fbpx

ବଜେଟ୍ ପୂର୍ବରୁ କଣ କହିଲେ ରାହୁଲ

ନୂଆଦିଲ୍ଲୀ, ୧ା୨: ଆଜି ପୂର୍ବାହ୍ନ ୧୧ଟା ସମୟରେ କେନ୍ଦ୍ର ବଜେଟ୍ ଉପସ୍ଥାପିତ ହେବ । ତେବେ ବଜେଟ୍ ଆଗତ ହେବା ପୂର୍ବରୁ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ଟ୍ୱିଟ୍ ମାଧ୍ୟମରେ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି ।

ରାହୁଲ କହିଛନ୍ତି ଯେ, ସରକାର ଏହି ବଜେଟରେ ଦେଶର ଚାଷୀଙ୍କ ବିକାଶ ପ୍ରତି ଗୁରୁତ୍ୱାରୋପ କରିବା ଉଚିତ । ଦେଶରେ ବେକାରୀ ହାର ବୃଦ୍ଧି ପାଉଥିବାରୁ ନିଯୁକ୍ତି ହାର ବୃଦ୍ଧି କରିବାର ଦରକାର । ଏଥିସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟର ପରିମାଣ ବୃଦ୍ଧି କରିବା ଉଚିତ ବୋଲି ରାହୁଲ ଟ୍ୱିଟ୍ କରି ଜଣାଇଛନ୍ତି ।

Get real time updates directly on you device, subscribe now.