fbpx

ଜାଣିଛନ୍ତି କି? କେବେ ଆରମ୍ଭ ହୋଇଥିଲା ଭାରତୀୟ ରେଳ ସେବା? ଜାଣିବା ପ୍ରଥମ ଟ୍ରେନର ରୋଚକ କାହାଣୀ

ନୂଆଦିଲ୍ଲୀ: ଭାରାତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ସର୍ବବୃହତ ରେଳ ନେଟୱାର୍କ । ଏହା ସହିତ ଭାରତୀୟ ରେଳବାଇ ହେଉଛି ଦେଶରେ ସବୁଠୁ ଅଧିକ ଚାକିରିର ସୁଯୋଗ ଦେଉଥିବା ସଂଗଠନ । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରିଥାନ୍ତି । କିନ୍ତୁ ଇଣ୍ଡିଆନ ରେଲୱେର ଅନେକ କାହାଣୀ ବିଷୟରେ ଅଧିକାଂଶ ଲୋକ ଅଜଣା ରହିଛନ୍ତି । ଯେପରିକି ଭାରତର ପ୍ରଥମ ଟ୍ରେନ । ବହୁତ କମ୍ ଲୋକ ଏହା ଜାଣିଥିବେ ଯେ, ଭାରତର ପ୍ରଥମ ଟ୍ରେନ କେବେ ଗଡିଥିଲା, ଏହା କେଉଠାରୁ କେଉଠାକୁ ପ୍ରଥମେ ଯାତ୍ରା କରିଥିଲା ? ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର

୧୮୩୨ ମସିହାରେ ଇଂରେଜମାନେ ଭାରତରେ ଟ୍ରେନ ଚଳାଇବା ନେଇ ଯୋଜନା ଆରମ୍ଭ କରିଥିଲେ । ସେତେବେଳକୁ ପ୍ରିଟେନରେ ରେଳବାଇର ସୁବିଧା ଉପଲବ୍ଧ ହୋଇସାରିଥିଲା । ତେଣୁ ଭାରତରେ ରେଳ ସେବା ଆରମ୍ଭ କଲେ ଅନେକ ପ୍ରକାର ସୁବିଧା ପାଇବା ଲୋଭରେ ଏଠାରେ ମଧ୍ୟ ରେଳର ସୁବିଧା ପାଇଁ ଯୋଜନା କରୁଥିଲେ । ତେବେ ଅନେକ ବିଚାର ଏବଂ ବିଭିନ୍ନ ଯୋଜନା କରିବା ପରେ ମଧ୍ୟ ଏହା ସପଳ ହୋଇପାରୁ ନଥିଲା । ତେଣୁ ପ୍ରାୟ ୧ ଦଶନ୍ଧି ପରେ ୧୮୪୪ ମସିହାରେ ଏହାକୁ ଗୁରୁତ୍ୱ ଦେଇଥିଲେ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ହାର୍ଡିଙ୍ଗ । ବେସରକାରୀ ଉଦ୍ୟୋଗୀମାନଙ୍କୁ ଏହି କ୍ଷେତ୍ରରେ ସାମିଲ କରିବା ସହ ସେମାନଙ୍କୁ ରେଳ ପ୍ରଣାଳୀରେ କାମ କରିବା ପାଇଁ ସେ ଅନୁମତି ଦେଇଥିଲେ । ଏହାପରେ ୧୮୪୫ ମସିହାରେ ‘ଇଷ୍ଟ ଇଣ୍ଡିଆନ ରେଲୱେ କମ୍ପାନୀ’ ଏବଂ ‘ଗ୍ରେଟ ଇଣ୍ଡିଆନ ପେନିନସୁଲା ରେଲୱେ’ ନାମରେ ଦୁଇଟି କମ୍ପାନୀ ପ୍ରସ୍ତୁତ ହୋଇଥିଲା ।

ତେବେ ସମସ୍ତ ଯୋଜନା ପରେ ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଭାରତରେ ଗଡିଥିଲା ପ୍ରଥମ ଟ୍ରେନ । ଛତ୍ରପତି ଶିବାଜୀ ଟର୍ମିନାଲରୁ ଠାଣେ ପର୍ଯ୍ୟନ୍ତ ୩୫ କିଲୋମିଟରର ଯାତ୍ରା କରିଥିଲା ଏହି ଗାଡି । ୩ଟି ଇଞ୍ଜିନ ସହ ପ୍ରଥମ ଟ୍ରେନର ୨୦ଟି କୋଚ ଛତ୍ରପତି ଶିବାଜୀ ଟର୍ମିନାଲରୁ ବାହାରି ଠାଣେରେ ପହଞ୍ଚିଥିଲା । ତେବେ ଦେଶର ଏହି ପ୍ରଥମ ଟ୍ରେନ ଯାତ୍ରାରେ ପ୍ରାୟ ୪୦୦ ଯାତ୍ରୀ ସାମିଲ ରହିଥିଲେ ।

Get real time updates directly on you device, subscribe now.