Google Pay-PhonePeର ବଢ଼ିବ ଚିନ୍ତା, ଏଣିକି WhatsAppରେ ଭରିହେବ ବିଦ୍ୟୁତ ପାଣି ବିଲ୍!

ୟୁଜର୍ସଙ୍କ ପାଇଁ ଖୁସି ଶୀଘ୍ର ଖୁସି ଖବର ଆଣୁଛି ହ୍ବାଟ୍ସଆପ୍ । ଗୋଟିଏ ଆପରେ କରିହେବ ସବୁ ପେମେଣ୍ଟ

ନୂଆଦିଲ୍ଲୀ: ହ୍ୱାଟସଆପ୍ ଏହାର 3.5 ବିଲିୟନ ବ୍ୟବହାରକାରୀଙ୍କ ପାଇଁ ଦିନକୁ ଦିନ ନୂଆ ନୂଆ ଫିଚର ରୋଲଆଉଟ କରୁଛି । ଏହାରି ଭିତରେ ମେଟାର ମାଲିକାନା ଥିବା ଏହି ମେସେଜିଂ ଆପ୍ ଖୁବ୍ ଶୀଘ୍ର ଭାରତରେ ବିଦ୍ୟୁତ୍, ପାଣି ଏବଂ ଅନ୍ୟାନ୍ୟ ବିଲ୍ ପୈଠ କରିବାର ସୁବିଧା ଆରମ୍ଭ କରିପାରେ ।

ଏହା ସହିତ WhatsApp କେବଳ UPI କାରବାର ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ଏକ ବ୍ୟାପକ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି ।

ଗୁଗୁଲ ପେ ଫୋନ ପେକୁ ବଡ ଟକ୍କର- ହ୍ୱାଟସଆପର ଏହି ନୂତନ ବିଲ୍ ପେମେଣ୍ଟ ଫିଚର ବ୍ୟବହାରକାରୀଙ୍କୁ ଅନେକ ପ୍ରକାରର ଆପ୍ ବ୍ୟବହାର କରିବାରୁ ରକ୍ଷା କରିବ । ଏହି ଫିଚର ସିଧାସଳଖ Google Pay, PhonePe ଏବଂ Paytm ଭଳି ପେମେଣ୍ଟ ଆପ୍ସ ସହିତ ପ୍ରତିଯୋଗିତା କରିବ ।

ଏହି ଫିଚରଟି ହ୍ୱାଟସଆପର ଆଣ୍ଡ୍ରଏଡ୍ ବିଟା ସଂସ୍କରଣ 2.25.3.15 ରେ ଦେଖାଯାଇଛି । ତଥାପି, ବର୍ତ୍ତମାନ ଏହା ପରୀକ୍ଷଣ ପର୍ଯ୍ୟାୟରେ ଅଛି ଏବଂ ଏହାର ଆନୁଷ୍ଠାନିକ ଲଞ୍ଚ ତାରିଖ ସ୍ଥିର କରାଯାଇ ନାହିଁ ।

ଭରିପାରିବେ ବିଦ୍ୟୁତ୍ ବିଲ୍-   ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଚର ସାହାଯ୍ୟରେ ଉପଭୋକ୍ତାମାନେ ବିଦ୍ୟୁତ୍, ପାଣି, ମୋବାଇଲ୍ ରିଚାର୍ଜ, ଭଡ଼ା ଏବଂ ଅନ୍ୟାନ୍ୟ ବିଲ୍ ପୈଠ କରିପାରିବେ । ଗୋଟିଏ ଆପ୍ ମାଧ୍ୟମରେ ସବୁ କିଛି ପେମେଣ୍ଟ କରିବାରେ ସଫଳ ହୋଇପାରିବେ ।

ହ୍ୱାଟସଆପର ଏହି ନୂଆ ଫିଚର ପୂର୍ବରୁ ଉପଲବ୍ଧ UPI-ଆଧାରିତ ହ୍ୱାଟସଆପ ପେ ସିଷ୍ଟମ ସହିତ ସଂଯୁକ୍ତ ହେବ । ବର୍ତ୍ତମାନ, WhatsApp Pay UPI ମାଧ୍ୟମରେ ବନ୍ଧୁ, ପରିବାର କିମ୍ବା ବ୍ୟବସାୟୀଙ୍କୁ ପେମେଣ୍ଟ କରିବାର ସୁବିଧା ଦେଉଛି ।