fbpx

ଖୁସି ଖବର; ଏହି ଦିନ ମାର୍କେଟରେ ଉପଲବ୍ଧ ହେବ ୭୫ ଟଙ୍କିଆ ସ୍ପେଶାଲ କଏନ୍: ଜାଣି ରଖନ୍ତୁ ସବୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ନୂଆ ସଂସଦର ଉଦଘାଟନ ସମୟରେ ଆଉ ଦୁଇଟି ଜିନିଷ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ସ୍ପେଶାଲ ଡାକ ଟିକେଟ ଏବଂ ୭୫ ଟଙ୍କିଆ ସ୍ପେଶାଲ ସ୍ମାରକ କଏନ୍ ମଧ୍ୟ ଜାରି କରାଯାଇଛି । ନୂତନ ସଂସଦ ଉଦଘାଟନ ଅବସରେ ୭୫ ଟଙ୍କା ମୂଲ୍ୟର ଗୋଟିଏ କଏନ୍ ଜାରି କରିବା ପାଇଁ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି କଏନ୍ କୁ ନେଇ ଲୋକଙ୍କ ମନରେ ଅନେକ ଗୁଡାଏ ପ୍ରଶ୍ନ ରହିଛି । କେବେ, କିପରି ଏବଂ କେତେ ପରିମାଣରେ ୭୫ ଟଙ୍କିଆ ନୋଟ ଲୋକଙ୍କ ପାଖରେ ପହଞ୍ଚିପାରିବ ଏସବୁର ଉତ୍ତର ଖୋଜୁଛନ୍ତି ଦେଶବାସୀ ।

  • ଏହି ମୁଦ୍ରାରେ ୫୦% ରୂପା, ୪୦% ତମ୍ବା, ୫% ନିକେଲ ଏବଂ ୫% ଦସ୍ତାର ସମ୍ମିଶ୍ରଣ ରହିବ ।
  • ୭୫ ଟଙ୍କିଆ ମୁଦ୍ରାର ଗୋଲେଇ ୪୪ ମିଲିମିଟର ହୋଇଥିବା ବେଳେ ଏଥିରେ ୨୦୦ଟି ଦାନ୍ତି ରହିବ
  • ଏହାର ସମ୍ମୁଖ ପାଶ୍ୱର୍ରେ ଅଶୋକ ସ୍ତମ୍ଭରେ ଥିବା ଜାତୀୟ ସଂକେତ ସିଂହ ସ୍ଥାନ ପାଇବ ।
  • ଏହା ତଳକୁ ଟଙ୍କାର ଚିହ୍ନ (“₹”)କୁ ସ୍ଥାନୀତ କରାଯିବା ସହ ଇଂରାଜୀ ଭାଷାରେ 75 ମଧ୍ୟ ଲେଖାଯିବ ।
  • ଏହା ସହିତ ଦେବନାଗରୀ ଲିପିରେ ‘ସତ୍ୟମେବ ଜୟତେ’ ଲିଖିତ ଆକାରରେ ରହିବ ।
  • ତେବେ ମୁଦ୍ରାର ବାମ ଗୋଲାର୍ଦ୍ଧ ପଟରେ ଦେବନାଗରୀ ଭାଷାରେ ‘ଭାରତ’ ଏବଂ ଡାହାଣ ପାଖରେ ଇଂରାଜୀରେ ‘INDIA’ ସ୍ଥାନ ପାଇବ ।
  • ମୁଦ୍ରାର ପଛରେ ସଂସଦ ପରିସରର ଚିତ୍ର ମଧ୍ୟ ରଖାଯିବ ।
  • ମୁଦ୍ରାର ଉପର ଗୋଲାର୍ଦ୍ଧ ଧାରରେ ଦେବନାଗରୀ ଲିପିରେ ଲେଖାଯିବ ସଂସଦ ଭବନ । ସେହିପରି ତଳ ଗୋଲାର୍ଦ୍ଧ ଧାରରେ ଇଂରାଜୀ ଲିପିରେ ‘ପାର୍ଲାମେଣ୍ଟ କମ୍ପେ୍ଲକ୍ସ’ ଲେଖାଯିବ ବୋଲି ଜାଣିବାକୁ ମିଳିଛି ।
  • ପାର୍ଲାମଣ୍ଟେ ଚିତ୍ର ତଳେ ବର୍ଷ ୨୦୨୩ ଉଲ୍ଲେଖ ରହିବ ।

Get real time updates directly on you device, subscribe now.