fbpx

ମୃତ ଶରୀରରୁ ବାହାରି କେଉଁଠାକୁ ଯାଇଥାଏ ଆତ୍ମା? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ…

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ମନରେ କିଛି ଏମିତି ପ୍ରଶ୍ନ ରହିଥାଏ, ଯାହାର ଉତ୍ତର ଯେତେ ଖୋଜିଲେ ବି ସେ ପାଇ ନଥାଏ । ତେଣୁ କିଛି ମନଗଢା କାହାଣୀ ଏବଂ ଗଳ୍ପର ସାରକଥାକୁ ଏହାର ଉତ୍ତର ବୋଲି ଧରି ନେଇଥାଏ ମନୂଷ୍ୟ । ଠିକ ସେମିତି ଏକ ପ୍ରଶ୍ନ ରହିଛି ମଣିଷ ଶରୀର ଏବଂ ଏହାର ଆତ୍ମାକୁ ନେଇ । ମୃତ୍ୟୁ ପରେ ମଣିଷ ଶରୀରର ଆତ୍ମା କେଉଁଆଡେ ଯାଏ? ଏହି ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ କେହି ଖୋଜି ପାଇପାରିନାହାନ୍ତି । କିନ୍ତୁ ବିଜ୍ଞାନ ଏବେ ଏହାର ଏକ ଉତ୍ତର ଦେଇଛି ।

ମୃତ୍ୟୁ ପରେ ଆମର କ’ଣ ହୁଏ, ସେ ନେଇ ଗାୟତ୍ରୀ ପରିବାରର ସଂସ୍ଥାପକ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଏକ ପୁସ୍ତକ ରଚନା କରିଛନ୍ତି । ଏହି ପୁସ୍ତକ ଦ୍ୱାରା ସେ ମୃତ୍ୟୁ ସହ ଜଡିତ କିଛି ରହସ୍ୟରୁ ପର୍ଦ୍ଦା ଉଠାଇବା ପାଇଁ ଚେଷ୍ଟା କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଶରୀରରୁ ବାହାରିବା ପରେ ଆତ୍ମା ପ୍ରାୟତଃ କିଛି ସମୟ ପାଇଁ ବିଶ୍ରାମ ମୁଦ୍ରାରେ ରହିଥାଏ । ଏହାପେରେ ଏକ ନୂଆ ଜନ୍ମ ନେଇଥାଏ ବା ଅନ୍ୟ ଏକ ଶରୀରରେ ସ୍ଥାପନା ହୋଇଥାଏ ।’ ବିଦେଶରେ ପରଲୌକିକ ବିଜ୍ଞାନ ଉପରେ ଜ୍ଞାନ ଆହରଣ କରିଥିବା ବ୍ୟକ୍ତିମାନେ ମଧ୍ୟ ଏହା ହିଁ ମତ ରଖିଛନ୍ତି ।

ପରମହଂସ ଯୋଗାନନ୍ଦଙ୍କର ସାରା ବିଶ୍ୱରେ ଲୋକପ୍ରିୟ ଆତ୍ମକଥା ଯୋଗୀ କଥାମୃତ ମଧ୍ୟ ଏହି ପ୍ରସଙ୍ଗରେ ପ୍ରକାଶ କରିଥାଏ । ଏହି ପୁସ୍ତକ ବିଶ୍ୱରେ ୨୦ଟି ଭାଷାରେ ଅନୁବାଦ ହୋଇସାରିଛି । ମୃତ୍ୟୁ ପରେ ହେଉଥିବା ଅବସ୍ଥା ଉପରେ ସୂଚନା ଦେଇଥାଏ ଏହି ପୁସ୍ତକ । ମୃତ୍ୟୁ ପରେ ସମସ୍ତ ବାସିନ୍ଦାଙ୍କୁ ସୁକ୍ଷ୍ମଲୋକକୁ ଗମନ କରିବାକୁ ହେବ । ସେଠାରୁ ଆଧ୍ୟାତ୍ମିକ ଦୃଷ୍ଟି ଉନ୍ନତ ବାସିନ୍ଦାମାନଙ୍କୁ ପୁଣିଥରେ ହିରଣ୍ୟଲୋକକୁ ପଠାଯାଇଥାଏ । ତେବେ ସେଠାକୁ ଯିବା ପରେ ଆତ୍ମା ପୁନର୍ଜନ୍ମରୁ ମୁକ୍ତି ପାଇଥାଏ ।

ମୃତ୍ୟୁ ପରେ ଆତ୍ମାର ଅସ୍ଥିତ୍ୱକୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଛି । କେହି କେହି ଏହାର ଅସ୍ଥିତ୍ୱକୁ ନେଇ ମନା କରୁଥିବା ବେଳେ କିଛି ଲୋକ ଏହାକୁ ଗ୍ରହଣ କରିଥାନ୍ତି । ତେବେ ଶରୀରର ମୃତ୍ୟୁ ପରେ ଆତ୍ମା ମଧ୍ୟ ମୃତ୍ୟୁବରଣ କରିଥାଏ ବୋଲି ଅଧିକାଂଶ ଲୋକ ବିଶ୍ୱାସ କରିଥାନ୍ତି । କିନ୍ତୁ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଆତ୍ମା ଅନନ୍ତ, ଅଜର ଏବଂ ଅମର ହୋଇଥାଏ । ଏହା କେବେ ମୃତ୍ୟୁବରଣ କରିନଥାଏ । ଏହା କେବଳ ପୋଷାକ ଭଳି ଶରୀର ପରିବର୍ତ୍ତନ କରିଥାଏ । ଋଗବେଦରେ ମଧ୍ୟ ଆତ୍ମାର ଅସ୍ଥିତ୍ୱକୁ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.