fbpx

ମହାକାଶରୁ କେମିତି ଫେରିବେ ସୁନୀତା, ନାସା ଦେଲା ସୂଚନା

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ ଓ୍ବିଲମୋଚ ମହାକାଶରେ ରହିଥିବା ବେଳେ ତାଙ୍କ ଫେରିବାକୁ ନେଇ ସମସ୍ତ ପ୍ରସ୍ତୁତି କରାଯାଉଛି । ଏହାରି ଭିତରେ ତାଙ୍କ ଫେରିବା ବିଷୟରେ ଏକ ବଡ ଅପଡେଟ ଦେଇଛି ନାସା । ଆସନ୍ତା ଫେବୃଆରୀ ମାସରେ କ୍ରୁ-9 ମିଶନ ଜରିଆରେ ସେମାନଙ୍କୁ ସ୍ପେସ ଏକ୍ସର ସ୍ସେସ ସିପ ସାହାଯ୍ୟରେ ପୃଥିବୀକୁ ଅଣାଯିବା ନେଇ ଘୋଷଣା କରାଯାଇଛି । ସେମାନଙ୍କୁ ଫେରାଇ ଆଣିବା ପାଇଁ ନାସାର ଦୁଇ ମହାକାଶଚାରୀ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଆଇଏସଏସ ଯିବା ପୂର୍ବରୁ ନାସାର ନିକ ହେଗ ଏବଂ ରୋସ୍କରୋମ୍ସର କସ୍ମୋନାଣ୍ଟ ଆଲେକ୍ସଜାଣ୍ଡାର୍ ଗୋର୍ବୁନୋଭ କ୍ବାରେଣ୍ଟାଇନରେ ରହିବା ନେଇ ଘୋଷଣା କରାଯାଇଛି ।

ନାସା ଦ୍ବାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ସେପ୍ଟେମ୍ବର 26 ରେ ସ୍ପେସ୍-ଏକ୍ସ ସହାୟତାରେ କ୍ରୁ -9 ମିଶନ ଆରମ୍ଭ ହେବ । ଏହି ଦୁଇ ଜଣ ମହାକାଶଚାରୀଙ୍କୁ ଫାଲକନ-9 ରକେଟ ସାହାଯ୍ୟରେ ସେମାନଙ୍କୁ ଅନ୍ତରୀକ୍ଷ ମହାକାଶ ଷ୍ଟେସନକୁ ପଠାଯିବ । ଭାରତୀୟ ସମୟ ଅନୁଯାୟୀ, କ୍ରୁ -9 ମିଶନ ସେପ୍ଟେମ୍ବର 25 ରେ ରାତି 11:58 ରେ ଆରମ୍ଭ ହେବ । ଉଡ଼ାଣର ପ୍ରାୟ 6 ଘଣ୍ଟା ପରେ ଉଭୟ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ପହଞ୍ଚିବେ । ଯଦି ଦେଖିବା ନାସାର କ୍ରୁ ମିଶନ ଅଧୀନରେ ସାଧାରଣତଃ 4 4 ଜଣ ମହାକାଶଚାରୀ ଡ୍ରାଗନ୍ ସ୍ପେସ୍ ଜାହାଜରୁ ISS କୁ ପଠାଯାଇଥାଏ । କିନ୍ତୁ ଚଳିତ ଥର କ୍ରୁ -9 ମିଶନ ଅଧୀନରେ କେବଳ 2 ଜଣ ମହାକାଶଚାରୀଙ୍କୁ ISS କୁ ପଠାଯିବ ।  ତେବେ ଆସନ୍ତା ଫେବୃଆରୀ ମାସରେ କ୍ରୁ-9 ମିଶନ ଅଧୀନରେ ଡ୍ରାଗନ ଅନ୍ତରୀକ୍ଷ ଯାନ ଜରିଆରେ ଦୁଇ ଜଣ ମହାକାଶଚାରୀ ପୃଥିବୀକୁ ଫେରିବେ ।

Get real time updates directly on you device, subscribe now.