fbpx

ହ୍ୱାଟସଆପ୍ ରେ +92, +84, +62 ନମ୍ବରରେ କଲ୍ ଆସୁଛି କି? ସମସ୍ୟାର ସମାଧାନ ଲାଗି ହ୍ୱାଟସଆପ୍ ଆଡ୍ କଲା ନୂଆ ଫିଚର

Advertisement

ନୂଆଦିଲ୍ଲୀ: ହ୍ୱାଟସଆପରେ ଫ୍ରଡ କଲ୍ ଆସିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବହୁ ଲୋକଙ୍କୁ ଅଜଣା ନମ୍ବରରେ ସ୍କାମ ବାଲା କଲ୍ ଆସୁଛି । ଏହି କଲ ଭାରତ ନୁହେଁ ଅନ୍ୟ ଦେଶର କଣ୍ଟ୍ରୀ କୋଡ୍ ସହ ଆସୁଛି । ତେବେ ଏହିି କଲ୍ ବିଦେଶରୁ କରାଯାଇଛି ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ବହୁ ଲୋକ ଭର୍ଚୁଆଲ ନମ୍ବର ସାହାରାରେ ବି ଲୋକଙ୍କୁ ଠକିବାର ରାସ୍ତା ଖୋଜୁଛନ୍ତି ।
କିଛି ଦିନ ତଳେ ଜଣେ ୟୁଜର୍ସଙ୍କୁ +୯୨ ନମ୍ବରରେ କଲ୍ ଆସିଥିଲା ଯେଉଁଥିରେ ତାଙ୍କୁ ଫ୍ରି ଆଇଫୋନ୍ ୧୪ ଜିତିବା ଲାଗି ମେସେଜ୍ କରାଯାଇଥିଲା । ଏହି ସ୍କାମରେ ଠକ ମାନେ ବିଭିନ୍ନ ତରିକାରେ ପୀଡିତଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ । ତେବେ ଏହି ପ୍ରକାରର ଏହା କୌଣସି ପ୍ରଥମ ମାମଲା ନୁହେଁ । ପୂର୍ବରୁ ମଧ୍ୟ ବହୁ ୟୁଜର୍ସ +୬୨, +୬୦ ଓ ଅନ୍ୟ ଦେଶର କୋଡରୁ କଲ୍ ଆସିଛି । ଜଣେ ବ୍ୟକ୍ତିଙ୍କୁ ୨ ଦିନରେ ୨ରୁ ୪ ଏହିପରି କଲ୍ ଆସୁଛି ।

ତେବେ ଯେଉଁମାନେ ନୂଆ ସିମକାର୍ଡ ନେଇଛନ୍ତି ସେମାନଙ୍କୁ ଇଣ୍ଟରନ୍ୟାସନାଲ୍ ନମ୍ବରରୁ ଅଧିକ କଲ୍ ଆସୁଛି । ହ୍ୱାଟସଆପ୍ ପୂର୍ବରୁ ୟୁଜର୍ସଙ୍କୁ ପରାମର୍ଶ ଦେଇଥିଲା ଯେ, ଏହି ପ୍ରକାର ନମ୍ବର ସବୁକୁ ବ୍ଲକ କରିଦେବା ଲାଗି । ହ୍ୱାଟସଆପ୍ କହିଛି ସନ୍ଦିଗ୍ଧ କଲ୍ କୁ ବ୍ଲକ କରିବା ଓ ରିପୋର୍ଟ କରିବା ସ୍କାମ ବିରୁଦ୍ଧରେ ଲଢିବାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।
ହ୍ୱାଟସଆପ୍ କହିଛି ଆମେ ଲଗାତର ଏଆଇ ଓ ଅନ୍ୟ ଟେକ୍ନୋଲଜି ଉପରେ ନିବେଶ କରୁଛୁ । ଏହାଦ୍ୱାରା ଆମେ ନିଜ ପ୍ଲାଟଫର୍ମକୁ ସୁରକ୍ଷିତ ରଖିପାରିବୁ । ତେବେ କମ୍ପାନୀ ଅଜଣା ନମ୍ବରରୁ ଆସୁଥିବା କଲ୍ କୁ ସାଇଲେଣ୍ଟ କରିବା ଲାଗି ଏକ ଫିଚର ଆଡ୍ କରିଛି । ଏଥିପାଇଁ ଆପଣଙ୍କୁ ହ୍ୱାଟସଆପ୍ ଓପନ କରି ସେଟିଂକୁ ଯିବାକୁ ହେବ । ଏଠାରେ ଆପଣଙ୍କୁ ବହୁ ବିକଳ୍ପ ମିଳିଯିବ । ଯେଉଁଥିରେ ଆପଣଙ୍କୁ ପ୍ରାଇଭେସି ଅପ୍ସନ ଚୟନ କରିବାକୁ ହେବ । ଏହାପରେ ଆପଣଙ୍କୁ କଲସ୍ ର ଅପ୍ସନକୁ ଯିବାକୁ ହେବ । ଏହିଠାରେ ଆପଣଙ୍କୁ ସାଇଲେଣ୍ଟ ଅନନୋନ୍ କଲସ୍ ଅପ୍ସନ ମିଳିବ । ଆପଣ ଏହାର ଟୋଗଲ ଅନ କରିବେ ଓ ଏହାପରେ ଆପଣଙ୍କ କାମ ହୋଇଯିବ ।

Get real time updates directly on you device, subscribe now.