ଧୀୟ କୌଣସି କାର୍ଯ୍ୟକଳାପ ଉପରେ କିଛି ବି ପ୍ରଭାବ ପଡ଼ିବ ନା ନାହିଁ ।

୨୦୧୯ରେ କେନ୍ଦ୍ର ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ୧୦୩ତମ ସମ୍ବିଧାନ ସଂଶୋଧନ କରିଥିଲେ । ଶିକ୍ଷା ଓ ସରକାରୀ ଚାକିରିରେ ଇଡବ୍ଲ୍ୟୁଏସ ସଂରକ୍ଷଣ ଲାଗୁ ହୋଇଥିଲା । ଇଡବ୍ଲ୍ୟୁଏସର ଫୁଲ ଫର୍ମ ହେଉଛି ଇକୋନୋମିକାଲି ୱିକର ସେକ୍ସନ ଅର୍ଥାତ ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ସଂରକ୍ଷଣ ଯୋଜନାର ଆରମ୍ଭ କରାଯାଇଛି । ଯେଉଁ ପରିବାରର ବାର୍ଷିକ ରୋଜଗାର ୮ ଲକ୍ଷରୁ କମ୍ ଥିବ ସେମାନେ ଏହାର ଫାଇଦା ଉଠାଇ ପାରିବେ ।

ପୂର୍ବରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣର ଫାଇଦା ମିଳୁଥିଲା । ଇଡବ୍ଲ୍ୟୁଏସ ସଂରକ୍ଷଣ ଲାଗୁ ହେବା ପରେ ଜେନେରାଲ କ୍ୟାଟେଗୋରୀର ଆଶାୟୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣଣ ଫାଇଦା ମିଳିବ । ଏହି ଫାଇଦା ଉଠାଇବା ପାଇଁ ଆଶାୟୀଙ୍କ ପାଖରେ ଆୟ ଓ ସମ୍ପତି ପ୍ରମାଣପତ୍ର ରହିଥିବା ଆବଶ୍ୟକ । ନ୍ୟାସନାଲ ଗଭର୍ଣ୍ଣମେଣ୍ଟ ସର୍ଭିସ ପୋର୍ଟାଲରୁ ଇଡବ୍ଲ୍ୟୁଏସ ସାର୍ଟିଫିକେଟର ଫର୍ମ ଡାଉନଲୋଡ୍ କରିପାରିବେ । ଏହାପରେ ଏହାକୁ ପୂରଣ କରି, ଫଟୋ ଲଗାଇ ତହସିଲ ଅଫିସକୁ ଯାଇ ଜମା କରିବାକୁ ପଡ଼ିବ । ସେଠାରେ ଭେରିଫିକେସନ ପରେ ଆପଣଙ୍କୁ ଲୋକାଲ ଅଥରିଟିଙ୍କ ଅଫିସରେ ଫର୍ମକୁ ଜମା କରିବାକୁ ପଡ଼ିବ । ଡକ୍ୟୁମେଣ୍ଟ ଯାଞ୍ଚର ୨୧ ଦିନ ଭିଦରେ ଆପଣଙ୍କର ଇଡବ୍ଲ୍ୟୁଏସ ସାର୍ଟିଫିକେଟ ଆସିଯିବ । ଇଡବ୍ଲ୍ୟୁଏଓ ସଂରକ୍ଷଣର ଫାଇଦା ଘରୋଇ କ୍ଷେତ୍ରର ଚାକିରିଆଙ୍କୁ ମିଳିବ ନାହିଁ ।

ତେବେ ଏହି ସଂରକ୍ଷଣର ଫାଇଦା ଉଠାଇବା ପାଇଁ ଆପଣଙ୍କ ପାଖରେ ୫ ଏକରରୁ କମ୍ କ୍ଷେତଯୁକ୍ତ ଜମି ଥିବା ଆବଶ୍ୟକ । ଏଥିସହିତ ୨୦୦ ବର୍ଗମିଟରୁ ଅଧିକ ଆବାସିକ ପ୍ଲଟ ନଥିବା ଆବଶ୍ୟକ । ଯଦି ଆଶାୟୀଙ୍କ ପାଖରେ ୨୦୦ ବର୍ଗମିଟରରୁ ଅଧିକ ଘର ଥିବ, ତେବେ ତାହା ନଗର ପାଳିକା ଅଧିନରେ ଆସୁନଥିବା ଆବଶ୍ୟକ ।

Get real time updates directly on you device, subscribe now.