fbpx

(video) ସତରେ କଣ ସତ ଜାଣିବାକୁ ହେବ ପଲିଗ୍ରାଫ ଟେଷ୍ଟ, ନା ଲୋକଙ୍କୁ ଭୂଆଁ ବୁଲେଇବାକୁ?

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ଆଉ ଲୁଚାଇ ପାରିବେ ନାହିଁ ନିଲମ୍ବିତ ଥାନାବାବୁ ଦୀନକୃଷ୍ଣ ମିଶ୍ର । ଘଟଣା ପଛର ସତ ଜାଣିବାକୁ ହେବ ଦୀନକୃଷ୍ଣଙ୍କ ପଲିଗ୍ରାଫ ଟେଷ୍ଟ । କ୍ରାଇମବ୍ରାଞ୍ଚ ଦୀନକୃଷ୍ଣଙ୍କଠାରୁ ସତ ଜାଣିବାକୁ ଏସଡିଏମ କୋର୍ଟଙ୍କ ନିକଟରେ ପଲିଗ୍ରାଫ ଟେଷ୍ଟ ପାଇଁ କରିଥିଲା ଆବେଦନ । ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତିା ଏଥିସହ ନାକ୍ରୋ ଆନାଲିସିସ ଓ ବ୍ରେନ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟକୁ ମିଳିଛି ଅନୁମତି ।
ପଲିଗ୍ରାଫ ଟେଷ୍ଟିଂ ପାଇଁ ଦୀନକୃଷ୍ଣଙ୍କୁ କ୍ରାଇମବ୍ରାଞ୍ଚ ଗୁଜରାଟ ନେଇ ଯିବ । ହେଲେ ସବୁଠାରୁ ବଡ ପ୍ରଶ୍ନ ସତରେ କଣ ଦୀନକୃଷ୍ଣଙ୍କ ଠାରୁ ଘଟଣା ପଛର ସବୁ ସତ ଜାଣିବାକୁ ପଲିଗ୍ରାଫ ଟେଷ୍ଟ କରାଉଛି କ୍ରାଇମ ବ୍ରାଞ୍ଚ, ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ । କାରଣ ବିଗତ ଦିନରେ ମଧ୍ୟ ଅନେକ ଘଟଣାରେ ଅନେକ ଟେଷ୍ଟିଂ ହୋଇଥିଲା । ସରକାର ବା ପୋଲିସକୁ ଯାହା ସୁହାଉଥିଲା ସେମିତି ରିପୋର୍ଟ ଆସୁଥିଲା ଲୋକଙ୍କ ଆଗକୁ ବା ଜମା ରିପୋର୍ଟ ଆସୁନଥିଲା ।
୨୦୨୦ରେ ହୋଇଥିବା ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାକୁ ନେଇ ଯେତେବେଳେ ରାଜ୍ୟ ସରକାରଙ୍କୁ ସବୁ ଆଡୁ ଘେରାବନ୍ଦୀ କରାଗଲା, ସେତେବେଳେ ସରକାର କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏମିତି କି ଆଦିତ୍ୟଙ୍କ ପତ୍ନୀ ବିଦ୍ୟା, ତାଙ୍କ ଦୁଇ ସାଙ୍ଗଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିଲା । କିନ୍ତୁ କଣ ଥିଲା ସେମାନଙ୍କ ଉତ୍ତର ତାହା ପଦାକୁ ଆସିପାରିଲା ନାହିଁ ।
ସେମିତି ଚାରିଆଡୁ ପୋଲିସ ଉପରେ ଚାପକୁ ଦେଖି କ୍ରାଇମବ୍ରାଞ୍ଚ ଏହି ନାଟକ କରୁନାହିଁତ, ଲୋକଙ୍କୁ ଦେଖାଇବାକୁ କି, କ୍ରାଇମବ୍ରାଞ୍ଚ ଘଟଣାକୁ ନେଇ ଅତ୍ୟନ୍ତି ଗମ୍ଭୀର । ସତ ପଦାକୁ ଆଣିବା କ୍ରାଇମବ୍ରାଞ୍ଚର ମୂଳଲକ୍ଷ୍ୟ । ଫଳରେ ତଦନ୍ତ ଉପରେ ଭରସା କରି ଲୋକଙ୍କ ମଧ୍ୟରେ ଘଟଣାକୁ ନେଇ ଥିବା ଉଷ୍ମତା ହ୍ରାସ ପାଇବ ତଥା କାଳକ୍ରମେ ଭୁଲିଯିବେ । ତା ପରେ କ୍ରାଇମବ୍ରାଞ୍ଚ ଏକ ମନଗଢା କାହାଣୀ କହି ଲୋକଙ୍କୁ ଭୁଆଁ ବୁଲାଇଦେବ । ଘଟଣାକୁ ନେଇ ଲୋକଙ୍କ ମଧ୍ଯରେ ସନ୍ଦେହ

 

 

Get real time updates directly on you device, subscribe now.