fbpx

Talaq-e-hasan କ’ଣ: ଏହାକୁ ବ୍ୟାନ୍ କରିବା ପାଇଁ କାହିଁକି ସୁପ୍ରିମକୋର୍ଟରେ ଦାବି ଉଠୁଛି

ନୂଆଦିଲ୍ଲୀ: ତଲାକ-ଏ-ହସନକୁ ନେଇ ଦାୟର ହୋଇଥିବା ୟାଚିକାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ପ୍ରାଥମିକ ଭାବେ ତଲାକ-ଏ-ହସନ ଅନୁଚିତ ନୁହେଁ । ମହିଳାଙ୍କ ନିକଟରେ ଖୋଲା ତଲାକ ନେବାର ଅଧିକାର ରହିଛି । ଏହା ଉପରେ ଦାୟର ହୋଇଥିବା ୟାଚିକାର ଶୁଣାଣି ଆସନ୍ତା ୨୯ ତାରିଖରେ କରାଯିବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ସୁପ୍ରିମକୋର୍ଟରେ ଜଷ୍ଟି ଏସକେ କୌଲ ଓ ଏମଏମ ସୁନ୍ଦର୍ଶଙ୍କ ବେଞ୍ଚ ମୁସଲିମ ମହିଳାଙ୍କ ପକ୍ଷରୁ ଆଗତ ୟାଚିକା ଉପରେ ଶୁଣାଇ କରିଥିଲେ । ୟାଚିକା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଜଜ କୌଲ ନିଜର ରାୟ ଶୁଣାଇଛନ୍ତି । ସେ କହିଛନ୍ତି, ତଲାକ-ଏ-ହସନ ପ୍ରାଥମିକ ଭାବେ ଏତେଟା ଅନୁଚିତ ନୁହେଁ । ଖୋଲା ତଲାକ ନେବାର ବିକଳ୍ପ ମହିଳାଙ୍କ ପାଖରେ ରହିଛି । ସେ ପ୍ରଥମ ଦୃଷ୍ଟିରେ ୟାଚିକାକର୍ତ୍ତାଙ୍କ ସହ ସମତ ନୁହନ୍ତି । ବିନା କାରଣରୁ ଏହାକୁ ନେଇ ଏକ ଏଜେଣ୍ଡା ବନାଇବା ଅନୁଚିତ ।

ମହିଳାଙ୍କ ବିରୋଧରେ ଭେଦଭାବପୂର୍ଣ୍ଣ ନୀତି ଅବଲମ୍ବନ କରାଯାଉଥିବା ନେଇ ତଲାକ-ଏ-ହସନ ମାଧ୍ୟମରେ ୟାଚିକାକର୍ତ୍ତା ଅଭିଯୋଗ କରିଥିଲେ । ଶୁଣାଣି ସମୟରେ ୟାଚିକାକର୍ତ୍ତାଙ୍କ ଓକିଲ ପିଙ୍କି ଆନନ୍ଦ କହିଥିଲେ, ସୁପ୍ରିମକୋର୍ଟ ପୂର୍ବରୁ ଟ୍ରିପଲ ତଲାକକୁ ଅସମ୍ବିଧାନିକ ଘୋଷଣା କରିସାରିଛନ୍ତି । ଏପରି ସ୍ଥିତିରେ ତଲାକ-ଏ-ହସନକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ସମାଧାନର ବାଟ ବାହାରି ପାରିନାହିଁ ।

ମୁସଲିମ ବୋର୍ଡରେ ତଲାକ-ଏ-ହସନକୁ ବିବାହ ଭାଙ୍ଗିବା ପାଇଁ ଏକ ମାଧ୍ୟମ ବୋଲି କୁହାଯାଇଛି । କୌଣସି ମୁସଲିମ୍ ପୁରୁଷ ନିଜର ପତ୍ନୀଙ୍କୁ ତିନି ମାସରେ ତିନି ଥର କିସ୍ତିରେ ତଲାକ ଦେଇ ପାରିବ । ତୃତୀୟ ଥର ତଲାକ ପରେ ଦୁହିଙ୍କ ମଧ୍ୟରେ ଛାଡ଼ପତ୍ର ହେଲା ବୋଲି ଗ୍ରହଣ କରାଯିବ ।

Get real time updates directly on you device, subscribe now.