fbpx
BSKY
BJD MC SKY
BJD MS SKY

Omicronର ଆଶଙ୍କା ମଧ୍ୟରେ ସାମନାକୁ ଆସିଲା Delmicron, ଜାଣନ୍ତୁ ଏନେଇ କ’ଣ ରହିଛି ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱରେ ଆଶଙ୍କା ବଢ଼ି ଚାଲିଥିବା ବେଳେ ଏହା ମଧ୍ୟରେ ଆଉ ଏକ ବିପଦ ସାମନାକୁ ଆସିଛି । ଏପରି ସ୍ଥଳେ ଡେଲଟା ଓ ଓମିକ୍ରନର ସମ୍ମିଶ୍ରଣରେ ଡେଲମିକ୍ରନ ନାମକ ଏକ ନୂଆ ଭାରିଆଣ୍ଟର ଉତ୍ପତ୍ତି ହୋଇଛି । ଏହା ବର୍ତ୍ତମାନ ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟିଛି । ଯଦି ଜଣେ ଏକ ସମୟରେ ଡେଲଟା ଓ ଓମିକ୍ରନରେ ଆକ୍ରାନ୍ତ ହୁଏ, ତେବେ ସେ କ୍ଷେତ୍ରରେ ତାହାକୁ ଡେଲମିକ୍ରନ କୁହାଯାଇଥାଏ ।

ବିଶେଷଜ୍ଞଙ୍କ ମତରେ, ଓମିକ୍ରନ ଭାରିଆଣ୍ଟକୁ ଏକ ସଂକ୍ରାମକ ଭାରିଆଣ୍ଟ ଭାବେ ଗ୍ରହଣ କରାଯାଉଛି । ଅପରପକ୍ଷେ ଡେଲଟା କାରଣରୁ ଦ୍ୱିତୀୟ ଲହର ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଇ ଭାରିଆଣ୍ଟର ମିଶ୍ରଣ ଫଳରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇପାରେ । କିଛି ଦେଶରେ ଡେଲମିକ୍ରନର ସଂକ୍ରମଣ ନେଇ ତଥ୍ୟ ସାମନାକୁ ଆସିବା ପରେ ବୈଜ୍ଞାନିକମାନେ ଏନେଇ ଅଧିକ ଚିନ୍ତିତ ରହିଛନ୍ତି । କୋଭିଡ-୧୯ ଭ୍ୟାକ୍ସିନ କରୋନାର ଗମ୍ଭୀର ସଂକ୍ରମଣକୁ ହ୍ରାସ କରିବାରେ ସହାୟକ ହେବ । ଯେଉଁମାନେ ଦୁଇଟିଯାକ ଟିକା ନେଇ ସାରିଛନ୍ତି, ସେମାନେ ଅନେକ ମାତ୍ରାରେ ସୁରକ୍ଷିତ ବୋଲି କୁହାଯାଉଛି । ମାତ୍ର ଓମିକ୍ରନ ସଂକ୍ରମଣକୁ ହ୍ରାସ କରିବା ନେଇ ଭ୍ୟାକ୍ସିନ କେତେ ଫଳପ୍ରଦ, ସେନେଇ ଅଧ୍ୟୟନ ଜାରି ରହିଛି ।

ଡେଲା ଓ ଓମିକ୍ରନ ଯଦି ଜଣଙ୍କୁ ଏକ ସମୟରେ ଆକ୍ରାନ୍ତ କରେ, ସେ କ୍ଷେତ୍ରରେ ଭ୍ୟାକ୍ସିନ କିପରି କାମ କରିବ, ତାହା ମଧ୍ୟ ଆଗକୁ ସାମ୍ନାକୁ ଆସିବ । ଦୁର୍ବଳ ଇମ୍ୟୁନିଟି, ବୃଦ୍ଧାବସ୍ଥା ଓ କୋମୋରବିଡିଟିରେ ଶିକାର ଲୋକମାନେ ଡେଲଟା ଓ ଓମିକ୍ରନରେ ଏକ ସମୟରେ ସଂକ୍ରମିତ ହେବା ଆଶଙ୍କା ଅଧିକ । ଯେଉଁ ଅଞ୍ଚଳରେ କମ ଟିକାକରଣ ହୋଇଛି, ସେଠାରେ ପରିସ୍ଥିତି ଭୟାନକ ହୋଇପାରେ । ଡେଲମିକ୍ରନ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ଖୁବଶୀଘ୍ର ଲୋକଙ୍କୁ ଦୁଇଟି ଡୋଜ୍ ଟିକା ଦେବା ସହ ଦୁର୍ବଳ ଇମ୍ୟୁନିଟିଧାରୀ ଲୋକଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ କରିବା ଦରକାର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.