ନୂଆଦିଲ୍ଲୀ: ଟଙ୍କା, ମୂଲ୍ୟବାନ ଡକ୍ୟୁମେଣ୍ଟ, ପୁରୁଣା ମୂଳୟବାନ ବସ୍ତୁ ଏବଂ ଏପରି ଅନେକ ମୂଲ୍ୟବାନ ଜିନିଷକୁ ଘରେ ରଖିଲେ ଚୋରିର ଡର ରହିଥାଏ। ଏଥିପାଇଁ ଲୋକେ ଏହାକୁ ବ୍ୟାଙ୍କର ଲକରରେ ରଖିଥାଆନ୍ତି। ବ୍ୟାଙ୍କ କିଛି ଚାର୍ଜେଜ୍ ସହ ଗ୍ରାହକଙ୍କୁ ଏଠାରେ ଏକ ଲକର ଦେଇଥାଏ, ଯେଉଁଥିରେ ସେମାନେ ନିଜ ମୂଲ୍ୟବାନ ଜିନିଷକୁ ରଖିପାରିବେ। ବ୍ୟାଙ୍କ କେବେ ବି ଏହା ପଚାରେନି କି ଆପଣ ବ୍ୟାଙ୍କରେ ଏହି ଲକରରେ କଣ ରଖିଛନ୍ତି। ତେବେ ଏହି ଲକରରୁ ଯଦି ଆପଣଙ୍କ ଜିନିଷ ଚୋରି ହୋଇଯାଏ କି ହଜିଯାଏ ତେବେ ଏହି ପରିସ୍ଥିତିରେ ଆପଣ କଣ କରିବେ ଆସନ୍ତୁ ଜାଣିବା।
ବ୍ୟାଙ୍କ ଦ୍ୱାରା ଲକର୍ସ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରାଯାଇଥାଏ। ଆରବିଆଇ ଏନେଇ ଗାଇଡଲାଇନ ଜାରି କରିଛି, ଯାହାକୁ ବ୍ୟାଙ୍କଗୁଡିକ ପାଳନ କରିଥାଆନ୍ତି। ବେଳେ ବେଳେ ବ୍ୟାଙ୍କର ସିକ୍ୟୁରିଟି ଅଡିଟ ମଧ୍ୟ ହୋଇଥାଏ। ଏହାପରେ ବି ଏଠାରୁ ଲୋକଙ୍କ ଜିନିଷ ଚୋରି ହେବା ଏବଂ କ୍ଷତି ହେବାର ଖବର ସାମ୍ନାକୁ ଆସିଥାଏ। ଯଦି ଭୂମିକମ୍ପ କିମ୍ବାଇ କିଛି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତି ଘଟେ, ତେବେ ଏଥିରେ ବ୍ୟାଙ୍କର କୌଣସି ଦାୟିତ୍ୱ ନଥାଏ। ଯଦି ଚୋରି, ଡକାୟତି ନିଆଁ ଲାଗିବା କାରଣ ପାଇଁ ବ୍ୟାଙ୍କକୁ ଦୋଷୀ କରାଯାଇଥାଏ। ଏଭଳି ସ୍ଥିତିରେ ଗ୍ରାହକଙ୍କୁ ଅନୁକମ୍ପା ଦିଆଯାଇଥାଏ।
ଲକରେ ରଖାଯାଇଥିବା ଜିନିଷର କ୍ଷତି ଘଟିଥିଲେ, ଯେଉଁ ଅନୁକମ୍ପା ରାଶି ଦିଆଯାଇଥାଏ, ତାହା ସୀମିତ ହୋଇଥାଏ। ଏଠାରେ ବ୍ୟାଙ୍କ ଲକରରେ ଥିବା ବାର୍ଷିକ ଭଡ଼ାର ୧୦୦ ଗୁଣ ହୋଇଥାଏ। ଯଦି ଆପଣଙ୍କ ବ୍ୟାଙ୍କ ଲକରର ଭଡ଼ା ବାର୍ଷିକ ୨୦୦୦ ଟଙ୍କା, ତେବେ ଏହାର ଅନୁକମ୍ପା ରାଶି ୨ ଲକ୍ଷ ଟଙ୍କା। ଆପଣ ଲକରରେ ଯେତେ ବି ଅଧିକ ମୂଲ୍ୟର ଜିନିଷ ରଖିଥିଲେ, ଆପଣଙ୍କୁ ଏହି ସମାନ ଅନୁକମ୍ପା ବା କ୍ଷତିପୂରଣ ହେବ।