fbpx

କେବେ, କିପରି ହେବ ଆପଣଙ୍କ ମୃତ୍ୟୁ? ଆପଣ ବି ଜାଣି ପାରିବେ ନିଜ ମୃତ୍ୟୁର ରହସ୍ୟ! ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ… ଏ କଥା ଏକଦମ୍ ସତ୍ୟ । ପ୍ରତ୍ୟେକ ପ୍ରାଣୀର ଜନ୍ମ ଅଛି ତ ମୃତ୍ୟୁ ବି ସୁନିଶ୍ଚିତ ହୋଇ ରହିଛି । ହେଲେ ଆମେ କେହି ଜାଣି ନାହାନ୍ତି ଯେ, କେବେ ଏବଂ କିପରି ଭାବରେ ଆମର ମୃତ୍ୟୁ ଘଟିବ । ଅନେକ ଲୋକ ମୃତ୍ୟୁ ବିଷୟରେ ଜାଣିବା ପାଇଁ ଉତ୍ସାହ ମଧ୍ୟ ଦେଖାଇଛନ୍ତି । କିନ୍ତୁ ଏହା ଅସମ୍ଭବ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇପାରିବ, ଯେକୌଣସି ବ୍ୟକ୍ତି ନିଜର ମୃତ୍ୟୁର ରହସ୍ୟ ଜାଣିପାରିବେ । ବୈଜ୍ଞାନିକମାନେ ମୃତ୍ୟୁର ସଠିକ ଭବିଷ୍ୟବାଣୀ କରିବା ନେଇ ଦାବି କରୁଛନ୍ତି ।

ସମସ୍ତଙ୍କ ଉପରେ କିଛି ଭିନ୍ନ ଉପାୟରେ ବୟସର ପ୍ରଭାବ ପରିଲକ୍ଷିତ ହୋଇଥାଏ । କିଛି ଲୋକ ଜିନ୍ ଯୋଗୁଁ ଧିରେ ଧିରେ ବୃଦ୍ଧାବସ୍ଥାରେ ପହଞ୍ଚିଥାନ୍ତି । ବାକି କିଛି ଲୋକ ଖରାପ ଜୀବନଶୈଳୀ ଏବଂ ମନ୍ଦ ଅଭ୍ୟାସ ପାଇଁ ବୟସ ତୁଳନାରେ ଅଧିକ ବୁଢା ଦେଖାଯାଆନ୍ତି । କମ୍ ଶୋଇବା, ଖରାପ ଖାଦ୍ୟ, ଧୂମ୍ରପାନ, ମଦ୍ୟପାନ ଏବଂ ଚିନ୍ତା ଯୋଗୁଁ ମଧ୍ୟ ଡିଏନଏ ଉପରେ ପ୍ରଭାବ ପଡ଼ିପାରେ । ତେବେ ବୈଜ୍ଞାନିକମାନେ ଏହିସବୁ ପରିବର୍ତ୍ତନକୁ ମାପିବା ପାଇଁ ନୂଆ ଉପାୟ ଖୋଜି ବାହାର କରିଛନ୍ତି । ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କର ବୃଦ୍ଧାବସ୍ଥାକୁ ଯିବାର ସମୟ ଅନୁମାନ କରାଯାଇପାରିବ ।

ଗତ ୧୦ ବର୍ଷରେ ଅନୁସନ୍ଧାନକାରୀ ମାନେ ଏପିଜେନେଟିକ କ୍ଲକ ନାମକ ଟୁଲ ବିକଶିତ କରିଛନ୍ତି । ଏହା ବ୍ଲଡ ସେଲ୍ ଦ୍ୱାରା ଲାଇଫଷ୍ଟାଇଲର ଅଭ୍ୟାସ ଯୋଗୁଁ ଡିଏନଏରେ ହେଉଥିବା ପରିବର୍ତ୍ତନକୁ ଟ୍ରାକ କରିଥାଏ । ଏହା ଏକ କଠିନ ପ୍ରକ୍ରିୟା ହେଲେ ମଧ୍ୟ ଏଥିପାଇଁ ବର୍ତ୍ତମାନ ଆମେରିକାରେ ବୈଜ୍ଞାନିକଙ୍କ ଏକ ଗ୍ରୁପ୍ ଏହି କ୍ଲକର ନୂଆ ଭର୍ଜନ ନିର୍ମାଣ କରିଛନ୍ତି । ଏହାକୁ ଚିକଏଜ କୁହାଯାଏ । ଏହା ଗାଳ ଭିତରର କୋଶିକାଗୁନିକୁ ବ୍ୟବହାର କରି ଡିଏନଏରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥାଏ ।

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଚିକଏଜ ମୃତ୍ୟୁର ବିପଦକୁ ନେଇ ସଠିକ ଅନୁମାନ କରିପାରେ ବୋଲି ଅନୁସନ୍ଧାନକାରୀ ମାନେ କହିଛନ୍ତି । ଏହି ଅଧ୍ୟୟନର ନେତୃତ୍ୱ ନେଉଥିବା ଡା. ମ୍ୟାକ୍ସିମ ଶୋକିରେଭ କହିଛନ୍ତି ଯେ, ଆମକୁ ଏକ ସ୍ୱତନ୍ତ୍ର ମାର୍କର ମିଳିଛି । କେଉଁ ବ୍ୟକ୍ତି କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିପାରିବ, ସେ ନେଇ ଏହି ଡିଭାଇସ ଖୁବ ନିର୍ଦ୍ଦିଷ୍ଟ ସୂଚନା ଦେଇପାରିବ ।

Get real time updates directly on you device, subscribe now.