fbpx

କିଏ ଚାହିଁଲେ ବି ଆପଣଙ୍କ DP ର କରିପାରିବେନି ଅପବ୍ୟବହାର, WhatsApp ଆଣିଲା ଜବରଦସ୍ତ ଫିଚର

Advertisement

ନୂଆଦିଲ୍ଲୀ: ଦୁନିଆରେ କୋଟି କୋଟି ଲୋକେ ମେସେଜିଙ୍ଗ ଆପ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି । ହେଲେ ୟୁଜର୍ସ ହ୍ୱାଟ୍ସଆପରେ ନିଜ ପ୍ରୋଫାଇଲ ଫଟୋ ଦେବା ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି । ଏହା ଏଥିପାଇଁ କାରଣ ସେମାନଙ୍କ ଫଟୋକୁ କେହି ଅପବ୍ୟବହାର ନ କରନ୍ତୁ । ବର୍ତ୍ତମାନ ଆପଣଙ୍କୁ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ବର୍ତ୍ତମାନ ଆପଣଙ୍କୁ ଡିପିକୁ ହାଇଡ କରିବା ପାଇଁ ଅପସନ ମିଳିବ ।

ହ୍ୱାଟ୍ସଆପର ଡାହାଣ ପାଶ୍ୱର୍ରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ କରନ୍ତୁ-ସେଟିଙ୍ଗ-ଆକାଉଣ୍ଟ-ପ୍ରାଇଭେସି ଅପସନ-ପ୍ରୋଫାଇଲ ଫଟୋ-ଏଠାରେ ଆପଣଙ୍କୁ Everyone, My contacts, No one ମିଳିବ । ଯେଉଁଥିରେ ଆପଣ ସିଲେକ୍ଟ କରିବେ ।

Everyone: ଏହି ଅପସନକୁ ଚୟନ କଲେ ଆପଣଙ୍କ ଡିପିକୁ ସମସ୍ତେ ଦେଖିପାରିବେ । ଏଥିରେ ଆପଣ କାହା ନମ୍ବର ସେଭ କରିଥାଆନ୍ତୁ କି ନ ଥାଆନ୍ତୁ, ସମସ୍ତେ ଆପଣଙ୍କ ଡିପି ଦେଖିପାରିବେ ।

My contacts: ଏହି ଅପସନକୁ ସିଲେକ୍ଟ କରିବା ପରେ ଆପଣଙ୍କ ଡିପି କେବଳ ଆପଣଙ୍କ କଣ୍ଟାକ୍ଟ ଲୋକେ ଦେଖିପାରିବେ । ଏହା ବ୍ୟତୀତ ଆପଣଙ୍କ ଡିପି କେହି ଦେଖିପାରିବେ ନାହିଁ ।

No one: ଏହି ଅପସନରେ ଆପଣଙ୍କ ଯାହାକୁ ଚାହିଁବେ ତାକୁ ଡିପି ଦେଖାଇପାରିବେ । ସେ ଆପଣଙ୍କ କଣ୍ଟାକ୍ଟରେ ଥିଲେ ବି ଆପଣ ତାଙ୍କୁ ଡିପି ଦେଖାଇପାରିବେ ନାହିଁ ।

Get real time updates directly on you device, subscribe now.