fbpx

ନିଶ୍ଚିତ ମୃତ୍ୟୁମୁଖରୁ ମହିଳାଙ୍କୁ ବଞ୍ଚାଇଦେଲେ ରେଲୱେ ପୋଲିସ୍, କ୍ୟାମେରାରେ କଏଦ ହେଲା ଭିଡିଓ…

ନୂଆଦିଲ୍ଲୀ: ଅସାବଧାନତା ଯୋଗୁଁ ଅନେକ ସମୟରେ ବଡ଼ ଦୁର୍ଘଟଣା ଘଟିଥାଏ । ତେଣୁ ସବୁବେଳେ ସତର୍କ ରହିବା ଏବଂ ନିୟମ ପାଳନ କରିବାକୁ କୁହାଯାଇଥାଏ । କିନ୍ତୁ ତଥାପି ଅନେକ ସମୟରେ ଲୋକମାନେ ନିୟମ ପାଳନ କରିନଥାନ୍ତି ଏବଂ ଦୁର୍ଘଟଣା ଘଟିଥାଏ । ରାସ୍ତା ପାର କଲାବେଳେ ହେଉ ଅବା ଟ୍ରେନରେ ଚଢ଼ିବା ସମୟରେ । ସତର୍କ ନରହିଲେ ଏହାର ପରିଣାମ ଭୋଗିବାକୁ ପଡ଼େ । କିନ୍ତୁ ବେଳେବେଳେ ଇଶ୍ୱରଙ୍କ କୃପାରୁ କେହି କେହି ବଞ୍ଚିଯାଇଥାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମଳିଛି ଏକ ରେଲୱେ ଷ୍ଟେସନରେ ।

ଯେଉଁଠାରେ ଜଣେ ମହିଳା ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ହଠାତ୍ ମହିଳାଙ୍କ ପାଦ ଟ୍ରେନରୁ ଖସିଯାଉଛି ମହିଳା ଜଣକ ଟ୍ରେନରେ ଫସିଯାଉଛନ୍ତି । ଠିକ୍ ସେତିକିବେଳେ ଜଣେ ରେଲୱେ ପୋଲିସ୍ ଦେବଦୂତ ଭାବରେ ଆସି ମହିଳାଙ୍କୁ ମୃତ୍ୟୁ ମୁଖ୍ୟର ବଞ୍ଚାଇବାରେ ସଫଳ ହୋଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି ।

ଏହି ଘଟଣାର ଭିଡିଓ ପୋଷ୍ଟ କରି ରେଳ ମନ୍ତ୍ରଣାଳୟ ଛତିଶଗଡର ରାୟପୁର ଷ୍ଟେସନର ବୋଲି କହିଛି । ଷ୍ଟେସନରେ ଲାଗିଥିବା ସିସିଟିଭିରେ ପୁରା ଘଟଣା କଏଦ ହୋଇଥିଲା । ରେଳ ମନ୍ତ୍ରଣାଳୟ ସିସିଟିଭି ଫୁଟେଜ୍ ଟ୍ୱିଟ୍ କରି ଏହି ଘଟଣା ବିଷୟରେ କହିଛି । ଏହା ମଧ୍ୟ କୁହାଯାଇଛି ଯେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରନ୍ତୁ ନାହିଁ କାରଣ ଏହା ସାଂଘାତିକ ହୋଇପାରେ ।

Get real time updates directly on you device, subscribe now.