fbpx

WhatsApp Returns: ଦେଢ଼ ଘଣ୍ଟା ପରେ ପୁଣି କାର୍ଯ୍ୟକ୍ଷମ ହେଲା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପ ଆଜି ତା’ର କୋଟି କୋଟି ୟୁଜର୍ସଙ୍କୁ ଦେଇଥିଲା ଏକ ଜବରଦସ୍ତ ଝଟକା । ଦୀର୍ଘ ଦେଢ଼ଘଣ୍ଟା କାଳ ହ୍ୱାଟସଆପ ସର୍ଭର ଡାଉନ ହୋଇ ରହିଥିଲା । ଫଳରେ ଲୋକମାନେ ଫଟୋ, ମେସେଜ, ଭିଡିଓ କିଛି ବି ପଠାଇ ପାରିନଥିଲେ । ତେବେ ବର୍ତ୍ତମାନ ୟୁଜର୍ସ ହ୍ୱାଟସଆପକୁ ସହଜରେ ଆକ୍ସେସ କରି ଏହି ପ୍ଲାଟଫର୍ମରେ ମେସେଜ୍ ପଠାଇବା ସହିତ ଗ୍ରହଣ ମଧ୍ୟ କରିପାରୁଛନ୍ତି ।

ତେବେ ସଦ୍ୟ ରିପୋର୍ଟ ମୁତାବକ, ବର୍ତ୍ତମାନ ଏହି ମେସେଜିଂ ଆପ୍ ସବୁସ୍ଥାନରେ କାର୍ଯ୍ୟ କରୁନାହିଁ । ହ୍ୱାଟସଆପରେ ମେସେଜ ପଠାଇବା ସମୟରେ ଏରର ଦେଖାଉଛି । ଏହି ସମସ୍ୟା ଫଳରେ କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଏହାକୁ ନେଇ ଟ୍ୱିଟରରେ ମିମ୍ସ ଭାଇରାଲ ହେବାରେ ଲାଗିଛି । ହ୍ୱାଟସଆପ ଡାମ୍ନ ହେବାକୁ ନେଇ Downdetector ମଧ୍ୟ ରିପୋର୍ଟ କରିଛି ।

ଭାରତରେ ପାଖାପାଖି ଦେଢ଼ ଘଣ୍ଟା କାଳ ହ୍ୱାଟସଆପ ସେବା ବନ୍ଦ ରହିଥିଲା । ଲୋକମାନେ ଆପରେ ମେସେଜ୍ ପଠାଇବା କି ଗ୍ରହଣ କରିବାରୁ ବଞ୍ଚିତ ହୋଇଥିବା Downdetector ପକ୍ଷରୁ ଟ୍ୱିଟରରେ ଲେଖାଯାଇଛି । ଏକ ରିପୋର୍ଟ ମୁତାବକ, ଏହି ସମସ୍ୟାକୁ ନେଇ କମ୍ପାନୀ ତରଫରୁ ଏକ ନୋଟିସ୍ ଜାରି କରାଯାଇଛି । ଏହା ଉପରେ କମ୍ପାନୀ କାର୍ଯ୍ୟ କରୁଛି ଓ ଖୁବଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଖବର ଲେଖାଯିବା ସୁଦ୍ଧା ହ୍ୱାଟସଆପ ଡାଉନ ଚାଲୁଥିବା ଦେଖାଯାଇଛି । ବର୍ତ୍ତମାନ ମଧ୍ୟ ଅଧିକାଂଶ ୟୁଜର୍ସ ମେସେଜ୍ ସେଣ୍ଡ କି ରିସିଭ୍ କରିପାରୁ ନାହାନ୍ତି । ଏହି ସମସ୍ୟା କେବେ ଠିକ୍ ହେବ ସେନେଇ ୟୁଜର୍ସ ଅପେକ୍ଷା କରି ରହିଛନ୍ତି । ତେବେ ଏଭଳି ସ୍ଥିତିରେ ୟୁଜର୍ସ କିଛି ଅଲଟରନେଟିଭ୍ ଆପ ୟୁଜ୍ କରିପାରିବେ ।

Get real time updates directly on you device, subscribe now.