fbpx

WhatsAppରେ ଡକ୍ୟୁମେଣ୍ଟ ସେୟାରିଙ୍ଗକୁ ସହଜ କରିବା ପାଇଁ କମ୍ପାନୀ ଆଣୁଛି ଏହି ଫିଚର, ଏବେ ତୁରନ୍ତ ମିଳିବ ଉପଯୋଗୀ ଫାଇଲ

ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଡକ୍ୟୁମେଣ୍ଟ ସେୟାରିଙ୍ଗକୁ ସହଜ କରିବା ଲାଗି କମ୍ପାନୀ ଆପଣଙ୍କୁ ଏକ ନୂଆ ଡକ୍ୟୁମେଣ୍ଟ ଫିଚର ଟୁଲ ଦେବାକୁ ଯାଉଛି । ଏହା ସାହାଯ୍ୟରେ ଆପଣ ସିଧା ଫୋନର ଗ୍ୟାଲେରୀରୁ ଫଟୋ ବା ଭିଡିଓକୁ ଡକ୍ୟୁମେଣ୍ଟ ରୂପରେ ପଠାଇପାରିବେ । ଆପରେ ଏହା ହୋଇଥାଏ ଯେ, ଯେତେବେଳେ ଆପଣ କାହାକୁ କିଛି ଡକ୍ୟୁମେଣ୍ଟ ଫାଇଲ ସେୟାର କରୁଛନ୍ତି ତେବେ ଆପଣଙ୍କୁ ରିସେଣ୍ଟ ଡକ୍ୟୁମେଣ୍ଟ ଏବଂ ବ୍ରାଉଜ ଡକ୍ୟୁମେଣ୍ଟର ଅପସନ ମିଳିଥାଏ । ଏଥିରେ ଉପଯୋଗୀ ଫାଇଲକୁ ଖୋଜିବା ଲାଗି ସମୟ ଲାଗିଥାଏ । ହେଲେ ନୂଆ ମିଡିଆ ପିକର ଟୁଲ ସାହାଯ୍ୟରେ ଆପଣ ଗ୍ୟାଲେରୀରେ ସ୍ୱିଚ କରିପାରିବେ ଏବଂ କୌଣସି ବ୍ୟକ୍ତିକୁ ଫଟୋ, ଭିଡିଓ ଆଦି ଡକ୍ୟୁମେଣ୍ଟକୁ ସେୟାର କରିପାରିବେ । ଡକ୍ୟୁମେଣ୍ଟ ସେୟାରିଙ୍ଗ ଫିଚର ଫାଇଦା ଏହା ଯେ, ଏହା ସାହାଯ୍ୟରେ ଲୋକମାନେ ଅରିଜିନାଲ କ୍ୱାଲିଟୀର ଫଟୋ ବା ଭିଡିଓକୁ ପଠାଇବାରେ ସଫଳ ହେବେ ।

ଏହି ଅଦ୍ୟତନର ସୂଚନା ହ୍ୱାଟ୍ସଆପର ଡେଭଲପମେଣ୍ଟ ଉପରେ ନଜର ରଖୁଥିବା ୱେବସାଇଟ Wabetainfo ସେୟାର କରିଛି । ଏହି ଅପଡେଟ ଆଣ୍ଡ୍ରଏଡ ବୀଟାର 2.23.19.3 ରେ ଦେଖାଯାଇଛି । ଆଗାମୀ ସମୟରେ କମ୍ପାନୀ ଏହି ସମସ୍ତଙ୍କ ପାଇଁ ରୋଲଆଉଟ କରିପାରିବ । ଯଦି ଆପଣ ମଧ୍ୟ ହ୍ୱାଟ୍ସଆପର ଗୁରୁତ୍ୱପୂର୍ଣ୍ଣ ଅପଡେଟ ସବୁଠାରୁ ଆଗରେ ପାଇବାକୁ ଚାହୁଁଛନ୍ତି ତେବେ କମ୍ପାନୀର ବୀଟା ପ୍ରୋଗ୍ରାମ ପାଇଁ ଏନରୋଲ କରିପାରିବ ।

ହ୍ୱାଟ୍ସଆପ ବହୁ ନୂଆ ଫିଚର ଆପରେ ଯୋଡିହେବାକୁ ଯାଉଛି ଯେଉଁଥିରେ ଇମେଲ ଲିଙ୍କ, ମଲ୍ଟିପଲ ଆକାଉଣ୍ଟ, ଲଗିନ, ରିସେଣ୍ଟ ହିଷ୍ଟ୍ରୀ ସେୟାର, ଟେକ୍ଟ ଫର୍ମେଣ୍ଟ ଆଦି । ଏହା ବ୍ୟତୀତ କମ୍ପାନୀ ବହୁ ସମୟରୁ ୟୁଜରନେମ ଫିଚର ଉପରେ ମଧ୍ୟ କାମ କରୁଛି, ଯାହା ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । ୟୁଜରନେମ ଫିଚର ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ତରଫରୁ କାମ କରିବ । ଆପଣ ଏହା ସାହାଯ୍ୟରେ କାହାକୁ ମଧ୍ୟ ନିଜ କଣ୍ଟାକ୍ସରେ ଆଡ କରିପାରିବେ ।

Get real time updates directly on you device, subscribe now.