fbpx

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପରେ କେଉଁଠି ରହିବେ ରାମନାଥ କୋବିନ୍ଦ? ଜାଣନ୍ତୁ

ନୂଆଦିଲ୍ଲୀ: ଜୁଲାଇ ୨୪ରେ ସରୁଛି ତକ୍ରାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ଏହା ପୂର୍ବରୁ ଶେଷ ହେବ, ଯେଉଁଥିପାଇଁ ଚାଲିଛି ପ୍ରସ୍ତୁତି । ଜୁଲାଇ ମାସ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଓ ଜୁଲାଇ ୨୧ରେ ଭୋଟ ଗଣତି ପରେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ଏହାରି ମଧ୍ୟରେ ରାଷ୍ଟ୍ରପତି ରାମନାଥଙ୍କ କାର୍ଯ୍ୟକାଳ ସରିବା ପରେ ସେ କେଉଁଠାରେ ରହିବେ, ତାହା ଜାଣିବାକୁ ସମସ୍ତଙ୍କର ଇଛା ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଲାସ ପାସୱାନ ୨୦୨୦ ରେ ମୃତ୍ୟୁ ପୂର୍ବରୁ ତିନିବର୍ଷରୁ ଅଧିକ ସମୟ ଧରି ଯେଉଁ ବଙ୍ଗଳାରେ ରହୁଥିଲେ, ତାହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ବାସଭବନ ହୋଇପାରେ । କୁହାଯାଉଛି ଯେ, ୧୨ ଜନପଥରେ ଥିବା ବଙ୍ଗଳାକୁ କୋବିନ୍ଦଙ୍କ ପାଇଁ ପ୍ରସ୍ତୁତ କରାଯାଉଛିି ଏବଂ ତାଙ୍କ ଝିଅ ନିକଟରେ ଯାଇ ଘର ଯାଞ୍ଚ କରିଥିଲେ । କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବାକୁ ଯାଉଛି ।

ତେବେ ପ୍ରାରମ୍ଭରେ ଏହି ବଙ୍ଗଳାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବଣ୍ଟନ କରାଯାଇଥିଲା, ଯାହାକି ଲୁଟିୟନ୍ସ ଦିଲ୍ଲୀର ସବୁଠାରୁ ବଡ ବଙ୍ଗଳା ମଧ୍ୟରେ ଗୋଟିଏ ଭାବେ ଜଣାଯାଏ । ପରେ ବୈଷ୍ଣବଙ୍କୁ ପୃଥିରାଜ ରୋଡ ସ୍ଥିତ ବାସଭବନ ଆବଣ୍ଡନ କରାଯାଇଥିଲା । ଜଣାପଡିଛି କି, ୧୨ ଜନପଥ ବଙ୍ଗଳା ଏପର୍ଯ୍ୟନ୍ତ କାହାକୁ ଦିଆଯାଇ ନାହିଁ । ଏହାକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନୂତନ ବାସଭବନ ଭାବରେ ପ୍ରସ୍ତୁତ କରାଯାଉଛି, ଯେଉଁଠାରେ ସେ ନିଜ କାର୍ଯ୍ୟକାଳ ଶେଷ କରିବା ପରେ ରହିବାକୁ ଆସିବେ ।

Get real time updates directly on you device, subscribe now.