CHARIDHAM

ସଟଡ଼ାଉନ ସମୟରେ କଣ ଖୋଲା ରହିବ? ଜାଣନ୍ତୁ..

ଭୁବନେଶ୍ୱର, ୫ା୬(ଓଡ଼ିଶା ଭାସ୍କର): ଜୁନ ମାସଟି ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ୩୦ ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ ରହିବ । କିନ୍ତୁ ଏହି ସମୟରେ କଣ ଖୋଲା ରହିବ ଜାଣି ରଖନ୍ତୁ..
ସଟଡ଼ାଉନ ସମୟରେ ଏୟାରପୋର୍ଟ, ରେଳ ଷ୍ଟେସନ, ବସ ଟର୍ମିନାଲ, ଫୁଡ଼ ହୋମ ଡ଼େଲିଭରି, ଖବରକାଗଜ ବିତରଣ ସକାଳ ୫ଟାରୁ ୮ଟା, ଏଲପିଜି ବିତରଣ କେନ୍ଦ୍ର, ରନ୍ଧନ ଗ୍ୟାସ ହୋମ ଡ଼େଲିଭରି ଖୋଲା ରହିବ । ଏହାସହ ତତସମ୍ବନ୍ଧୀୟ ବାହାନ ଚଳାଚଳ ଓ କର୍ମଚାରୀଙ୍କୁ କାର୍ଯ୍ୟ ଅନୁମତି ମିଳିଛି । ହସ୍ପିଟାଲ କିମ୍ବା ଅତି ଜରୁରୀ କାର୍ଯ୍ୟ ଥିଲେ ହିଁ ବାହାରକୁ ଆସିବା ପାଇଁ ଅନୁମତି ମିଳିଥିବା ସୂଚନା ରହିଛି ।