fbpx

ସାବଧାନ! ଘରେ ରଖୁଛନ୍ତି କି AK-47, କ’ଣ ରହିଛି ଦଣ୍ଡ, ଜାଣନ୍ତୁ ଅସ୍ତ୍ରଶସ୍ତ୍ରକୁ ନେଇ କ’ଣ ରହିଛି ଆଇନ…

ଓଡିଶା ଭାସ୍କର: ପ୍ରତ୍ୟେକ ମଣିଷ ନିଜର ସୁରକ୍ଷା କରିବା ଚାହାନ୍ତି । ସେଥିପାଇଁ କେତେକ ଲୋକ ନିଜର ସୁରକ୍ଷା ପାଇଁ ବନ୍ଧୁକ ଓ ରିୱବ୍ଲର ରଖିବାକୁ ପସନ୍ଦ କରନ୍ତି । ତେବେ ଅନେକ ଲୋକଙ୍କୁ ଏହା ଜଣା ନାହିଁ ଯେ ବନ୍ଧୁକ ତଥା ରିୱବ୍ଲରର ଲାଇସେନ୍ସ କେମିତି ମିଳିଥାଏ । ଜଣେ ନିଜ ଘରରେ କେଉଁ ସବୁ ବନ୍ଧୁକ ରଖିପାରିବ ଓ ତାହାକୁ କେମିତି ଲାଇସେନ୍ସ ମିଳିବ ଜାଣନ୍ତୁ ।

ଆର୍ମ ଆକ୍ଟ: ଭାରତରେ ହଥିଆର ରଖିବା ପାଇଁ ଆର୍ମ ଆକ୍ଟ ରହିଛି । ଆର୍ମ ଆକ୍ଟ, ୧୯୫୯ ମସିହା ଅନୁଯାୟୀ ଆତ୍ମରକ୍ଷା ପାଇଁ ଜଣେ ଜିଲ୍ଲା ପ୍ରଶାସନର ଅନୁମତି ନେଇ ଯେକେହି ନିଜ ସୁରକ୍ଷା ପାଇଁ ଲାଇସେନ୍ସ ନେଇ ଅସ୍ତ୍ରଶସ୍ତ୍ର ରଖି ପାରିବ । ମାତ୍ର ଏହା ପାଇଁ କେତେକ ନିୟମ ମଧ୍ୟ ରହିଛି । ଏହାର ପ୍ରଥମ ନିୟମ ହେଉଛି ଲାଇସେନ୍ସ ପ୍ରାପ୍ତ କରିବା ପାଇଁ ଜଣକୁ ଭାରତୀୟ ନାଗରିକ ହେବା ସହ ୨୧ ବର୍ଷ ବୟସ ତଥା ଏହାଠୁ ଊର୍ଦ୍ଧ୍ୱ ହେବା ଆବଶ୍ୟକ ।

ଭାରତରେ କୌଣସି ବି ବ୍ୟକ୍ତିକୁ ହଥିୟାର ରଖିବା ପାଇଁ ଲାଇସେନ୍ସର ଆବଶ୍ୟକତା ବେଶ୍ ଗୁରୁତ୍ୱ ବହନ କରେ । ଏହା ପ୍ରାପ୍ତ କରିବା ପାଇଁ ଫର୍ମ ଭରିବା ସହ ତାହା ଦାଖଲ କରିବାକୁ ପଡେ । ଏହା ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ହୋଇଥାଏ । ଆବେଦନ ସମୟରେ ଆପଣ କେଉଁ ହଥିୟାର ରଖିବାକୁ ଚାହାନ୍ତି, ତାହା ଜଣାଇବା ଗୁରୁତ୍ୱପୂର୍ଣ୍ଣ ଅଟେ । ଜଣେ କେବଳ ପିଷ୍ଟଲ, ରିୱବ୍ଲର, ଦୁନାଲି ତଥା ରାଇଫଲ ରଖିପାରିବ ଲାଇସେନ୍ସ ନେଇ । ଏଥିରେ ୩୮ ବୋର, ୯ ଏମଏମ ତଥା ୩୦୩ ଭଳି ଅସ୍ତ୍ରଶସ୍ତ୍ର ନେବାର ଅନୁମତି ନ ଥାଏ ।

ଭାରତରେ ହଥିୟାର ନେବା ପାଇଁ ଲାଇସେନ୍ସ ନେବା ବେଶ୍ କଷ୍ଟକର ବ୍ୟାପାର । ଜଣେ ଗମ୍ଭୀର ଅପରାଧିକ ମାମଲାରେ ସାମିଲ ନ ଥିବା ଆବଶ୍ୟକ ହଥିୟାର ନେବା ପାଇଁ । ମାତ୍ର ଧ୍ୟାନ ରଖିବା ଉଚିତ ଯେ, ଭାରତର କୌଣସି ବି ନାଗରିକଙ୍କୁ ଭାରତୀୟ ଯବାନ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଦିଆଯାଇ ନ ଥାଏ । ଏହା ରଖିଲେ ଜଣେ ଦଣ୍ଡିତ ହେବା ଥୟ । ସାଧାରଣ ଲୋକଙ୍କୁ ଏଭଳି ହଥିୟାର ରଖିବା ପାଇଁ କେବେ ବି ସରକାର ଅନୁମତି ଦିଅନ୍ତି ନାହିଁ । ଜଣେ ଘରେ ଯଦି AK-47 ଓ ବିସ୍ପୋଟ ସାମଗ୍ରୀ ରଖିଥାଏ, ତେବେ ତାହା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ।

Get real time updates directly on you device, subscribe now.