fbpx

କେବେ ଫେରିବେ, କେମିତି ବଞ୍ଚିବେ ସୁନୀତା ୱିଲିୟମ୍ସ ଓ ବ୍ୟାରି ୱିଲ୍ମୋର! ଯାଇଥିଲେ ୮ ଦିନ ପାଇଁ ମାତ୍ର ରହିବେ ୨୦୨୫ ଯାଏଁ!

ଓଡିଶା ଭାସ୍କର: ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ବ୍ୟାରି ୱିଲ୍ମୋର ଜୁନ ମାସରେ ମହାକାଶ ଯାତ୍ରା କରିଥିଲେ । ବୋଇଂର ନୂଆ ଷ୍ଟାରଲାଇନରରେ ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ବା ସ୍ପେସ ଷ୍ଟେସନରେ ପାଦ ରଖିଥିଲେ । ମାତ୍ର ସେମାନଙ୍କ ମହାକାଶ ଯାନରେ ହିଲିୟମ ଲିକ ହେବା ଫଳରେ ଉଭୟ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ କରାଯାଇଛି । ୨୦୨୫ ମସିହା ପର୍ଯ୍ୟନ୍ତ ଉଭୟ ସୁନିତା ଓ ବ୍ୟାରି ସେଠାରେ ରହିବେ ବୋଲି ଜଣା ପଡିଛି ।

ତେବେ ସେମାନେ କେମିତି ବଞ୍ଚିବେ ଏତେ ଦିନ । ଏହା ଏବେ ପ୍ରଶ୍ନ ଘେରରେ । କହିରଖୁ, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଏକ ଫୁଟବଲ ପଡିଆ ସଦୃଶ । ଏହାର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ଦୈର୍ଘ୍ୟ ପ୍ରାୟ ୩୫୬ ଫୁଟ । ସ୍ପେସ ଷ୍ଟେସନରେ ୬ ଟି ଶୋଇବା ସ୍ଥାନ, ୨ ଟି ବାଥରୁମ, ଗୋଟିଏ ଜିମ୍ ତଥା ୩୬୦ ଡିଗ୍ରୀ ଭ୍ୟୁ ୱେ ୱିଣ୍ଡୋ ରହିଛି । ସେଠାରେ ଏବେ ସୁନିତା ଓ ବ୍ୟାରିଙ୍କ ସହ ଅନ୍ୟ ୭ ଜଣ ମହାକାଶଚାରୀ ରହିଛନ୍ତି ।

ପ୍ରକାଶଥାଉ ଯେ, ମହାକାଶ କେନ୍ଦ୍ରର ନିଜସ୍ୱ ଅମ୍ଲଜାନ ଉତ୍ପାଦନ ପ୍ରଣାଳୀ ରହିଛି । ଯେଉଁଥିରେ ୫୦ ପ୍ରତିଶତ ଅମ୍ଲଜାନର ପୁନରୁଦ୍ଧାର କରିହୁଏ । ଫଳରେ ଏହି ଦୁଇ ମହାକାଶଚାରୀଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ । ଏହାବାଦ ଝାଳର ଆଦ୍ରଦାକୁ ମଧ୍ୟ ସେମାନେ ପୁନଃ ବ୍ୟବହାରଯୋଗ୍ୟ କରି ପାରିବେ । ଏତତବ୍ୟତୀତ ସ୍ପେସ ଷ୍ଟେସନରେ ନାସାର ସ୍ପେସ ଫୁଟ ସେଣ୍ଟର ଲାବୋରେଟୋରିରେ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ପାରିବେ । ଫଳରେ ସେମାନଙ୍କ ମହାକାଶଯାନ ଠିକ ନ ହେବା ଯାଏଁ ସେମାନେ ସେଠାରେ ଆରାମରେ ରହି ପାରିବେ ।

Get real time updates directly on you device, subscribe now.