fbpx

ଆଜି କୋଲକାତାରେ ‘ସମ୍ପ୍ରିତି ରାଲି’

କୋଲକାତା: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(TMC)ର ପ୍ରମୁଖ ମମତା ବାନାର୍ଜୀ କୋଲକାତାରେ ‘ସମ୍ପ୍ରିତି ରାଲି’ର ଆୟୋଜନ କରିବେ । ଏହା ବ୍ୟତୀତ ୩୫ଟି ଛୋଟ ରାଲି ବା ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ଏହି ପ୍ରସ୍ତାବିତ ରାଲି ଗୁଡ଼ିକ ଭବାନୀପୁର, କୈମକ୍ ଷ୍ଟ୍ରିଟ୍‌, ସିଆଲଦାହ, ଗରଫା, ପାଟୁଲୀ, ଶକୁନ୍ତଲା ପାର୍କ ଏବଂ ବନ୍ଦର ଅଂଚଳ ଦେଇ ଯିବ । ଏଥିପାଇଁ ସହରର ପ୍ରମୁଖ ସ୍ଥାନରେ ୪୦୦୦ ପୋଲିସ କର୍ମୀ ନିୟୋଜିତ ହେବେ ଏବଂ ଏହା ସହ ଯାତ୍ରୀଙ୍କ ଟ୍ରାଫିକ୍ ସମସ୍ୟାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ଏହା ସହ ସମସ୍ତ ପୋଲିସ ଷ୍ଟେସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଯେଉଁ ପୋଲିସ ଷ୍ଟେସନରେ ପୂଜା ଏବଂ ରାଲି ହେବ ସେମାନଙ୍କୁ ଅତିରିକ୍ତ ସତର୍କତା ବଜାୟ ରଖିବା ପାଇଁ କୁହାଯାଇଛି । ସମସ୍ତ ରାଲିଗୁଡ଼ିକର ଭିଡ଼ିଓଗ୍ରାଫି ହେବ ଏବଂ ଆଇନ୍ ଶୃଙ୍ଖଳାକୁ ସୁନିଶ୍ଚିତ କରିବା ପାଇଁ ପୋଲିସ ମଧ୍ୟ ସାଥିରେ ରହିବେ । ତେବେ TMCର ଏହି ‘ସମ୍ପ୍ରତି ରାଲି’ ଅପରାହ୍ନ ୩ଟାରେ ଆରମ୍ଭ ହେବ । ଏହା ହାଜରା ରୋଡ଼ ଏବଂ ସୟଦ ଅମୀର ଅଲି ଆଭେନ୍ୟୁ ହୋଇ ପାର୍କ ସର୍କସ ମଇଦାନ ପହଂଚିବ ।

Get real time updates directly on you device, subscribe now.