fbpx

ଆସିଲା କେକେଙ୍କ ମୃତ୍ୟୁର ପ୍ରାଥମିକ ରିପୋର୍ଟ: ହାର୍ଟ ଆଟାକ୍ ନା ଆଉ କିଛି, ଜାଣନ୍ତୁ ଏନେଇ କ’ଣ କହିଲେ ଡାକ୍ତର

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ (କେକେ)ଙ୍କର ମୃତ୍ୟୁକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ନିଜର ସ୍ୱତନ୍ତ୍ର ଅନ୍ଦାଜର କଣ୍ଠସ୍ୱରରେ କୋଟି କୋଟି ଶ୍ରୋତାଙ୍କୁ ବାନ୍ଧି ରଖିଥିବା କେକେଙ୍କ ହଠାତ୍ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମାତ୍ର ୫୩ ବର୍ଷରେ ବିଦାୟ ନେଇଥିବା କେକେଙ୍କ ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବ ।

ତେବେ ଏହା ମଧ୍ୟରେ କେକେଙ୍କର ପ୍ରାଥମିକ ରିପୋର୍ଟ ହସ୍ତଗତ ହୋଇଛି । କେକେଙ୍କର ମୃତ୍ୟୁ ହାର୍ଟ ଆଟାକ୍ କିମ୍ବା କାର୍ଡିଆକ ଅରେଷ୍ଟ ଯୋଗୁଁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ମାତ୍ର ମୃତ୍ୟୁ ପଛର ପ୍ରକୃତ କାରଣ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିଛି । ବର୍ତ୍ତମାନ ଏହି ମାମଲାରେ କିଛି କହିବାକୁ ଡାକ୍ତରମାନେ ମନା କରିଦେଇଛନ୍ତି । ହସ୍ପିଟାଲର ଅଧ୍ୟକ୍ଷ ଓ କାର୍ଡିଓଲୋଜିଷ୍ଟ ଡା. ନରେଶ ତ୍ରେହନ ମୃତ୍ୟୁକୁ ନେଇ କିଛି ସୂଚନା ଦେଇଛନ୍ତି ।

ଡା. ନରେଶ କହିଛନ୍ତି ଯେ, ପ୍ରି ଏଗଜିଷ୍ଟିଙ୍ଗ ବ୍ଲକେଜ ଓ ଚାପ ସ୍ଥିତିରେ ବେଳେବେଳେ ଏଭଳି ଘଟଣା ଘଟିଥାଏ । ଯଦି ଜଣେ ମଣିଷ ଲଗାତର ୨-୩ ଘଣ୍ଟା ଗାଇ ଚାଲିଥିବ, ତେବେ ସେ କ୍ଷେତ୍ରରେ ସେ ଚାପଗ୍ରସ୍ତ ହୋଇଯାଇଥାଏ । କନସର୍ଟରେ ଗାଇବା ସମୟରେ ଶରୀରରୁ ବହୁତ ଶକ୍ତି ଅପଚୟ ହୋଇଥାଏ । ସେଥିପାଇଁ କେକେ ଗରମ ଲାଗୁଥିବା ନେଇ ବାରମ୍ବାର ଅଭିଯୋଗ କରିଥିଲେ । ମାତ୍ର ଏହା ଯେ ହାର୍ଟ ଆଟାକର ଯେ ଲକ୍ଷଣ ହୋଇପାରେ, ଏହା କେକେ ବୋଧହୁଏ ହୃଦବୋଧ କରିପାରି ନଥିଲେ । ଲଗାତର ଲାଇଟ ଆଗରେ ପରଫର୍ମାନ୍ସ କରିବା ଦ୍ୱାରା ଡିହାଇଡ୍ରେସନ ହୋଇ ହୀଟ ଷ୍ଟ୍ରୋକ ସମସ୍ୟା ସୃଷ୍ଟି ହୋଇପାରେ ।

Get real time updates directly on you device, subscribe now.