fbpx

CBSE ପରୀକ୍ଷାକୁ ନେଇ କ’ଣ କହିଲେ ଗଣଶିକ୍ଷାମନ୍ତ୍ରୀ?

Advertisement

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): CBSE ପରୀକ୍ଷା ତାରିଖ ଘୋଷଣା ପରେ ଚିନ୍ତାରେ ପଡିଛି ଗଣଶିକ୍ଷା ବିଭାଗ । ଏହି ସର୍ମ୍ପକରେ ଆଜି ନିଜର ପ୍ରିତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ‘କେବେ ସ୍କୁଲ, କଲେଜ ଖୋଲିବ, ସନେଇ ବିଚାରବିମର୍ଶ ଜାରି ରହିଛି । ବ୍ରିଟେନର ନୂଆ କୋରୋନା ଭୂତାଣୁ ଉପରେ ନଜର ରହିଛି । ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଆମ ପାଇଁ ପିଲାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂଣ୍ଣ ରହିଛି । ସିବିଏସଇ ଧାରାରେ ପରୀକ୍ଷା କରିବାକୁ ଯୋଜନା ଚାଲିଛି । ଆଦର୍ଶ ବିଦ୍ୟାଳୟ ସହ କିଛି ଘରୋଇ ସ୍କୁଲ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିପାଇଁ କିପରି ବ୍ୟବସ୍ଥା ହେବ, ସେଥିପାଇଁ ବିଚାର ବିମର୍ଶ ଚାଲିଛି ।’

ତେବେ କରୋନା ଭାଇରସ୍ ଯୋଗୁଁ ସ୍କୁଲ, କଲେଜ ବନ୍ଦ ରହିଛି । ଅନଲାଇନ ମାଧ୍ୟରେ ପିଲାଙ୍କୁ ପାଠ ପଢାଯାଉଛି ।

Get real time updates directly on you device, subscribe now.