fbpx

ପେଗାସସ୍ ହ୍ୟାକିଂ ବିବାଦ କଣ? ଯାହାକୁ ନେଇ ଅଡ଼ୁଆରେ ମୋଦୀ ସରକାର

ନୂଆଦିଲ୍ଲୀ: କରୋନା ସଙ୍କଟ, ଦରଦାମ୍ ବୃଦ୍ଧି ଏହିଭଳି ଅନେକ ସମସ୍ୟା ମଧ୍ୟରେ ଆଜିଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଯାଇଛି । କିନ୍ତୁ ଏହା ବ୍ୟତୀତ ଆଉ ଏକ ବିୟେ ଯାହା ଚର୍ଚ୍ଚାରେ ରହିଛି । ତାହା ହେଉଛି ଫୋନ୍ ଟ୍ୟାପିଂ ମାମଲା । ନିକଟରେ ଅନ୍ତରାଷ୍ଟ୍ରୀୟ ମିଡିଆରେ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ପେଗାସସ୍ ସ୍ପାଇୱାୟାର୍ ଦ୍ୱାରା ଭାରତର ଅନେକ ସାମ୍ବାଦିକ, ନେତା ଏବଂ ଅନ୍ୟ ସାଧାରଣ ନାଗରିକ ମାନଙ୍କ ଫୋନ୍ ହ୍ୟାକ୍ କରାଯାଉଛି । ଏନେଇ ଦାବି କୁହୁଳୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହାକୁ ଖଣ୍ଡନ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ ଏହି ପୂରା ମାମଲା ।

ରବିବାର ରାତିରେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ଇସ୍ରାଏଲର ସଫ୍ଟୱେୟାର ପେଗାସସ୍ ସାହାଯ୍ୟରେ ଭାରତର ପ୍ରାୟ ୩୦୦ ଲୋକଙ୍କ ଫୋନ୍ ହ୍ୟାକ୍ ହୋଇଛି। ଏଥିରେ ସାମ୍ବାଦିକ, ମନ୍ତ୍ରୀ, ରାଜନେତା, ବ୍ୟବସାୟୀ ଏବଂ ସାଧାରଣ ନାଗରିକ ସହିତ ଜଡିତ ଅନେକ ବ୍ୟକ୍ତି ଅନ୍ତର୍ଭୁକ୍ତ । ୱାଶିଂଟନ୍ ପୋଷ୍ଟ ସମେତ ବିଶ୍ୱର ପ୍ରାୟ ୧୬ଟି ମିଡିଆ କମ୍ପାନୀ ଦ୍ୱାରା ଏହି ଖବର ପ୍ରକାଶ କରାଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ଭାରତର ପ୍ରାୟ ୪୦ ସାମ୍ବାଦିକଙ୍କ ଅନ୍ତର୍ଭୁକ୍ତ କରାଯାଇଛି । ଦାବି କରାଯାଇଛି ଯେ ଏହି ସମସ୍ତ ସାମ୍ବାଦିକଙ୍କ ଫୋନ୍ ହ୍ୟାକ୍ ହୋଇଛି କିମ୍ବା ୨୦୧୮ ରୁ ୨୦୧୯ ମଧ୍ୟରେ ବିଭିନ୍ନ ସମୟରେ ହ୍ୟାକ୍ ହେବାକୁ ଚେଷ୍ଟା କରାଯାଇଛି । ଏହି ସମୟରେ ହ୍ୱାଟସଆପ୍ କଲ୍, ଫୋନ୍ କଲ୍, ରେକର୍ଡିଂ, ଲୋକେସନ୍ ସମତେ ଅନ୍ୟାନ୍ୟ ତଥ୍ୟ ସାମିଲ ରହିଛି ।

ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ନେତା ମନ୍ତ୍ରୀ ତଥା ଅନ୍ୟ ସାମ୍ବିଧାନିକ ପଦରେ ଥିବା ପଦାଧିକାରୀ ମାନଙ୍କ ଫୋନ୍ ହ୍ୟାକ୍ ସମ୍ପର୍କରେ କୁହାଯିବ । ଏହାର ଖୁଲାସା ରବିବାର ରାତି ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ପର୍ଯ୍ୟାୟ ଅନୁସାରେ ଜାରି ରହିବ ବୋଲି ରିପୋର୍ଟରେ କୁହାଯାଉଛି । ତେବେ ଏନେଇ ସରକାର ଉଦବେଗ ପ୍ରକାଶ କରିବା ସହିତ ଏହି ରିପୋର୍ଟକୁ ଖାରଜ କରିଛନ୍ତି । ଆଉା ଏହା ଏକ ଭାରତ ବିରୋଧୀ ଷଡଯନ୍ତ୍ର ବୋଲି କୁହାଯାଇଛି ।

ପେଗାସସ୍ ସ୍ପାଏୱେୟାର ହେଉଛି ଏକ ସଫ୍ଟୱେର୍ ଯାହା ଫୋନରେ ହ୍ୱାଟସଆପ୍ ଭଳି ଆପ୍ ସହିତ ଅନ୍ୟ ଆପ୍ ଗୁଡ଼ିକୁ ହ୍ୟାକ୍ କରିପାରିବ । ଏହି ସଫ୍ଟୱେର୍ ଇସ୍ରାଏଲ୍ କମ୍ପାନୀ ଏନଏସଓ ଗ୍ରୁପ୍ ଦ୍ୱାରା ବିକଶିତ କରାଯାଇଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଏନଏସଓ ଗ୍ରୁପ୍ ଏହାର ସ୍ପଷ୍ଟୀକରଣ ଦେଇଛି। କମ୍ପାନୀର କହିବାନୁସାରେ, ଗଣମାଧ୍ୟମ ରିପୋର୍ଟରେ ଦିଆଯାଇଥିବା ଅଭିଯୋଗ ଏବଂ ଆଲୋଚନା ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭୁଲ୍ ।

Get real time updates directly on you device, subscribe now.