fbpx

WhatsAppରେ ଆସୁଛି ଶକ୍ତିଶାଳୀ ପ୍ରାଇଭେଟ ଫିଚର, ଆପଣଙ୍କ ଅନୁମତି ବିନା କେହି ଦେଖିପାରିବେନି ଆପଣଙ୍କ ଷ୍ଟାଟସ

Advertisement

ନୂଆଦିଲ୍ଲୀ: ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ନୂଆ ପ୍ରାଇଭେସି ଫିଚର ପରୀକ୍ଷଣ କରୁଛି । ଏହି ଫିଚର ୟୁଜର୍ସଙ୍କୁ ଏହି ଫାଇଦା ଦେବ ଯେଉଁଥିରେ କିଏ ନିଜ ଷ୍ଟାଟସ ଦେଖାଇବାକୁ ଚାହୁଁଛନ୍ତି ଏବଂ କିଏ ନାହିଁ । ମେଟାର ଇନଷ୍ଟାଣ୍ଟ ମେସେଜିଙ୍ଗ ଆପର ସାରା ଦୁନିଆରେ କୋଟି କୋଟି ୟୁଜର୍ସ ଅଛନ୍ତି । ଭାରତରେ ମଧ୍ୟ ଏହି ଆପକୁ ୫୦ କୋଟିରୁ ଅଧିକ ଲୋକ ବ୍ୟବହାର କରନ୍ତି । ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କ ଡିମାଣ୍ଡ ମୁତାବକ, ଆପରେ ନୂଆ-ନୂଆ ଫିଚର୍ସ ସାମିଲ କରୁଛି ।

ହ୍ୱାଟ୍ସଆପର ଏହି ନୂଆ ପ୍ରାଇଭେସୀ ଫିଚର୍ସକୁ ଆଣ୍ଡ୍ରୋଏଡ ବୀଟା ଭର୍ଜନରେ ଦେଖାଯାଇଛି । WABetaInfo ରିପୋର୍ଟ ମୁତାବକ, ଏହି ଫିଚର୍ସକୁ ଆଣ୍ଡ୍ରୋଏଡ ଭର୍ଜନ ୨.୨୪.୧୨.୧୭ରେ ଦେଖାଯାଇଛି । ଏଥିରେ ୟୁଜର୍ସଙ୍କୁ ଷ୍ଟାଟସ ସେୟାର କରିବା ସମୟରେ ସିଏ କାହାକୁ ଲୁଚାଇବାକୁ ଚାହୁଁଛନ୍ତି କାହାକୁ ନୁହେଁ, ଏହା ପଚରା ଯିବ । ୟୁଜର ନିଜ ଇଚ୍ଛା ଅନୁସାରେ ଷ୍ଟାଟସ ସେୟାର କରିପାରିବେ ।

ୟୁଜର୍ସଙ୍କୁ ଷ୍ଟାଟସ ସେୟାର କରିବା ସମୟରେ ତିନୋଟି ଅପସନ ଦେଖାଯିବ, ଯେଉଁଥିରେ My Contacts, My contacts Except ଏବଂ Only Share With Specific କଣ୍ଟାକ୍ଟସ ସାମିଲ ରହିଛି । ୟୁଜର ନିଜ ଷ୍ଟାଟସ ନିଜ ଇଚ୍ଛା ଅନୁସାରେ ସେୟାର କରିପାରିବେ । ନୂଆ ପ୍ରାଇଭେସି ଫିଚରରେ ୟୁଜର୍ସଙ୍କ ପାଖରେ ଦୁଇଟି ଅପସନ ମିଳିବ ।

Get real time updates directly on you device, subscribe now.