fbpx
BSKY SKY
BSKY SKY

ଶେଷ ଥର ଲତା କେଉଁ ଗୀତ ଗାଇଥିଲେ ? ଶୁଣିଲା ପରେ ଆପଣଙ୍କ ଆଖି ଲୁହରେ ଭରିଯିବ

BSKY

ନୂଆଦିଲ୍ଲୀ : ଲତା ମଙ୍ଗେଶକର, ଯାହାଙ୍କୁ ଆମେ ସ୍ୱର ସମ୍ରାଟ, ହିନ୍ଦୀ ବୁଲବୁଲ, କୋଇଲି ପରି ନାମରେ ସମ୍ବୋଧିତ କରିଥାଉ । ତାଙ୍କୁ ଏହି ଦେଶ କେବେ ଭୂଲି ପାରିବ ନାହିଁ । ଲତା ମଙ୍ଗେଶକର ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ହିନ୍ଦୀ ସିନେମାକୁ ଇଣ୍ଟରନ୍ୟାସନାଲ ସ୍ତରକୁ ନେଇଥିଲେ । ଲତା ମଙ୍ଗେଶକର ଦୁନିଆ ଛାଡି ଚାଲି ଯାଇଛନ୍ତି ସତ କିନ୍ତୁ ତାଙ୍କ ସ୍ୱର ଏବେ ମଧ୍ୟ ଜୀବିତ ଅଛି । ଯାହାକୁ ଆଗାମୀ ପତଢି ମଧ୍ୟ କେବେ ଭୂଲି ପାରିବ ନାହିଁ । ତେବେ ଆଜି ସ୍ୱର ସମ୍ରାଟଙ୍କ ୯୪ ତମ ଜୟନ୍ତି । ତେବେ ଲତା ମଙ୍ଗେଶକର ଯେଉଁ ଗୀତ ଗାଉଥିଲେ ସେହି ଗୀତ ଖାସ ହେଉଥିଲା ।

ସେହି ଗୀତରେ ଜାଦୁ ଥାଏ । ଏହି ଗୀତ ଗୁଡିକ କିଛି କ୍ଷଣରେ ହସାଇବା ଏବଂ କିଛି କ୍ଷଣ ମଧରେ କନ୍ଦାଇବା ଭଳି ଗୁଣ ମଧ୍ୟ ରଖିଥିଲା । ଗୋଟିଏ ସମୟ ଥିଲା ଯେତେବେଳେ ସବୁ ବଲିଉଡ ଫିଲ୍ମରେ ଲତା ମଙ୍ଗେଶକରଙ୍କ ଗୀତ ଶୁଣୀବାକୁ ମିଳୁଥିଲା । ତାଙ୍କ ଗୀତ ବିନା କୌଣସି ଫିଲ୍ମ ସମ୍ପୂର୍ଣ୍ଣ ହେଉନଥିଲା । ଲୋକମାନେ କହୁଥିଲେ କୌଣସି ଫିଲ୍ମରେ ତାଙ୍କ ଗୀତ ଥିଲେ ସେହି ଫିଲ୍ମକୁ ଲୋକମାନେ ଅଧିକ ପସନ୍ଦ କରୁଥିଲେ । ଏହି ଗୀତ ଗୁଡିକ ଶୁଣିବା ପରେ ଏବେ ମଧ୍ୟ ଲୋକମାନଙ୍କ ଆଖିରେ ଲୁହ ଆସିଥାଏ । ଲତା ମଙ୍ଗେଶକର ଶେଷ ଥର ପାଇଁ ଅମିର ଖାନଙ୍କ ଫିଲ୍ମ “ରଙ୍ଗ ଦେ ବସନ୍ତି”ରେ ଗୀତ ଗାଇଥିଲେ ।

ସେ ଫିଲ୍ମର କ୍ଲାସିକ ଗୀତ ଲୁକାଛୁପି ଗାଇଥିଲେ । ଏହି ଗୀତଟି ମା-ପୁଅର ସମ୍ପର୍କକୁ ଦର୍ଶାଇଥିଲା । ଆଜି ମଧ୍ୟ ଲୋକମାନେ ଏହି ଗୀତ ଦ୍ୱାରା ତାଙ୍କ ଭାବନା ପ୍ରକାଶ କରୁଛନ୍ତି । ଲତା ମଙ୍ଗେଶକରଙ୍କ ଶେଷ ଗୀତ ୨୦୦୬ରେ ରିଲିଜ ହୋଇଥିଲା । ଏହା ଛଡା ଲତା ମଙ୍ଗେଶକର “ଭିର ଜରା” ଆଲବମ୍ ପାଇଁ ଅନେକ ଗୀତ ଗାଇଥିଲେ । ଏଥିରେ “ତେରେ ଲିଏ ହମ ହେ ଜିଏ” , “ଏସା ଦେଶ ହେ ମେରା”, “ହମତୋ ଭାଇ ଯେସେ ହେ”, “ଦୋ ପଲକା ଖାବୋକା କାରବା” ପରି ଗୀତ ଗୁଡିକ ସାମିଲ ଅଛି । ୬ ଫେବୃୟାରୀ ୨୦୨୨ରେ ତାଙ୍କର ମୃତ୍ୟୁ ହୋଇଥିଲା । ସାରା ଦୁନିଆର ସଙ୍ଗୀତ ପ୍ରେମୀଙ୍କ ପାଇଁ ଏହା ବ୍ଲାକ ଡେ ଥିଲା । ସେ ୯୩ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Get real time updates directly on you device, subscribe now.