fbpx

ଜହ୍ନରେ ଏହି ଲାଲ-ନୀଳ ରଙ୍ଗ କ’ଣ? ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ଜହ୍ନ ରାଇଜର ନୂଆ ନୂଆ ଫଟୋ ସେୟାର କରୁଛନ୍ତି ପ୍ରଜ୍ଞାନ ଓ ବିକ୍ରମ । ତେବେ ବର୍ତ୍ତମାନ ଚନ୍ଦ୍ରରେ ରାତି ହୋଇଯାଇଥିବାରୁ ସେଠାରେ ତାପମାତ୍ରା -୨୮୦ ଡିଗ୍ରୀ ପାର୍ କରି ସାରିଛି । ତେଣୁ ପ୍ରଜ୍ଞାନ ଏବଂ ଲାଣ୍ଡର ବିକ୍ରମ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ହିଁ ବିଶ୍ରାମ ନେଉଛନ୍ତି । ଭାରତର ଏହି ମିଶନକୁ ୧୫ ଦିନ ହୋଇଯାଇଥିବା ବେଳେ ଏବେ ବି ଆକ୍ଟିଭ ରହିଛି ଚନ୍ଦ୍ରଯାନ-୩ । ଆଜି ଚନ୍ଦ୍ରପୃଷ୍ଠର ଏକ ଅଦ୍ଭୁତ ଚିତ୍ର ପଠାଇଛି ରୋଭର ପ୍ରଜ୍ଞାନ । ଏହି ଫଟୋର ଜହ୍ନ ରାଇଜର ମାଟିରେ ଲାଲ ଏବଂ ନୀଳ ରଙ୍ଗ ଦେଖିବାକୁ ମିଳିଛି ।

ଚନ୍ଦ୍ରପୃଷ୍ଠରେ ରାତି ହେବା ପରେ ମିଶନରେ ଅଟକି ଯାଇଛି ଚନ୍ଦ୍ରଯାନ । ତେବେ ୧୪ ଦିନ ପରେ ପୁଣିଥରେ ଚନ୍ଦ୍ରରେ ସୂର୍ଯ୍ୟାଲୋକ ପଡ଼ିଲେ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସତେଜ ହୋଇ ଅନ୍ୱେଷଣ ଆରମ୍ଭ କରିବେ ବୋଲି ଜାଣିବାକୁ ମିଳିଛି । ତେବେ ଏହି ଦିନ ମାନଙ୍କ ମଧ୍ୟରେ ଚନ୍ଦ୍ରଯାନ-୩ ଭିନ୍ନ ଭିନ୍ନ ତଥ୍ୟ ପଠାଇଥିବା ବେଳେ ଆଜିର ଚିତ୍ର ଖୁବ ବିଚିତ୍ର ରହିଛି । ଇସ୍ରୋ ଆଜି ସନ୍ଧ୍ୟାରେ ଏକ୍ସ(ଟ୍ୱିଟର)ରେ ଏକ ପୋଷ୍ଟ ସେୟାର କରିଛି । ଏହାସହିତ ଅଗଷ୍ଟ ୩୦ର ପୋଷ୍ଟକୁ ମଧ୍ୟ ରିପୋଷ୍ଟ କରିଛି ଇସ୍ରୋ । ଏହାସହିତ ସୂଚନା ଦିଆଯାଇଛି ଯେ, ଏହି ଫଟୋ ଏନଗ୍ଲିଫ ଷ୍ଟିରିଓ କିମ୍ବା ମଲ୍ଟି-ଭ୍ୟୁ ଚିତ୍ରରୁ ଆୟାମ ମଧ୍ୟରେ କିଛି ବସ୍ତୁ ବା ଅଞ୍ଚଳର ଦୃଶ୍ୟ । ଏହି ଫଟୋକୁ ଏନଗ୍ଲିଫ ନାଭକ୍ୟାମ୍ ଷ୍ଟିରିଓ ଇମେଜର ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ।

ISRO ଅନୁଯାୟୀ, ବାମ ଚିତ୍ରକୁ ନାଲି ଚ୍ୟାନେଲରେ ରଖାଯାଇଥିବାବେଳେ ଡାହାଣ ଚିତ୍ରକୁ ନୀଳ ଏବଂ ସବୁଜ ଚ୍ୟାନେଲରେ ରଖାଯାଇଛି । ଏହି ଦୁଇଟି ପ୍ରତିଛବି ମଧ୍ୟରେ ପାର୍ଥକ୍ୟ ହେଉଛି ଷ୍ଟେରିଓ ଇଫେକ୍ଟ, ଯାହା ତିନୋଟି ଆକାରର ଭିଜୁଆଲ୍ ଇଫେକ୍ଟ ବର୍ଣ୍ଣନା କରେ । ପ୍ରୟାଗନ୍ ରୋଭରରେ ଲାଗିଥିବା ଏହି ଅତ୍ୟାଧୁନିକ କ୍ୟାମେରା NavCam LEOS / ISRO ଦ୍ୱାରା ବିକଶିତ ହୋଇଛି । ଏହାର ଡାଟା ପ୍ରକ୍ରିୟାକରଣ ISRO ଦ୍ୱାରା କରାଯାଉଛି ।

Get real time updates directly on you device, subscribe now.