ସ୍ତ୍ରୀ ଅସୁସ୍ଥ ହୋଇଗଲା ବୋଲି ନିଜ 8 ବର୍ଷର ଝିଅ ଉପରେ ଖରାପ ନଜର ପକାଇଲା ବାପା, ଦୁଇ-ତିନି ମାସ ଧରି କରୁଥିଲା ଦୁଷ୍କର୍ମ
ସ୍ତ୍ରୀ ଅସୁସ୍ଥ ହୋଇଗଲା ବୋଲି ନିଜ 8 ବର୍ଷର ଝିଅକୁ ଦୁଷ୍କର୍ମ କଲା ବାପା
ଉତ୍ତରପ୍ରଦେଶ: ସ୍ତ୍ରୀ ଅସୁସ୍ଥ ହୋଇଗଲା ବୋଲି ସ୍ୱାମୀ ନିଜ ଝିଅ ଉପରେ ପକାଇଲା ଖରାପ ନଜର। ତାକୁ ଲଗାତାର ଦୁଇ-ତିନି ମାସ ଧରି ଦେଲା ଯୌନ ନିର୍ଯାତନା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓରୁ।
ଏଠାରେ ଜଣେ ବ୍ୟକ୍ତି, ବାପ-ଝିଅ ସମ୍ପର୍କକୁ କଳଙ୍କିତ କରିଛି। ସେହି ବ୍ୟକ୍ତି ଜଣଙ୍କ ତାଙ୍କ ନିଜ ଆଠ ବର୍ଷର ଝିଅକୁ ଦୁଇ ରୁ ତିନି ମାସ ଧରି ଶୋଷଣ କରୁଥିଲେ। ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସେହି କୁନି ଝିଅଟି ତାଙ୍କ ମାଇଁଙ୍କୁ ଏହିସବୁ ଘଟଣା ବିଷୟରେ ଜଣାଇଥିଲା। ମାମୁଁଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାପାଙ୍କୁ ଜେଲ ପଠାଇ ଦେଇଛି।
ଅଭିଯୁକ୍ତ ବାପାଙ୍କ ନାମ ରଇସ ଓରଫ ଲାଲୁ। ସେ ମୁମ୍ବାଇରେ ଦର୍ଜୀ କାମ କରୁଥିଲେ। ତା’ପରେ ତାଙ୍କ ସ୍ତ୍ରୀ ଅସୁସ୍ଥ ହୋଇଯିବାରୁ ସେ, ତାଙ୍କ ସ୍ତ୍ରୀ ଏବଂ 8 ବର୍ଷର ଝିଅ ଗତ ବର୍ଷ ତାଙ୍କ ଶ୍ୱଶୁର ଘରକୁ ଫେରି ଆସିଥିଲେ।
ସ୍ତ୍ରୀର ଅସୁସ୍ଥତା କାରଣରୁ ଅଭିଯୁକ୍ତ ବାପା ମଦ୍ୟପାନ କରି ନିଜ 8 ବର୍ଷର ଝିଅକୁ ଦୁଷ୍କର୍ମ କରୁଥିଲେ। ସମସ୍ତେ ରାତିରେ ଶୋଇବା ପରେ ଝିଅକୁ ସେ ଅଲଗା କୋଠରୀକୁ ନେଇ ଯୌନ ନିର୍ଯାତନା ଦେଉଥିଲେ।
ଏହା ପ୍ରାୟ ସେ ଗତ ଦୁଇ-ତିନି ମାସ ଧରି କରିଆସୁଥିଲେ। ଏହା ସହିତ, ସେ ଝିଅକୁ ଏବିଷୟରେ କାହାକୁ ନକହିବା ପାଇଁ ଧମକ ମଧ୍ୟ ଦେଉଥିଲେ। କିନ୍ତୁ ଶେଷରେ ପୀଡିତା ଜଣଙ୍କ ଆଉ ସହିନପାରି ତାଙ୍କ ମାଇଁଙ୍କୁ ଏସବୁ ବିଷୟରରେ କହିଥିଲେ, ତା’ପରେ ବାପାଙ୍କ ବର୍ବରତାର ପର୍ଦ୍ଦାଫାସ ହୋଇଥିଲା।
ଏହା ପରେ, ମାମୁଁ ପୋଲିସରେ ଏହି ବିଷୟରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ମାମୁଁଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ଜେଲ ପଠାଯାଇଛି। ବର୍ତ୍ତମାନ ମାମଲାର ତଦନ୍ତ କରାଯାଉଛି।