fbpx

ଶରୀରରେ କେଉଁ ଭିଟାମିନର ଅଭାବ ରହିଛି ଏହି ସବୁ ଲକ୍ଷଣରୁ ଜାଣନ୍ତୁ

ଶରୀରକୁ ସୁସ୍ଥ ରହିବା ପାଇଁ  ଭିନ୍ନ ଭିନ୍ନ ଭିଟାମିନର ଆବଶ୍ୟକତା ରହିଛି। ଭିଟାମିନ ଏକପ୍ରକାରର ଅର୍ଗାନିକ୍ କମ୍ପାଉଣ୍ଡ, ଯାହା ଶରୀରକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ। ଶରୀରର ପ୍ରତ୍ୟେକ ଅଙ୍ଗ ଠିକ ଠାକ ଭାବେ କାର୍ଯ୍ୟ କରିବା ପାଇଁ ସବୁପ୍ରକାର ଭିଟାମିନ୍‌ର ଆବଶ୍ୟକତା ପଡ଼ିଥାଏ। ତେବେ ଏପରି କିଛି ଲକ୍ଷଣ ରହିଛି ଯାହା ଦ୍ୱାରା ଆମ ଶରୀରରେ କେଉଁ ଭିଟାମିନ ଅଭାବ ରହିଛି ଜାଣିହୁଏ। ଆସନ୍ତୁ ଜାଣିବା କେଉଁ ଲକ୍ଷଣ ଦେଖାଗଲେ କେଉଁ ଭିଟାମିନ ଅଭାବ ରହିଛି।

ଗୋଡ଼ର ମାଂସପେଶୀ ଟାଣ ହେଉଥିଲେ ଜାଣିବେ ଆପଣଙ୍କ ଶରୀରରେ କ୍ୟାଲସିୟମ୍‌ ଓ ପୋଟାସିୟମ୍‌ ଅଭାବ ରହିଛି।

ଭିଟାମିନ୍‌ ‘ଏ’ ଓ ‘ସି’ ଅଭାବରୁ ଚେହେରା ଖରାପ ହେବାକୁ ଲାଗେ। ଯେମିତି ତ୍ଵଚା ରୁକ୍ଷ, ବ୍ରଣ ସମସ୍ୟା ଦେଖା ଦେଇଥାଏ।

ଆଇରନ୍, ଜିଙ୍କ୍ ଓ ଭିଟାମିନ୍ B-12ର ଅଭାବ ଯୋଗୁଁ ଓଠ ଫାଟିଥାଏ।

ଶରୀରରେ ଭିଟାମିନ୍ B-7, ଜିଙ୍କ ଓ ପ୍ରୋଟିନ୍‌ର ଅଭାବ ଥିଲେ ଚୁଟି ବହୁତୁ ଝଡ଼ିବା ଭଳି ସମସ୍ୟା ଦେଖାଯାଏ।

ଭିଟାମିନ୍‌ ‘ବି’ ଓ ମ୍ୟାଗ୍ନେସିୟମର ଅଭାବ ରହିଥିଲେ ଥକାପଣ ଓ ମୁଣ୍ଡ ବିନ୍ଧା ପରି ସମସ୍ୟା ଦେଖାଦେଇଥାଏ।

Get real time updates directly on you device, subscribe now.