ଝିଅ ଜନ୍ମ ହେଲେ ରଖନ୍ତୁ ଏହି ନାମ, ମିଳିବ ଏକ ସ୍ୱତନ୍ତ୍ର ପରିଚୟ

ଓଡ଼ିଶା ଭାସ୍କର: ଘରେ ଝିଅ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଲା ବୋଲି ସମସ୍ତେ କୁହନ୍ତି । ତେବେ ଝିଅର ନାମକରଣ ବି ସେହିପରି କରନ୍ତୁ ଯେପରି ଏହା ତାକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ । ସର୍ବଦା ସନ୍ତାନ ସନ୍ତତିଙ୍କର ଏକ ଅର୍ଥପୂର୍ଣ୍ଣ ନାମକରଣ କରନ୍ତୁ ଯେପରିକି ନାମର ପ୍ରଭାବ ତା’ର ବ୍ୟକ୍ତିତ୍ୱ ଉପରେ ପଡିବ । ଝିଅର ନାମ ଏପରି ଦିଅନ୍ତୁ ଯେପରି ସେ ନିଜ ନାମକୁ ନେଇ ସର୍ବଦା ନିଜକୁ ସ୍ୱତନ୍ତ୍ର ଅନୁଭବ କରିବ । ଏହି କ୍ରମରେ ଆସନ୍ତୁ ଜାଣିବା ବେବୀ ଗାର୍ଲ ଲାଗି କେତେକ ଅର୍ଥପୂର୍ଣ୍ଣ ନାମର ଲିଷ୍ଟ ।
ଚରିତା: ଯିଏ ସର୍ବଦା ଖୁସି ରହିଥାଏ ।
ଦକ୍ଷା: ସବୁ କାମରେ ନିପୁଣା, ପୃଥିବୀର ଏକ ନାମ ।
ଧୃତି: ଏହାର ଅର୍ଥ ସାହାସ, ମନୋବଳ, ସ୍ଥିରତା, ଧୈର୍ଯ୍ୟ ।
ଅବନୀ: ପୃଥିବୀର ଏକ ନାମ ।
ଭବାନୀ:ଦେବୀ ପାର୍ବତୀଙ୍କ ଏକ ନାମ ।
ଭାବିକା:ଏହାର ଅର୍ଥ ଭାବପ୍ରବଣ ହେବା, ଅନ୍ୟ ଏକ ଅର୍ଥ ଖୁସୀ ।
ଚୈତାଲି:ଚୈତ୍ର‌୍ୟ ମାସରେ ଯିଏ ଜନ୍ମ ହୋଇଥାଏ, ଏହାର ଅନ୍ୟ ଏକ ଅର୍ଥ ସାହାସୀ ।
ଗୌରାଙ୍ଗୀ:ଯିଏ ଅନ୍ୟକୁ ଖୁସି ଦେଇଥାଏ ।
ଗୌରିକା: ବହୁତ ସୁନ୍ଦର, ଗୌର ବର୍ଣ୍ଣା ।
ଗୀତିକା: ଏକ ଛୋଟ ଗୀତ ।
ହରିତା: ସବୁଜ ରଙ୍ଗ, ଘାସ ।
ଇନାୟା: ଆଲ୍ଲାଙ୍କ ଉପହାର ।
ଇରା: ପୃଥିବୀର ଏକ ନାମ ।
କୃଷ୍ଣା: ସଂପୂର୍ଣ୍ଣ ଭକ୍ତିମୟ ।
ହୀରଲ: ହୀରା ସମାନ ।