fbpx

WhatsApp ରେ ଆସିଲା ନୂଆ ଫିଚର ସାଇଡ୍‌ବାର୍‌, ଚାଟିଂ ଠାରୁ ଷ୍ଟାଟସ୍ ଦେଖିବା ହୋଇଯିବ ଆହୁରି ମଜାଦାର

ନୂଆଦିଲ୍ଲୀ:ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ WhatsApp ରେ ଲଗାତର ମଜାଦାର ଓ ନୂଆ ଫିଚର୍ସ ମିଳିବାରେ ଲାଗିଛି । ଏବେ WhatsApp ରେ ନୂଆ ସାଇଡ୍‌ବାର ସହ ଜଡିତ ସୂଚନା ସାମ୍ନାକୁ ଆସିଛି ଯାହାକୁ ୱେବ ଭର୍ସନର ଅଂଶ କରାଯିବ । ଏହି ସାଇଡବାର୍ ସହିତ ୟୁଜର୍ସଙ୍କୁ କମ୍ୟୁନିଟି, ଚ୍ୟାନେଲ୍ସ, ଷ୍ଟାଟସ୍‌, ଚାଟସ୍ ଆକ୍ସେସ୍ କରିବାର ବିକଳ୍ପ ଖୁବ୍ ସହଜରେ ଏକ ସଙ୍ଗେ ମିଳିଯିବ ।

ହ୍ୱାଟସଆପ୍‌ରେ ମିଳିବାକୁ ଥିବା ଅପଡେଟ୍‌ସ୍ ଓ ଏହାର ନୂଆ ଫିଚର୍ସ ବିଷୟରେ ସୂଚନା ଦେଉଥିବା ପ୍ଲାଟଫର୍ମ WABetainfo କହିଛି ନୂଆ ସାଇଡବାର୍ ଫିଚରର ଟେଷ୍ଟିଂ ହ୍ୱାଟସଆପ୍ ୱେବ କ୍ଲାଏଣ୍ଟଙ୍କୁ ମିଳିବା ଆରମ୍ଭ ହୋଇଯାଇଛି । ୟୁଜର୍ସଙ୍କୁ ଆପ୍‌ର ଅଲଗା ଅଲଗା ଭାଗରେ ନାଭିଗେଟ୍ କରିବାର ସହଜ ବିକଳ୍ପ ଏହି ସାଇଡବାର୍ ସହ ମିଳିବ । ଆସନ୍ତୁ ଜାଣିବା ଏହି ସାଇଡ୍‌ବାର କିପରି କାମ କରିବ ।

ଏହି ସାଇଡବାର୍ ଜରିଆରେ ୟୁଜର୍ସଙ୍କୁ ହ୍ୱାଟସଆପରେ ବ୍ରାଉଜିଂ ସହଜ ହେବ ଓ ସେ ସହଜରେ ଗୋଟିଏ ସେକ୍ସନରୁ ଅନ୍ୟ ଏକ ସେକ୍ସନକୁ ଯାଇପାରିବ । ଏହି ପରିବର୍ତ୍ତନ ସହ ସମସ୍ତ ବିକଳ୍ପ ଏକ ସଙ୍ଗେ ସ୍କ୍ରିନର ବାମପଟେ ଦେଖିପାରିବେ । ବିଟା ୟୁଜର୍ସଙ୍କୁ ଏହି ନୂଆ ଫିଚରର ଫାଇଦା ମିଳିବାରେ ଲାଗିଲାଣି ଓ ପରୀକ୍ଷଣ ପୁରା ହେବା ପରେ ଏହା ସମସ୍ତ ୟୁଜର୍ସଙ୍କୁ ପ୍ରଦାନ କରାଯିବ ।

ତେବେ ଆପଣ ଯଦି ହ୍ୱାଟସଆପ ବିଟା ଭର୍ସନର ଅଂଶ ହେବାକୁ ଯାଉଛନ୍ତି ତେବେ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଟେଷ୍ଟଫ୍ଲାଇଟ୍ ପ୍ରୋଗ୍ରାମ ସହିତ ଏପରି କରିପାରିବେ । ଏହା କରିବା ପରେ ଆପଣଙ୍କୁ ଅନ୍ୟମାନଙ୍କ ପୂର୍ବରୁ ହ୍ୱାଟସଆପର ଲାଟେଷ୍ଟ ଫିଚର ଟେଷ୍ଟିଂ ପାଇଁ ମିଳିଯିବ ।

Get real time updates directly on you device, subscribe now.