fbpx
BJD
BJD SKY
BJD SKY

ଆଜି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା; ମଧ୍ୟାହ୍ନ ୧୨ଟା ୨୦ରୁ ଆରମ୍ଭ ହେବ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାର ରାମ ମନ୍ଦିରରେ ଥିବା ରାମଲଲାଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ହେବ। ଏହି ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ଏବଂ ଏହାର ଗୋଟିଏ ଦିନ ପରେ ମନ୍ଦିରକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଅଯୋଧ୍ୟାରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅପରାହ୍ନ ୧୨ଟା ୨୦ରେ ଏହି ପୂଜା ଉତ୍ସବ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି।

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକ୍ରମ ସ୍ଥଳରେ ୭୦୦୦ ଲୋକଙ୍କ ଜନସଭାକୁ ସମ୍ବୋଧିତ କରିବେ। ୫୦୬ ଜଣ ଅତିଥିଙ୍କୁ ନେଇ ଏକ ଏ-ଲିଷ୍ଟ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ବଡ଼ ବଡ଼ ରାଜନେତା, ଶିଳ୍ପପତି, ଅଭିନେତା, କୂଟନୀତିଜ୍ଞ, ବିଚାରପତି ଏବଂ ଅନ୍ୟାନ୍ୟ ହାଇପ୍ରୋଫାଇଲ୍ ବ୍ୟକ୍ତି ରହିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ରବିବାର ରାମଲଲାଙ୍କ ମୂର୍ତ୍ତିକୁ ବିଭିନ୍ନ ତୀର୍ଥସ୍ଥଳରୁ ଅଣାଯାଇଥିବା ପବିତ୍ର ଜଳରେ ଭର୍ତ୍ତି ୧୧୪ ଟି ପାତ୍ରରେ ସ୍ନାନ କରାଯାଇଥିଲା।

ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି, ଆଜି ମଧ୍ୟାହ୍ନରେ ମୂର୍ତ୍ତି ରଖାଯାଇଥିଲା। ଆଜିଠାରୁ ଆରମ୍ଭ ହେବ ‘ରାତ୍ରି ଜାଗରଣ ଅଧିବାସ’। ଯଜ୍ଞଶାଳାରେ ରାମଲଲାଙ୍କ ପୁରୁଣା ମୂର୍ତ୍ତିପୂଜା କରାଯାଉଛି। ଚେନ୍ନାଇ ଓ ପୁଣେ ସମେତ ଅନେକ ସ୍ଥାନରୁ ଆସିଥିବା ଫୁଲରେ ପୂଜାର୍ଚ୍ଚନା କରାଯାଉଛି।

 

 

Get real time updates directly on you device, subscribe now.