fbpx

ଝଡ଼, ବର୍ଷା ସମୟରେ ଆପଣଙ୍କ ଟିଭିର ସିଗନାଲ କଟିଗଲେ କ’ଣ କରିବେ: ଆଗକୁ ସିଗନାଲ ଜମା କଟିବନି, ଆପଣାନ୍ତୁ ଖାସ୍ ଟେକନିକ୍

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ବର୍ଷା ସିଜିନ ଚାଲିଥିବା ବେଳେ ଲୋକମାନେ ଅଧିକାଂଶ ସମୟରେ ଘରେ ରହିବାକୁ ବାଧ୍ୟ ହୋଇଥାନ୍ତି । ତେବେ ଏହି ଅବସରରେ ଲୋକମାନେ ନିଜ ପରିବାର ସହ ଟିଭିରେ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିଥାନ୍ତ । ମାତ୍ର ଦୁଃଖର ବିଷୟ ହେଉଛି, ବର୍ଷାଦିନେ ଅଧିକାଂଶ ସମୟରେ ଟିଭିର ସିଗନାଲ କଟିଯାଇଥାଏ । ଫଳରେ ଲୋକମାନେ ଟିଭି ଦେଖିବା ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କିଛି ଖାସ୍ ଉପାୟ ପ୍ରୟୋଗ କରିବାକୁ ପଡ଼ିବ । ପ୍ରଥମେ ଜାଣିବାକୁ ହେବ ବର୍ଷାରେ ସାଟେଲାଇଟ୍ ସିଗନାଲ କିପରି ପ୍ରଭାବିତ ହୁଏ? ସାଟେଲାଇଟରୁ ଆମ ଘରକୁ ଆସୁଥିବା ସିଗନାଲ ଝଡ଼, ତୋଫାନ ଓ ବର୍ଷା ସମୟରେ ପ୍ରଭାବିତ ହୋଇଥାଏ । ବର୍ଷା କାରଣରୁ ସିଗନାଲ ଉପରେ ବାଧା ସୃଷ୍ଟି ହୋଇଥାଏ । ବର୍ଷା ଓ ଝଡ଼ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ତରଙ୍ଗକୁ ପ୍ରଭାବିତ କରିବା ଫଳରେ ଆପଣଙ୍କର ଟିଭିର ସିଗନାଲ ଗାଏବ ହୋଇଯାଇଥାଏ ।

ସାଟେଲାଇଟ୍ ସିଗନାଲକୁ ଠିକ୍ କରିବାର ସବୁଠାରୁ ଭଲ ଉପାୟ ହେଉଛି ନିଜର ଡିଶ ଆଣ୍ଟିନାକୁ ଜଳୀୟ ସ୍ଥାନରୁ ଉଠାଇ ନେଇ ଶୁଖିଲା ଜାଗାରେ ଇନଷ୍ଟଲ କରିବା । ଏହାଫଳରେ ସିଗନାଲର ବ୍ଲକିଂ କମ୍ ହେବ ଓ ବର୍ଷା ପ୍ରଭାବରୁ ତାହା ରକ୍ଷା ପାଇପାରିବ । ନିଜର ସାଟେଲାଇଟ୍ ଡିଶ ଉପରେ ନନ-ଷ୍ଟିକ କୁକିଂ ସ୍ପ୍ରେ କରିବା ମଧ୍ୟ ଏକ ବଢ଼ିଆ ବିକଳ୍ପ । ଏହି ସ୍ପ୍ରେ ବର୍ଷାର ଜଳବିନ୍ଦୁକୁ ଡିଶ ଉପରେ ଲାଗିବାରୁ ରୋକିଥାଏ ଓ ସିଗନାଲକୁ ପ୍ରଭାବିତ ହେବାରୁ ବଞ୍ଚାଇଥାଏ । ପ୍ରତି ୩ ମାସରେ ଅତିକମରେ ଥରେ ଡିଶ ସ୍ପେ କରିବା ଆବଶ୍ୟକ । ଯଦି ଡିଶ ଆପଣଙ୍କ ଘରର କୌଣସି କାନ୍ଥରେ ଇନଷ୍ଟଲ ହୋଇଛି ତେବେ ଡିଶ ସାମ୍ନାରେ ଏକ ଫାଇବର ଗ୍ଲାସ ଖଣ୍ଡ ଲଗାଇ ପାରିବେ । ଏହାଫଳରେ ଫାଇବର ଗ୍ଲାସ ଡିଶ ପାଇଁ ଏକ ସୁରକ୍ଷା କବଚ ସାଜିବ ଓ ପାଣି ବୁନ୍ଦା ଡିଶର ସିଗନାଲକୁ ବ୍ଲକିଂ କରିପାରିବ ନାହିଁ ।

Get real time updates directly on you device, subscribe now.