fbpx

(Video) ଏହି କୋଣାର୍କ ଧର୍ମଚକ୍ର କ’ଣ? ଜୋ ବାଇଡେନଙ୍କ ପାଇଁ ଗାଇଡ ସାଜି ମୋଦୀ ବୁଝାଇଲେ ଏହାର ରହସ୍ୟ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଭାରତ ମଣ୍ଡପମ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ତେବେ ଏହି ସ୍ୱାଗତ ସମୟରେ ବାଇଡେନ ଏବଂ ମୋଦୀଙ୍କ ମଧ୍ୟରେ ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଏହାରକାରୁକାର୍ଯ୍ୟକୁ ନେଇ ଖୁବ ଆଲୋଚନା ହୋଇଛି । ତେବେ ଏହି ସମୟରେ ପ୍ରିୟର ମିତ୍ର ବାଇଡେନଙ୍କ ପାଇଁ ପ୍ରଧାନମନ୍ତ୍ରୀରୁ ଟୁରିଷ୍ଟ ଗାଇଡ ପାଲଟିଯାଇଛନ୍ତି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସମ୍ମିଳନୀର ପ୍ରଥମ ଦିନରେ ମୋଦୀ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି । ଜି-୨୦ ବୈଠକ ପାଇଁ ଭାରତ ମଣ୍ଡପମରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନଜର ଅଟକି ଯାଇଥିଲା କୋଣାର୍କର ଧର୍ମଚକ୍ର ଉପରେ । ତେବେ ଏହାର ଗୁଣ ଗାରିମା ବୁଝିବା ପାଇଁ ବାଇଡେନ୍ ମୋଦୀଙ୍କୁ ପଚାରିଥିଲେ । ମୋଦୀ ବାଇଡେନଙ୍କୁ ସୂର୍ଯ୍ୟ ମନ୍ଦିର ଏବଂ ଏହାର ଚକ ସମ୍ପର୍କରେ ସମ୍ୟକ ଧାରଣା ଦେଇଛନ୍ତି । ସେ କହିଛନ୍ତି ଯେ, କୋଣାର୍କ ହେଉଛି ଏକ ପ୍ରତିଷ୍ଠିତ ବାସ୍ତୁଶିଳ୍ପ, ଯାହା ଭାରତର ସାଂସ୍କୃତିକ, ଐତିହାସିକ ଏବଂ ଧାର୍ମିକ ଭାବନାର ମହତ୍ତ୍ୱ ରଖିଛି । ଏହି କୋଣାର୍କ ମନ୍ଦିର ବିଶ୍ୱ ଐତିହ୍ୟ ସ୍ଥଳର ସୂର୍ଯ୍ୟ ମନ୍ଦିରର ଏକ ଅଂଶ । ପୂର୍ବ ରାଜ୍ୟ ଓଡ଼ିଶାରେ ଏହା ଅବସ୍ଥିତ ବୋଲି ବାଇଡେନଙ୍କୁ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କୋଣାର୍କ ସୂର୍ଯ୍ୟ ମନ୍ଦିରର ରଥର ଚକ ଏକ ବିଶାଳ ପଥରରେ ନିର୍ମିତ । ଏଥିରେ ବିଶାଳ ପଥରକୁ ଖୋଦିତ କରାଯାଇ ରଥର ଚକ ଭାବରେ ଡିଜାଇନ୍ କରାଯାଇଛି । ଭାରତର କଳା ଏବଂ ବାସ୍ତୁକଳାର ଏହା ଅନନ୍ୟ ପରିଚୟ ବୋଲି କୁହାଯାଇପାରେ । ଏହି ଧର୍ମଚକ୍ର ସୂର୍ଯ୍ୟମନ୍ଦିରର ବାସ୍ତୁକଳାର ଏକ ଅଭିନ୍ନ ଅଙ୍ଗ ଏବଂ ଏହାର ବିଶାଳ ଆକୃତି ସହିତ ଶିଳ୍ପ କୌଶଳ ଖୁବ ବିସ୍ମୟକାରୀ ବୋଲି କହିଛନ୍ତି ମୋଦୀ । ତୟୋଦଶ ଶତାବ୍ଦୀରେ ଇସ୍ୱୀରେ ପୂର୍ବ ଗଙ୍ଗ ରାଜବଂଶର ରାଜା ପ୍ରଥମ ନରସିଂହ ଦେବ ନିର୍ମାଣ କରାଇଥିଲେ । ମନ୍ଦିର ପରିସରକୁ ଏକ ବିଶାଳ ରଥ ଭାବରେ ଡିଜାଇନ୍ କରାଯାଇଛି । ଏହି ରଥରେ ୨୪ଟି ବିଶାଳ ଖୋଦିତ ଚକ୍ର ରହିଛି ।

Get real time updates directly on you device, subscribe now.