ଗତ କିଛି ଦିନ ହେବ ଆମେ ‘ପ୍ରାଣ ପ୍ରତିଷ୍ଠା’ ଶବ୍ଦ ବିଷୟରେ ବହୁତ ଶୁଣୁଛୁ । କିନ୍ତୁ ପ୍ରାଣ ପ୍ରତିଷ୍ଠା ପ୍ରକୃତରେ କ’ଣ ଏବଂ ଏହା କାହିଁକି କରାଯାଏ ତାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ ।
ଧାର୍ମିକ ଗୁରୁଙ୍କ ଅନୁଯାୟୀ, ମୂର୍ତ୍ତି ସ୍ଥାପନ ସମୟରେ ମୂର୍ତ୍ତିକୁ ଜୀବନ୍ତ କରିବାର ବିଧିକୁ ପ୍ରାଣ ପ୍ରତିଷ୍ଠା କୁହାଯାଏ । ଯେଉଁଥିରେ ପ୍ରାଣ ଶବ୍ଦର ଅର୍ଥ ହେଉଛି ଜୀବନ ଶକ୍ତି ଏବଂ ପ୍ରତିଷ୍ଠାର ଅର୍ଥ ସ୍ଥାପନା । ଏହିପରି, ପ୍ରାଣ ପ୍ରତିଷ୍ଠା ଅର୍ଥ ଜୀବନ ଶକ୍ତିର ସ୍ଥାପନା କରିବା । ପଣ୍ଡିତ ସୁଜିତ ଜୀ ମହାରାଜଙ୍କଠାରୁ ଜାଣନ୍ତୁ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାହିଁକି ଆବଶ୍ୟକ ଏବଂ ଏହାର ବିଧିି କ’ଣ?
ପ୍ରାଣ ପ୍ରତିଷ୍ଠାର ବିଧି :-
ପଣ୍ଡିତ ସୁଜିତ ଜୀ ମହାରାଜଙ୍କ ଅନୁଯାୟୀ, ଯେଉଁ ଦେବା-ଦେବୀଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହେବ, ତାଙ୍କୁ ଗଙ୍ଗାଜଳ ଏବଂ ଅତି କମରେ ୫ ଟି ପବିତ୍ର ନଦୀ ଜଳରେ ସ୍ନାନ କରନ୍ତି । ତା’ପରେ ମୂର୍ତ୍ତିକୁ ଏକ ସଫା କପଡ଼ାରେ ପୋଛି ଦିଆଯାଏ । ତା’ପରେ ମୂର୍ତ୍ତିରେ ନୂଆ ପୋଷାକ ପିନ୍ଧାଯାଏ । ତା’ପରେ ପ୍ରତିମାକୁ ଏକ ଆସନରେ ବିରାଜମାନ କରି ଚନ୍ଦନର ଲେପ ଲଗାଯାଏ । ଏହା ପରେ ସଠିକ୍ ଭାବରେ ଶୃଙ୍ଗାର ହୋଇଥାଏ ଓ ନିର୍ଦ୍ଦିଷ୍ଟ ମନ୍ତ୍ର ଜପ କରିବା ପରେ ଶାସ୍ତ୍ର ଅନୁଯାୟୀ ନିର୍ଦ୍ଦିଷ୍ଟ ବିଧିିରେ ପ୍ରାଣ ପ୍ରତିଷ୍ଠା କରାଯାଏ । ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ମୂର୍ତ୍ତିକୁ ସହରର ଏକ ବିଧି ଅନୁସାରେ ଭ୍ରମଣ କରିଯାଏ । ଏହା ଏକ ସାଧାରଣ ପଦ୍ଧତି । ଏଥିରେ ଜ୍ୟୋତିଷ ଶାସ୍ତ୍ର ଏବଂ ପଣ୍ଡିତମାନେ ସଂପୂର୍ଣ୍ଣ ନିୟମ ସହିତ ପ୍ରାଣ ପ୍ରତିଷ୍ଠା କରନ୍ତି । ଭଗବାନଙ୍କୁ ଭୋଗ ଅର୍ପଣ କରନ୍ତି । ପ୍ରତ୍ୟେକ ଦେବତାଙ୍କ ପାଇଁ ଫୁଲ, ନୈବେଦ୍ୟ ଅଲଗା ରହିଛି ।
ମହତ୍ତ୍ୱ :-
ପ୍ରାଣ ପ୍ରତିଷ୍ଠା ବିନା କୌଣସି ମୂର୍ତ୍ତିର ପୂଜା କରାଯାଏ ନାହିଁ । ଯେଉଁ ଦେବତା ବା ଭଗବାନଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥାଏ, ସେହି ମୂର୍ତ୍ତି ସେହି ଦେବତାଙ୍କ ସ୍ୱରପ ହୋଇଥାଏ ଏବଂ ସମାନ ଅବତାର ରୂପ ଧାରଣ କରିଥାଏ । ଈଶ୍ୱରଙ୍କ ଅବତାର ରୂପକୁ ପୂଜା କରିବାର ଏହା ହେଉଛି ସର୍ବୋତ୍ତମ ଉପାୟ । ମନ୍ଦିରଗୁଡ଼ିକରେ ଈଶ୍ୱରଙ୍କ ମୂର୍ତ୍ତି ସ୍ଥାପନ କରିବା ପୂର୍ବରୁ ଏହାର ପ୍ରାଣ ପ୍ରତିଷ୍ଠା ନିଶ୍ଚିତ ଭାବରେ କରାଯାଇଥାଏ । କୁହାଯାଏ ଯେ ଏହା କରିବା ଦ୍ୱାରା ମୂର୍ତ୍ତି ଜୀବନ୍ତ ଓ ପୂଜନୀୟ ହୋଇଥାଏ ।