fbpx

ପ୍ରଜ୍ଞାନ ରୋଭର ଆକ୍ଟିଭ ହେଲେ ISRO କୁ କ’ଣ ଫାଇଦା, Chandrayaan-3ଉପରେ ତାଜା ଅପଡେଟ ଦେଲେ ସୋମନାଥ

ନୂଆଦିଲ୍ଲୀ : ଭାରତର ଚନ୍ଦ୍ରଯାନ ୩ରେ ଥିବା ବା ସାମିଲ ହୋଇଥିବା ପ୍ରଜ୍ଞାନ ରୋଭର ଆକ୍ଟିଭ ହେବାର ସମ୍ଭାବନା ଏବେ ମଧ୍ୟ ଅଛି । ଇସ୍ରୋ ଚିଫ ସୋମନାଥ ଏବେ ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି ପ୍ରଜ୍ଞାନ ରୋଭର ନିଦରୁ ଉଠିବ ନାହିଁ ତାହାର ସମ୍ଭାବନା କୁ ଏଡା ଯାଇ ପାରିବନି । ତେବେ ସବୁଠାରୁ ବଡ ପ୍ରଶ୍ନ ଏହା ଉଠେ ପ୍ରଜ୍ଞାନ ଆକ୍ଟିଭ ହେଲେ ଇସ୍ରୋକୁ କେତେ ପରିମାଣର ଫାଇଦା ହେବ । ତେବେ ଇସ୍ରୋ ଚିଫ କହିଛନ୍ତି ଏହି ମିଶନ ତାହାର ଉଦ୍ଦେଶ୍ୟ ପୁରଣ କରିସାରିଛି । ଯଦି ପ୍ରଜ୍ଞାନ ନିଦରୁ ଉଠେ ତେବେ କିଛି ଆଗକୁ କରାଯାଇପାରେ । ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ କହିଥିଲେ ଚନ୍ଦ୍ରଯାନ-୩ର ରୋଭର ଚନ୍ଦ୍ର ପୃଷ୍ଠରେ ସୋଇ ପଡିଛି । କିନ୍ତୁ ସେ ନିଦରୁ ଉଠିବ ନାହିଁ ବୋଲି କୁହାଯାଇ ପାରିବ ନାହିଁ । ସେ କେବେବି ନିଦରୁ ଉଠିପାରେ । ସେ କହିଛନ୍ତି ଚନ୍ଦ୍ରଯାନ ୩ର ମୁଖ୍ୟ ଉଦ୍ଦେଶ୍ୟ ସଫଳ ଲ୍ୟାଣ୍ଡିଙ୍ଗ ଥିଲା । ଏହା ପରେ ବାକି ୧୪ ଦିନ ସବୁ ଡାଟା କଲେକ୍ଟ କରାଯାଇଛି ।

ସେ କହିଛନ୍ତି ପ୍ରଜ୍ଞାନ ରୋଭର ସେଠାରେ ଶାନ୍ତିରେ ଶୋଇଛି । ତାକୁ ଭଲ ଭାବରେ ଶୋଇବାକୁ ଦିଅନ୍ତୁ । ଆମେ ତାହାକୁ ଆଉ ହଇରାଣ କରିବା ନାହିଁ । ସେ ଯେବେ ଉଠିବାକୁ ଚାହିଁବ ସେବେ ଉଠିବ । ତେବେ ତାଙ୍କୁ ଯେତେବେଳେ ପ୍ରଶ୍ନ ପଚରା ଯାଇଥିଲା ଇସ୍ରୋ କ’ଣ ଏବେ ମଧ୍ୟ ଆଶା କରୁଛି ପ୍ରଜ୍ଞାନ ରୋଭର ପୁଣି ଥରେ ନିଦରୁ ଉଠିବ ଏହାର ଉତ୍ତରରେ କହିଥିଲେ, ମିସନରେ ଏକ ଲ୍ୟାଣ୍ଡର ଏକ ରୋଭର ସାମିଲ ଅଛନ୍ତି । ଲ୍ୟାଣ୍ଡର ଏକ ବିଶାଳ ସଂରଞ୍ଚନା ହୋଇଥିବାରୁ ଏହାର ସମ୍ପୂର୍ଣ୍ଣ ଭାବରେ ପରୀକ୍ଷଣ ହୋଇ ପାରି ନଥିଲା । କିନ୍ତୁ ପ୍ରଜ୍ଞାନ ରୋଭରର ଠିକ ଭାବରେ ପରୀକ୍ଷଣ ହୋଇଛି । ଏହାକୁ ୨୦୦ ଡିଗ୍ରୀ ସେଲସିୟସରେ ପରୀକ୍ଷା କରାଯାଇଛି । ଏହା ତା ଠାରୁ ମଧ୍ୟ ଅଧିକ ତାପମାତ୍ରାରେ କାମ କରିବା ଦେଖିବାକୁ ମିଳିଛି । ସେ କହିଛନ୍ତି ୪୨ ଦିନର ଲମ୍ବା ମିଶନ ପରେ ଯେଉଁ ବିକିରଣ ସହ ସମ୍ପର୍କ କରାଯାଇଛି ଏଥିରେ ଝଟକା ଆସିଥିବା ଶୁଣା ଯାଇଛି । ଏଥିରୁ ଅନୁମାନ କରାଯାଉଛି ପ୍ରଜ୍ଞାନ ରୋଭର ଠିକ ହୋଇ ନାହିଁ । ତେଣୁ ଆଗରୁ କିଛି ଭବିଶ୍ୟବାଣୀ କରିବା ଠିକ ନୁହେଁ । ଏହା ଛଡା ଇସ୍ରୋ ଚିଫ କହିଛନ୍ତି ଚନ୍ଦ୍ରଯାନ ମିଶନର ଉଦ୍ଦେଶ୍ୟ ସଫଳ ହୋଇଛି ।

Get real time updates directly on you device, subscribe now.