ପ୍ରଧାନମନ୍ତ୍ରୀ ମୋଦୀ ନେତା ନହୋଇ ରକଷ୍ଟାର ହୋଇଥିଲେ କିପରି ଦିଶିଥାନ୍ତେ ? AI ପ୍ରସ୍ତୁତ କଲା ଫଟୋ

ନୂଆଦିଲ୍ଲୀ: ଆର୍ଟିଫିଆଲ ଇଣ୍ଟେଲିଜେନ୍ସ (AI) ର ଫଟୋ ବର୍ତ୍ତମାନ ସମୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଇଣ୍ଟରନେଟରେ ଲୋକମାନେ ବର୍ତ୍ତମାନ AI ସାହାଯ୍ୟରେ ନୂଆ ଫଟୋ ସୃଷ୍ଟି କରୁଛନ୍ତି। ଲୋକେ ଏବେ ଜାଣିବାକୁ ଚାହାଁନ୍ତି ଯେ ଦିଲ୍ଲୀ କିମ୍ବା ଅନ୍ୟ କୌଣସି ସହର ୫୦ ବର୍ଷ ପରେ କିପରି ଦେଖାଯିବ, ଆଉ କେତେକ ଏଇ ସାହାଯ୍ୟରେ ଇତିହାସ ଖୋଜିବାକୁ ଚେଷ୍ଟା କରୁଛନ୍ତି।

ଏହାରି ମଧ୍ୟରେ ବର୍ତ୍ତମାନ ଜଣେ ବ୍ୟକ୍ତି AI ସହିତ ବିଶ୍ୱର କିଛି ରାଜନେତାଙ୍କ ଫଟୋ ପ୍ରସ୍ତୁତ କରିଛନ୍ତି, ଯଦି ଆଜିର ସମୟରେ ସେମାନେ ରକଷ୍ଟାର ହୋଇଥାନ୍ତେ ତେବେ ସେମାନେ କିପରି ଦେଖାଯାଇଥାନ୍ତେ। ଏହି ଫଟୋ ଗୁଡିକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋ ମଧ୍ୟ ଅଛି।

ଜ୍ୟୋ ଜନ୍ ମୁଲୁର ନାମକ ଏକ ଆକାଉଣ୍ଟ ଏହି ଫଟୋ ଗୁଡିକ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ରକଷ୍ଟାର ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ମାଇକ ସାମ୍ନାରେ ଗିଟାର ବଜାଉଥିବା ନଜର ଆସିଛନ୍ତି। ଏଥି ସହିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଫଟୋ ମଧ୍ୟ ଏହି ଏଇ ପୋଷ୍ଟରେ ସାମିଲ ଅଛି। ଏହା ବ୍ୟତୀତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଦେଶୀ ନେତାଙ୍କ ଫଟୋ ମଧ୍ୟ ଅଛି। ଏହି ନେତାମାନେ ଏହି ଫଟୋ ଗୁଡ଼ିକରେ ବହୁତ ପ୍ରଭାବଶାଳୀ ଦେଖାଯାଉଛନ୍ତି।

 

View this post on Instagram

 

A post shared by Jyo John Mulloor (@jyo_john_mulloor)

ସେ ଏହି ପୋଷ୍ଟର କ୍ୟାପସନ୍ ଦେଇଛନ୍ତି, “ଏକ ସମାନ୍ତରାଳ ଦୁନିଆକୁ ସ୍ୱାଗତ ଯେଉଁଠାରେ କି କିମ୍ବଦନ୍ତୀ ରକଷ୍ଟାର ହୋଇଯାଏ – ୱାର୍ଲ୍ଡ ଲିଡରସିପ୍ ମ୍ୟୁଜିକ୍ କନ୍ସର୍ଟ।” ୱାର୍ଲ୍ଡ ଲିଡରସିପ୍ ମ୍ୟୁଜିକ୍ କନ୍ସର୍ଟକୁ ସ୍ୱାଗତ – ଏକ ବାସ୍ତବତା ଯାହା ଆପଣ ଏପର୍ଯ୍ୟନ୍ତ ଜାଣି ନଥିବେ। ଏହି ଫଟୋ ଗୁଡ଼ିକ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି। ତେବେ, ଏହା ପ୍ରଥମ ଘଟଣା ନୁହେଁ ଯେ ଜିଓ ଜନ୍ AI ମାଧ୍ୟମରେ ପ୍ରସିଦ୍ଧ ଲୋକଙ୍କ ଫଟୋ ସୃଷ୍ଟି କରିଛନ୍ତି।